LIVE TV

ଆତ୍ମହତ୍ୟା କଲେ ପୂର୍ବତନ କ୍ରିକେଟର ଚେତେଶ୍ବର ପୂଜାରାଙ୍କ ଶାଳକ

NEWS7
aditya-dash-murder-case-chinmayee-fir-against-bidyashree

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଚେତେଶ୍ୱର ପୂଜାରାଙ୍କ ଶଳା ଆତ୍ମହତ୍ୟା କରିଥିବା ନେଇ ଖବର ଆସିଛି । ପୂଜାରାଙ୍କ ଶଳା ଜିତ୍ ପାବାରୀ ଆତ୍ମହତ୍ୟା କରିଛନ୍ତି। ଗତ ବର୍ଷ ନଭେମ୍ବର ୨୬ ତାରିଖରେ ପାବାରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା । ଏହାର ଗୋଟିଏ ବର୍ଷ ପରେ ଜିତ ଆତ୍ମହତ୍ୟା କରିଛନ୍ତି । ପାବାରୀ ନିଜ ଘରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଘଟଣାଟି ଘଟିବା ସମୟରେ ପୂଜାରା ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ କମେଣ୍ଟ୍ରି କରୁଥିଲେ। ଉଲ୍ଲେଖନୀୟ ଯେ, ନଭେମ୍ବର ୨୦୨୪ରେ ପୂଜାରାଙ୍କ ଶାଳକ ଜିତ ପାବାରୀଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଦାଖଲ କରାଯାଇଥିଲା । ତାଙ୍କ ପୂର୍ବତନ ପ୍ରେମିକା ଏହି ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ପୀଡ଼ିତା ଦାବି କରିଥିଲେ ଯେ, ଜିତ ତାଙ୍କ ସହିତ ନିର୍ବନ୍ଧ ପରେ ଅନେକ ଥର ଶାରୀରିକ ସମ୍ପର୍କ ରଖିଥିଲେ । ପରେ ପାବାରୀ କୌଣସି କାରଣ ନଦେଇ ବିବାହ ଭାଙ୍ଗି ଦେଇଥିଲେ ଏବଂ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲେ।

ସେ ଆହୁରି ମଧ୍ୟ ଅଭିଯୋଗ କରିଥିଲେ ଯେ, ପୂଜାରାଙ୍କ ନାଁରେ ତାଙ୍କୁ ବାରମ୍ବାର ଧମକ ଦିଆଯାଉଥିଲା। ମହିଳା ଜଣଙ୍କ ଜିତ ପାବାରୀଙ୍କ ବିରୁଦ୍ଧରେ ଆକ୍ରମଣର ଅଭିଯୋଗ ମଧ୍ୟ କରିଥିଲେ। ସୂଚନା ଅନୁଯାୟୀ, ଜିତ୍ କିଛି ସମୟ ଧରି ଡିପ୍ରେସନରେ ପୀଡିତ ଥିଲେ। ରିପୋର୍ଟ ଅନୁସାରେ, ରାଜକୋଟରେ ରହୁଥିବା ଜିତ ପାବାରୀ ତାଙ୍କ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ପଡ଼ୋଶୀମାନେ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଆତ୍ମହତ୍ୟା ମାମଲା ରୁଜୁ କରିଛି । ହେଲେ ଜିତ୍ଙ୍କ ପାଖରୁ କୌଣସି ସୁଇସାଇଡ୍ ନୋଟ ମିଳିନାହିଁ ।