ହରାଇଦେଲେ ଗମ୍ଭୀର-ସୂର୍ଯ୍ୟ ! ଅଭିଷେକ-ତିଲକଙ୍କ ଫର୍ମ୍ ନାହିଁ, ଅକ୍ଷରଙ୍କୁ ବାହାରେ ବସାଇବା ପଡିଲା ମହଙ୍ଗା

NEWS7
adverse-impact-of-natia-cartoon-on-children

ନୂଆଦିଲ୍ଲୀ, ୨୩/୦୨: ସୁପର ୮ରେ ନିଜର ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକାଠୁ ଶୋଚନୀୟ ଭାବେ ହାରିଛି ଭାରତ । ଫଳରେ ସେମି ଫାଇନାଲ ରେସ୍ ଦଳ ପାଇଁ ଜଟିଳ ହୋଇ ପଡିଛି । ଚାପ ବଢିଯାଇଛି । ସମସ୍ତ ଖେଳାଳି ଟେନସନରେ ରହିଛନ୍ତି । ଏହାରି ଭିତରେ କୋଚ୍ ଗୌତମ ଗମ୍ଭୀର ଏବଂ କ୍ୟାପ୍ଟେନ୍ ସୂର୍ଯ୍ୟ କୁମାର ଯାଦବଙ୍କ ଭୂମିକାକୁ ନେଇ ଉଠିଛି ପ୍ରଶ୍ନ ।

ମୁକାବିଲାରେ ଦଳ ଚୟନ ହେଲା ପରେ ସମସ୍ତେ ଚକିତ ହୋଇଥିଲେ । କାରଣ ଉପ ଅଧିନାୟକ ଅକ୍ଷର ପଟେଲଙ୍କୁ ବାହାରେ ବସିବାକୁ ପଡିଥିଲା । ନେଟ୍ସରେ ସେ ଖୁବ୍ ବ୍ୟାଟିଂ ଅଭ୍ୟାସ କରିଥିଲେ । କିନ୍ତୁ ପ୍ଲେଇଂ ଇଲେଭେନରେ ଜାଗା ମିଳିନଥିଲା । ଅନ୍ୟ ଦିଗରେ ଓ୍ୱାଶିଂଟନ୍ ସୁନ୍ଦରଙ୍କୁ ସୁଯୋଗ ମିଳିଥିଲା । ହେଲେ ସେ ପ୍ରଭାବି ପ୍ରଦର୍ଶନ କରିପାରିନଥିଲେ । ଯାହାକୁ ନେଇ କୋଚ୍ ଏବଂ କ୍ୟାପ୍ଟେନଙ୍କୁ ସମସ୍ତେ ପ୍ରଶ୍ନ କରୁଛନ୍ତି ।

ଏହି ଖବରଟି ପଢନ୍ତୁ... ବେଙ୍ଗଲର ଦିଗ୍ଗଜ ନେତା ମୁକୁଲ ରାୟଙ୍କ ୭୧ ବର୍ଷରେ ନିଧନ, ଦୀର୍ଘଦିନ ଧରି ଥିଲେ ଅସୁସ୍ଥ

ଅତିରିକ୍ତ କୋଚ୍ ରାୟନ ଟେନ୍ ଙ୍କ କହିବାନୁସାରେ, ଦଳ ଚୟନକୁ ନେଇ ଦୀର୍ଘ ରାତି ଯାଏଁ ବୈଠକ ହୋଇଥିଲା । ହେଲେ ଯେଉଁ ନିଷ୍ପତ୍ତି ନିଆଯାଇଥିଲା ତାହା ବିବାଦୀୟ ଥିଲା । ଅକ୍ଷର ଚୂଡାନ୍ତ ଏକାଦଶରେ ସ୍ଥାନ ପାଇନଥିଲେ । ଓ୍ୱାଶିଂଟନ ସୁନ୍ଦର ଅକ୍ଷରଙ୍କ ଜାଗାରେ ସାମିଲ ହୋଇଥିଲେ ।

ଦେଖିବାକୁ ଗଲେ ଅକ୍ଷର ହେଉଛନ୍ତି ଉପଯୋଗୀ ଖେଳାଳି । ସେ ଭଲ ଅଲରାଉଣ୍ଡର । ବ୍ୟାଟିଂ ସହ ବୋଲିଂରେ ସେ ଆଗରେ । ଓ୍ୱାଶିଂଟନଙ୍କଠୁ ଅକ୍ଷରଙ୍କ ରେକର୍ଡ ଭଲ ରହିଛି । ପୂର୍ବରୁ ଟି୨୦ ବିଶ୍ୱକପରେ ୫ ନମ୍ବର ସ୍ଥାନରେ ବ୍ୟାଚିଂ କରିଛନ୍ତି ଅକ୍ଷର । ଦଳକୁ ମଜବୁତ ସ୍ଥିତିରେ ପହଁଚାଇଛନ୍ତି । ଅନ୍ୟ ଦିଗରେ ମ୍ୟାଚରେ ସୁନ୍ଦର ମାତ୍ର ୨ ଓଭର ବୋଲିଂ କରିଥିଲେ । ଏଥିରେ ସେ ୨୭ ରନ୍ ବ୍ୟୟ କରିଥିଲେ । କୌଣସି ଓ୍ୱିକେଟ୍ ହାସଲ କରିନଥିଲେ । ୫ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ମଧ୍ୟ ମାତ୍ର ୧୧ ରନ୍ କରିଥିଲେ । ସେ ବ୍ୟାଟିଂ ବେଳେ ଅସୁବିଧା ସାମ୍ନା କରୁଥିବା ଏବଂ ଆତ୍ମବିଶ୍ୱାସର ଅଭାବ ରହୁଥିବା ସ୍ପଷ୍ଟ ବାରି ହୋଇ ପଡୁଥିଲା ।

ସେହିପରି ଅଭିଷେକ ଶର୍ମା ଏବଂ ତିଲକ ବର୍ମା ଫର୍ମରେ ନାହାଁନ୍ତି । ତାଙ୍କ ଜାଗାରେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିପାରିଥାନ୍ତା । କିନ୍ତୁ ଦଳ ବାରମ୍ବାର ଏହି ଦୁଇ ବ୍ୟାଟରଙ୍କୁ ସୁଯୋଗ ଦେଉଛି । ଉଭୟେ ଟୁର୍ଣ୍ଣାମେଣ୍ଟରେ ସବୁଠୁ ଖରାପ ପ୍ରଦର୍ଶନ କରିଛନ୍ତି । ବ୍ୟାଟରୁ ରନ୍ ବାହାରୁନି । ଭାରତ ଉପରେ ଚାପ ପଡୁଛି । ଟପ୍ ଅର୍ଡର ଫେଲ୍ ହେଉଥିବାରୁ ଦଳ ଦୁର୍ବଳ ଟିମ୍ ବିରୋଧରେ ବଡ ସ୍କୋର କରିପାରୁ ନାହିଁ ।

ଦଳ ପାଖରେ ଆଉ ଦୁଇଟି ମ୍ୟାଚ୍ ଅଛି । ଏହା ପୂର୍ବରୁ ଖେଳାଳିମାନେ ନିଜର ତ୍ରୁଟି ସୁଧାରିବା ଦରକାର । ନଚେତ୍ ସେମି ରେସରୁ ଦଳ ବିଦା ହେବା ଥୟ ।