ବାଲିଯାତ୍ରା ୨୦୨୫
LIVE TV

୧୫ ବର୍ଷରେ ଜବାହର ଲାଲ୍ ନେହରୁ ଷ୍ଟାଡିୟମ ଉପରେ ୧୦୧୧ କୋଟି ଖର୍ଚ୍ଚ, ଏବେ ମାଟିରେ ମିଶିବ; ୧୦୨ ଏକରରେ ହେବ ସ୍ପୋର୍ଟ୍ସ ସିଟି

NEWS7
after-jammu-kashmir-centre-invites-political-parties-from-ladakh-for-a-meeting-on-july-1

ନୂଆଦିଲ୍ଲୀ: ଦିଲ୍ଲୀର ଐତିହାସିକ ଜବାହର ଲାଲ୍ ନେହରୁ ଷ୍ଟାଡିୟମ ଏବେ ଇତିହାସ ହେବାକୁ ଯାଉଛି । ସରକାର ଏହାକୁ ଧ୍ୱଂସ କରି, ଏଠାରେ ନୂଆ ବିଶ୍ୱ ସ୍ତରୀୟ ସ୍ପୋର୍ଟ୍ସ ସିଟି ନିର୍ମାଣ କରିବାକୁ ଯୋଜନା ରଖିଛନ୍ତି । ଏହି ଷ୍ଟାଡିୟମରେ ଗତ ୧୫ ବର୍ଷରେ  ପ୍ରାୟ ୧,୦୧୧ କୋଟି ଟଙ୍କ ଖର୍ଚ୍ଚ କରାଯାଇଛି । ଏହି ଷ୍ଟାଡିୟମ ୧୯୮୨ ଏସୀୟ କ୍ରୀଡ଼ା ଓ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମୁକ ସାକ୍ଷୀ ରହିଛି ।

ଜବାହର ଲାଲ୍ ନେହରୁ ଷ୍ଟାଡିୟମକୁ ସର୍ବପ୍ରଥମେ ୧୯୮୨ ଏସୀୟ କ୍ରୀଡ଼ା ପାଇଁ ନିର୍ମାଣ କରାଯାଇଥିଲା । ୨୦୧୦ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୂର୍ବରୁ ଏଥିରେ ପୁଣି ଥରେ ନିର୍ମାଣ କାର୍ଯ୍ୟ କରି ଅପଗ୍ରେଡେସନ କରାଯାଇଥିଲା । ଆଧୁନିକ ସୁବିଧା ସହ ଖେଳାଳି ଓ ଦର୍ଶକଙ୍କ ପାଇଁ ଉନ୍ନତ ଭିତ୍ତିଭୂମି ନିର୍ମାଣ କରାଯାଇଥିଲା । ନିକଟରେ ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନଶିପ ପୂର୍ବରୁ ଏହାର ଅପଗ୍ରେଡେସନ ପାଇଁ ୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ୱାର୍ଲଡ ପାରା ଚାମ୍ପିଅନଶିପ ପାଇଁ ଷ୍ଟାଡିୟମରେ ୧୦,୦୦୦ ନୂଆ ସିଟ୍ ଓ ଦୁଇଟି ନୂଆ ମୋଣ୍ଡୋ ଟ୍ରାକ୍ ଲଗାଯାଇଥିଲା ।

ଇଣ୍ଡିୟନ ଏକ୍ସପ୍ରେସ ରିପୋର୍ଟ ଅନୁସାରେ ଜବାହର ଲାଲ୍ ନେହରୁ ଷ୍ଟାଡିୟମକୁ ଧ୍ୱସ୍ତ କରି ଏକ ସୋର୍ଟ୍ସ ସିଟି ନିର୍ମାଣ କରିବା ପାଇଁ ରଣନୀତି କରାଯାଉଛି । ଏହି ସ୍ପୋର୍ଟ୍ସ ସିଟିରେ ସମସ୍ତ ଖେଳର ଆୟୋଜନ ସ୍ଥଳ ଏବଂ ଖେଳାଳିଙ୍କ ପାଇଁ ଆବଶ୍ୟକୀୟ ସୁବିଧା ରହିବ । ତେବେ ଏହା ବର୍ତ୍ତମାନ ବିଚାର-ବିମର୍ଶ ପର୍ଯ୍ୟାୟରେ ରହିଛି । ସରକାର ଏବେ ସାରା ଦୁନିଆର ବିଭିନ୍ନ ମଡେଲର ଅଧ୍ୟୟନ କରୁଛନ୍ତି । ସୂତ୍ର ଅନୁସାରେ ଏହି ପରିଯୋଜନା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ସମୟ ସୀମା ସ୍ଥିର କରାଯାଇ ନାହିଁ । ସରକାର ଦୋହା ପରି ସ୍ପୋର୍ଟ୍ସ ସିଟିର ଆକଳନ କରୁଛନ୍ତି ।

