ଗଞ୍ଜାମ ଜିଲାରେ ବଢ଼ୁଛି ସଡ଼କ ଦୁର୍ଘଟଣା, ରୋକିବାକୁ ବିହିତ ପଦକ୍ଷେପ ଗ୍ରହଣ ପାଇଁ ଦାବି

NEWS7
actress-anushka-shetty-joins-koo-app-after-kangana-ranaut-shares-first-post-for-fan

ବ୍ରହ୍ମପୁର: ଗଞ୍ଜାମରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହାର ବଢ଼ିବାରେ ଲାଗିଛି। ୨୦୨୪ ଅପେକ୍ଷା ୨୦୨୫ରେ ଜିଲ୍ଲାରେ ପ୍ରାୟ ୧୯ ପ୍ରତିଶତ ବଢ଼ିଛି ଦୁର୍ଘଟଣା ଓ ମୃତ୍ୟୁ ହାର ବୃଦ୍ଧି ପାଇଛି। ତେଣୁ କେମିତି ଏହାକୁ ରୋକାଯାଇପାରିବ ? ଏହି ଚିନ୍ତା ଏବେ ଘାରିଛି ଜିଲ୍ଲା ପ୍ରଶାସନକୁ। ଏମିତିରେ ଦୁର୍ଘଟଣା ରୋକିବା ଉଦ୍ୟମରେ ଜିଲ୍ଲା ପ୍ରଶାସନ ୧୦ଟି ଦୁର୍ଘଟଣାପ୍ରବଣ ଅଞ୍ଚଳ ଚିହ୍ନଟ କରିଛି। ଯେଉଁଥିରେ ରହିଛି ଛତ୍ରପୁର କଲେଜ ଛକ ସହ ଡିଆରଡିଏ, ପୁକୁଡ଼ିବନ୍ଧ ଛକ ଓ ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ଛକ ଆଦି।

ରିପୋର୍ଟ ଅନୁସାରେ, ଗଞ୍ଜାମ ଜିଲ୍ଲାରେ ୨୦୨୪ ବର୍ଷରେ ୮୧୮ଟି ଦୁର୍ଘଟଣାରେ ୩୯୧ ଜଣକ ମୃତ୍ୟୁ ହୋଇଥିବା ବେଳେ ୨୦୨୫ ବର୍ଷରେ ୯୨୫ଟି ଦୁର୍ଘଟଣାରେ ୪୬୮ ଜଣଙ୍କ ଜୀବନ ଯାଇଛି। ଏମିତିରେ ଦୁର୍ଘଟଣା ରୋକିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି।

ସେପ ବ୍ଲାକ ସ୍ପଟ ଅଞ୍ଚଳକୁ ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି ଗଞ୍ଜାମ ଜିଲାପାଳ ଭି.କିର୍ତ୍ତୀ ଭାସନ, ଗଞ୍ଜାମ ଏସପି ସୁଭେନ୍ଦୁ କୁମାର ପାତ୍ର ,ଗଞ୍ଜାମ ଆରଟିଓ ଇଂ.ଦେବାଶିଷ ସ୍ୱାଇଁ ପ୍ରମୁଖ। ଆଇଟିଆଇ ଛାତ୍ର/ଛାତ୍ରୀମାନଙ୍କ ଦ୍ୱାରା ନିର୍ମିତ କରାଯାଇଥିବା ବ୍ୟାରେକିଟ ବ୍ଲାକ ସ୍ପଟ ଅଞ୍ଚଳରେ ଲଗାଯାଇଛି। ଦୁଇ ପାର୍ଶ୍ବରେ ପୁଲିସ ମୁତୟନ ରହୁଛନ୍ତି । ଉକ୍ତ ସ୍ଥାନରେ ହେଲିମେଟ ଯାଞ୍ଚ କଡ଼ାକଡ଼ି କରିବାକୁ କୁହାଯାଇଛି । ଜିଲ୍ଲାରେ ପ୍ରଥମେ ୪ଟି ସ୍ଥାନ ଛତ୍ରପୁର କଲେଜ ଛକ, ଡିଆରଡିଏ, ପୁକୁଡିବନ୍ଧ ଛକ ଓ ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ଛକରେ ସ୍ମାର୍ଟ ଟ୍ରାଫିକ ଲାଇଟ ମ୍ୟାନେଜମେଣ୍ଟ ସିଷ୍ଟମର ବ୍ୟବସ୍ଥା କରାଯିବ।

ପରବର୍ତ୍ତୀ ସମୟରେ ଅନ୍ୟ ସ୍ଥାନ ଚିହ୍ନଟ କରାଯାଇ ଆବଶ୍ୟକ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଟ୍ରାଫିକ କଣ୍ଟ୍ରୋଲ ପାଇଁ ୫୦ଟି ଟ୍ରାଫିକ ୱାଡେନ, ଜିଲ୍ଲାରେ ୨୫ଟି ସ୍ଥାନ ଆଇଏମଏସ କ୍ୟାମେରା, ଅଟୋମେଟିକ ଚାଲାଣ କାଟିବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଆରଟିଓ ଇଂ.ଦେବାଶିଷ ମିଶ୍ର ।