ଦୋଳ ପୂର୍ଣ୍ଣିମାରେ ଲାଗିବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ, ଏହି ସମୟରେ କରିବେ ପାକ ନିଷେଧ...

NEWS7
afraid-of-luckdown-migrant-leaving-mumbai

ନୂଆଦିଲ୍ଲୀ ୨୦।୦୨; ୨୦୨୬ର ପ୍ରଥମ ଚନ୍ଦ୍ର ଗ୍ରହଣ। ପୁଣି ବଡ଼ ଗ୍ରହଣ ଏ ଏଥର ଦୋଳ ପୂର୍ଣ୍ଣିମା ଫାଲଗୁନ ପୂର୍ଣ୍ଣିମାରେ ପଡ଼ୁଛି । ଧାର୍ମିକ ଓ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏହାକୁ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି । ଏହି ଗ୍ରହଣ ଭାରତର କିଛି ସ୍ଥାନରେ ଦୃଶ୍ୟମାନ ହେବ । ତେଣୁ ଏହାର ଘାତ ସମୟ କେବେ ଏବଂ କେବେ ପାଳିବେ ହୋଲି ଏ ବାବଦରେ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି ।

କହିବାକୁ ଗଲେ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୩ ତାରିଖ ମଙ୍ଗଳବାର, ଫାଲଗୁନ ମାସର ପୂର୍ଣ୍ଣିମା ତିଥିରେ ହେବ। ଭାରତୀୟ ସମୟ ଅନୁସାରେ, ଚନ୍ଦ୍ରଗ୍ରହଣ ଅପରାହ୍ନ ୩:୨୦ ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬:୪୭ ପର୍ଯ୍ୟନ୍ତ ଚାଲିବ। ଗ୍ରହଣର ମୋଟ ଅବଧି ୩ ଘଣ୍ଟା ୨୭ ମିନିଟ୍ ଯାଏଁ ହେବ।

ଚନ୍ଦ୍ରଗ୍ରହଣର ସମୟ:

ଚନ୍ଦ୍ର ଗ୍ରହଣ ଆରମ୍ଭ - ଦିନ ୩ଟା ୨୦ ମିନିଟ୍

ଗ୍ରାସ ଆରମ୍ଭ – ଅପରାହ୍ନ ୪ଟା ୩୪ ମିନିଟ୍

ଗ୍ରାସ୍ ଶେଷ – ୫ଟା ୩୩ମିନିଟ୍

ଗ୍ରହଣ ଶେଷ – ସନ୍ଧ୍ୟା ୬ଟା ୪୭ ମିନିଟ୍

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚନ୍ଦ୍ରଗ୍ରହଣର ଘାତ ସମୟକୁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ। ଚନ୍ଦ୍ରଗ୍ରହଣ ଆରମ୍ଭ ହେବାର ୯ ଘଣ୍ଟା ପୂର୍ବରୁ ଘାତ ସମୟ ଆରମ୍ଭ ହେବ । ଏହି ସମୟ ମଧ୍ୟରେ ଶୁଭ କାର୍ଯ୍ୟ କରିବା ଅନୁଚିତ । ଘାତ କାଳ ମାର୍ଚ୍ଚ ୩ ତାରିଖ ସକାଳ ୬.୨୦ ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬.୪୬ ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ, ଖାଇବା ପିଇବା ଠାରୁ ପୂଜା କରିବା ପର୍ଯ୍ୟନ୍ତ ଅନେକ କାର୍ଯ୍ୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

କେଉଁଠାରେ ଦୃଶ୍ୟ ହେବ ଚନ୍ଦ୍ର ଗ୍ରହଣ ?

୩ ମାର୍ଚ୍ଚରେ ହେବାକୁ ଥିବା ୨୦୨୬ର ପ୍ରଥମ ଗ୍ରହଣ ଏବଂ ଏହା ଏକ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବ । ଏହି ଚନ୍ଦ୍ରଗ୍ରହଣ ପଶ୍ଚିମବଙ୍ଗ, ମିଜୋରାମ, ନାଗାଲାଣ୍ଡ, ମଣିପୁର, ଆସାମ ଏବଂ ଅରୁଣାଚଳ ପ୍ରଦେଶର ଉତ୍ତର-ପୂର୍ବ ଅଞ୍ଚଳରେ ଦୃଶ୍ୟମାନ ହେବ। ମାର୍ଚ୍ଚ ୩ ବଦଳରେ ମାର୍ଚ୍ଚ ୪ ତାରିଖରେ ପାଳନ ହେବ ବୋଲି କୁହାଯାଉଛି ।

ଅଧିକ ପଢନ୍ତୁ- ମହାଶିବରାତ୍ରିରେ ଏହି ୪ ରାଶିଙ୍କୁ ମିଳିବ ଖୁସି, ଆରମ୍ଭ ହେବ ଭଲ ଦିନ