LIVE TV

ମଣିଂ ଓ୍ୱାକ୍‌ରେ ଯାଉଥିଲେ, ୫ ଜଣଙ୍କ ଉପରେ ମାଡ଼ିଗଲା ଯାତ୍ରୀବାହୀ ବସ୍‌

NEWS7
africa-health-official-slams-vaccine-inequality-know-why

ଯାଜପୁର ୨୩।୧୧ : ଯାଜପୁର ଜିଲ୍ଲା ସଦର ଥାନା ଧୋବାଗଳି ଛକ ନିକଟରେ ଭୟଙ୍କର ଦୁର୍ଘଟଣା । ମଣିଂ ଓ୍ୱାରେ ଚାଲୁଥିବା ସମୟରେ ୫ ଜଣଙ୍କ ଉପରେ ମାଡ଼ିଗଲା ଯାତ୍ରୀବାହୀ । ଯାହାପରେ ୫ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଯାଜପୁର ସଦର ଥାନା ବରୁଆଁ ଓ ବରୀକୁ ସଂଯୋଗ କରୁଥିବା ଧୋବାଗଳି ଛକ ନିକଟରେ ରବିବାର ସକାଳୁ ସକାଳୁ କିଛି ଲୋକ ମଣିଂ ଓ୍ୱାକ୍‌ରେ କରୁଥିଲେ । ଏହି ସମୟରେ ଏକ ଦ୍ରୁତଗାମୀ ବସଟି ଭାରସାମ୍ୟ ହରାଇ ପ୍ରାତଃଭ୍ରମଣରେ ଆସିଥିବା ଲୋକଙ୍କୁ ଧକ୍କା ଦେଇଥିଲା । ଏପିରିକି ୫ ଜଣଙ୍କ ଉପରେ ଚଢିଯାଇଥିଲା । ଯାହାଫଳରେ ୫ ଜଣ ପଥଚାରୀ ଗୁରୁତର ହୋଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେପଟେ ପୋଲିସ ଦୁର୍ଘଟଣା ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବସ୍କୁ ଜବତ କରିଛି । ହେଲେ ବସ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ମାରିବାରେ ସଫଳ ହୋଇଛନ୍ତି ।