LIVE TV

ଘଟଗାଁ ରେଞ୍ଜରେ ବୁଲୁଛି ବାଘ, ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ

NEWS7
adhar-not-proof-of-indian-national-says-bombay-hc

ଘଟଗାଁ ୨୨।୧୦ :  ସାବଧାନ ବୁଲୁଛି ବାଘ । କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜରେ ଏକ କଲରାପତରିଆ ବାଘ ବୁଲୁଥିବାର ସୂଚନା ମିଳିଛି । ଏପିରିକି ସେହି ଅଞ୍ଚଳରେ ବାଘର ପାଦ ଚିହ୍ନ ଠାବ ହୋଇଥିବା ସୂଚନା ।

ଖବର ଅନୁଯାୟୀ, ଘଟଗାଁ ରେଞ୍ଜ ବାଲିପୋଖରୀ ବିଟ୍ ଅଧିନସ୍ତ ବାରବାଙ୍କ ଜଙ୍ଗଲରେ କଲରାପତରିଆ ବାଘପାଦ ଚିହ୍ନ ଠାବ ହୋଇଛି । ବାଘକୁ ଟ୍ରାକ କରିବା ପାଇଁ ବନବିଭାଗ ଜଙ୍ଗଲରେ କ୍ୟାମେରା ଲଗାଇଥିବା ସୂଚନା । ବାଘ ପାଦ ଚିହ୍ନ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳର କୋଳିମାଟି, ଦୁଧିଆନାଳି, ବାଲିପୋଖରୀ ଗ୍ରାମବାସୀ ଭୟଭୀତ ହୋଇଛନ୍ତିଅନ୍ୟପଟେ ଜଙ୍ଗଲ ଯିବା ପାଇଁ ସ୍ଥାନୀୟ ଲୋକଙ୍କୁ ବାରଣ କରିବା ସହିତ ସତର୍କ ରହିବାକୁ କହିଛି ଘଟଗାଁ ବନବିଭାଗ