ବିଜେଡି ସଙ୍ଗଠନ ପୁନର୍ଗଠନକୁ ନେଇ ଦେବାଶିଷ ସାମନ୍ତରାୟଙ୍କ ଅସନ୍ତୋଷ, ନୂଆ ନିଯୁକ୍ତିକୁ କଲେ କଡ଼ା ସମାଲୋଚନା

NEWS7
actor-surendra-bantwal-found-dead-at-his-apartment

କଟକ: ବିଜେଡି ସଙ୍ଗଠନ ପୁନର୍ଗଠନକୁ ନେଇ ଅସନ୍ତୋଷ ପ୍ରକାଶ କଲେ ବରିଷ୍ଠ ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ମଙ୍ଗଳବାର କଟକରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଦେବାଶିଷ ନୂଆ ନିଯୁକ୍ତିକୁ କଡ଼ା ସମାଲୋଚନା କରିଛନ୍ତି।

ଦେବାଶିଷ କହିଛନ୍ତି, ଦଳ ପାଇଁ ବିଗତ ଦିନରେ ଯେଉଁମାନେ ତ୍ୟାଗ ସ୍ଵୀକାର କରିଛନ୍ତି, ସେମାନଙ୍କୁ ଦଳ ଅଣଦେଖା କରିଛି। ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଏଭଳି ନିଯୁକ୍ତି ପଛରେ ରହିଛନ୍ତି। ଏହା ଦଳ ପାଇଁ ଶୁଭଙ୍କର ନୁହେଁ। ଦଳର କୌଣସି ନେତା ନବୀନ ପଟ୍ଟନାୟକଙ୍କୁ ବିରୋଧ କରୁନାହାଁନ୍ତି ବରଂ ନବୀନଙ୍କ ଅଗୋଚରରେ ଦଳକୁ କ୍ଷତି ପହଞ୍ଚାଇବା ଭଳି କାର୍ଯ୍ୟ କରୁଥିବା ନେତାଙ୍କୁ ବିରୋଧ କରାଯାଉଛି ବୋଲି କହିଛନ୍ତି ଦେବାଶିଷ।

ଏହା ସହ ଦେବାଶିଷ ଆହୁରି କହିଛନ୍ତି, ଯେଉଁମାନେ ଓ୍ଵକଫ ସଂଶୋଧନ ବିଲ୍ ଆଗତ ସମୟରେ ଓ ଅନ୍ୟ କିଛି ପ୍ରସଙ୍ଗରେ ଦଳର ଆଭିମୁଖ୍ୟକୁ ବିରୋଧ କରିଛନ୍ତି, ସେମାନଙ୍କୁ ନୂତନ କର୍ମକର୍ତ୍ତା ନିଯୁକ୍ତିରେ ବାଦ୍ ଦିଆଯାଇଛି। କଟକର କିଛି ଯୁବ ବିଜେଡି ନେତା ଏନେଇ ଆଗାମୀ ଦିନରେ ଦଳ ସୁପ୍ରିମୋଙ୍କୁ ଦେଖା କରିବେ ବୋଲି କହିଛନ୍ତି।