ଜେଏଲଏନ୍ ଷ୍ଟାଡିୟମରେ ବର୍ତ୍ତମାନ ଗୋଟିଏ ମୁଖ୍ୟ ଫୁଟବଲ୍ ଷ୍ଟାଡିୟମ ଏବଂ ଆଥଲେଟିକ୍ସ ଟ୍ରାକ୍ ବ୍ୟତୀତ, ଏକ ତୀରନ୍ଦାଜୀ ଏକାଡେମୀ, ବ୍ୟାଡମିଣ୍ଟନ କୋର୍ଟ ଏବଂ ଭାରତୀୟ କ୍ରୀଡା ପ୍ରାଧିକରଣ, ଜାତୀୟ ଆଣ୍ଟିଂ ଡୋପିଂ ଏଜେନ୍ସି ଏବଂ ଜାତୀୟ ଡୋପ୍ ପରୀକ୍ଷଣ ପ୍ରୟୋଗଶାଳାର କାର୍ଯ୍ୟାଳୟ ରହିଛି । IE ରିପୋର୍ଟ ଅନୁସାରେ, ଏଗୁଡିକର କ'ଣ ହେବ ପ୍ରଶ୍ନର ଜବାବରେ ଅଧିକାରୀ କହିଛନ୍ତି, "ସମସ୍ତ କାର୍ଯ୍ୟାଳୟ ସ୍ଥାନାନ୍ତରିତ ହେବ। ସେହିପରି, ମୁଖ୍ୟ ଷ୍ଟାଡିୟମକୁ ଭାଙ୍ଗି ଦିଆଯିବ । ଆବାସିକ କମ୍ପ୍ଲେକ୍ସ ନିର୍ମାଣ କରାଯିବ ଯାହା ଦ୍ୱାରା ଖେଳାଳିମାନେ ଏଠାକୁ ପ୍ରତିଯୋଗିତା କରିବାକୁ ଆସିଲେ ଷ୍ଟାଡିୟମ ନିକଟରେ ରହିପାରିବେ।"

କ୍ରୀଡା ମନ୍ତ୍ରଣାଳୟ ୧୦୨ ଏକର ବିଶିଷ୍ଟ ଷ୍ଟାଡିୟମ କମ୍ପ୍ଲେକ୍ସକୁ ବ୍ୟବହାର କରିବାକୁ ଚାହୁଁଛି, କାରଣ ଏହାର ଏକ ପ୍ରମୁଖ ଅଂଶ ବର୍ତ୍ତମାନ ଅବ୍ୟବହୃତ ହୋଇ ରହିଛି । ପ୍ରାୟ ୬୦,୦୦୦ ଦର୍ଶକଙ୍କ କ୍ଷମତା ସହିତ ଏହି ଷ୍ଟାଡିୟମ ଦେଶର ସବୁଠାରୁ ପ୍ରତିଷ୍ଠିତ ସ୍ଥାନ ମଧ୍ୟରୁ ଗୋଟିଏ ହୋଇଆସିଛି । ଏହା ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ୨୦୧୭ ଫିଫା୧୭ ବର୍ଷରୁ କମ୍ ବିଶ୍ୱକପ୍ ମଧ୍ୟ ଆୟୋଜନ କରିଥିଲା ।

ଷ୍ଟାଡିୟମରେ ପ୍ରଥମ ଥର ପାଇଁ ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନଶିପ୍ ଆୟୋଜନ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟ ପୂର୍ବରୁ, ମୁଖ୍ୟ ଷ୍ଟାଡିୟମ ଏବଂ ଅଭ୍ୟାସ କ୍ଷେତ୍ରରେ ଦୁଇଟି ନୂତନ ମୋଣ୍ଡୋ ଟ୍ରାକ୍ ବିଛାଯାଇଥିଲା । ସେହିପରି ତଳ ଷ୍ଟାଣ୍ଡରେ ୧୦,୦୦୦ ନୂଆ ସିଟ୍ ଲଗାଯାଇଥିଲା । ଏହା ସହିତ, ଷ୍ଟାଡିୟମକୁ ନୂତନ ଲିଫ୍ଟ ଏବଂ ସୁଗମ ଶୌଚାଳୟ ସହିତ ହ୍ୱିଲଚେୟାର-ଅନୁକୂଳ କରାଯାଇଥିଲା ।