LIVE TV
LIVE TV

ମହିଳା ପ୍ରିମିୟର ଲିଗରେ କୌଣସି ଖେଳାଳିଙ୍କୁ ମିଳିନି ୪ କୋଟି ଟଙ୍କା, ସବୁଠାରୁ ଦାମୀ ପ୍ଲେୟାର ସ୍ମୃତି ମନ୍ଧାନା

NEWS7
acid-attack-in-athamallick-regarding-family-dispute

ନୂଆଦିଲ୍ଲୀ: ମହିଳା ଦିନିକିଆ ବିଶ୍ୱକପ୍-୨୦୨୫ ଚାମ୍ପିଅନ୍ ଭାରତୀୟ ଦଳରେ ସାମିଲ ଥିବା ୧୬ ଜଣ ଖେଳାଳିଙ୍କ ମଧ୍ୟରୁ ୧୫ ଜଣ ମହିଳା ପ୍ରିମିୟର ଲିଗ୍ (WPL)ର ପରବର୍ତ୍ତୀ ସିଜିନରେ ଖେଳିବେ। ଦଳଗୁଡ଼ିକ ଦ୍ୱାରା ୬ ଜଣ ଖେଳାଳିଙ୍କୁ ରିଟେନ୍ ରଖାଯାଇଥିଲା । ନିଲାମୀରେ ୯ ଜଣ ଖେଳାଳିଙ୍କୁ ବିକ୍ରି କରାଯାଇଛି । ସେମାନଙ୍କର ମୋଟ ମୂଲ୍ୟ ୨୨.୬୫ କୋଟି ଟଙ୍କା

ନୂଆଦିଲ୍ଲୀରେ ଗୁରୁବାର ମହିଳା ପ୍ରିମିୟର ଲିଗ୍ ଲାଗି ନିଲାମ ହୋଇଥିଲା। ଦୀପ୍ତି ଶର୍ମା ସର୍ବାଧିକ ୩.୨୦ କୋଟି ଟଙ୍କା ଏବଂ ଶ୍ରୀ ଚରଣୀ ୧.୩୦ କୋଟି ଟଙ୍କା ପାଇଛନ୍ତି । ମହିଳା ପ୍ରିମିୟର ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ସ୍ମୃତି ମନ୍ଧାନାଙ୍କଠାରୁ ଏପର୍ଯ୍ୟନ୍ତ କୌଣସି ଖେଳାଳିଙ୍କୁ ଅଧିକ ଟଙ୍କା ଦିଆଯାଇ ନାହିଁ। ତାଙ୍କୁ ପ୍ରଥମ ସିଜିନରେ ୩.୪୦ କୋଟି ଟଙ୍କାରେ ଆରସିବି ନିଜ ଦଳରେ ସାମିଲ କରିଥିଲା । ଏଥର ତାଙ୍କୁ ୩.୫୦ କୋଟି ଟଙ୍କାରେ ରିଟେନ କରିଛି ଦଳ ।

ମହିଳା ପ୍ରିମିୟର ଲିଗ୍ ଦେଶରେ ମହିଳା କ୍ରିକେଟରଙ୍କ ସ୍ଥିତିକୁ ମଜଭୁତ କରୁଛି । ହେଲେ ଏବେ ପୁରୁଷ କ୍ରିକେଟରଙ୍କ ତୁଳନାରେ ମହିଳାଙ୍କୁ ଖୁବ କମ ଅର୍ଥ ମିଳୁଛି । ଭାରତୀୟ ଝିଅମାନେ ଲିଗ୍ ଦରମା ଦୃଷ୍ଟିରୁ ଆଇପିଏଲର ପୁରୁଷ ଖେଳାଳିଙ୍କଠାରୁ ବହୁତ ପଛରେ ଅଛନ୍ତି। WPL ରେ ଭାରତୀୟ ଖେଳାଳିମାନେ ମୋଟ ୨୨.୬୫ କୋଟି (ପ୍ରାୟ $2.26 ବିଲିୟନ) ପାଇଛନ୍ତି । ସେମାନଙ୍କର ମୂଲ୍ୟ ପୁରୁଷ ଖେଳାଳିମାନଙ୍କ ତୁଳନାରେ ଯଥେଷ୍ଟ କମ୍ । ଆଇପିଏଲରେ ସବୁଠାରୁ ମହଙ୍ଗା ଭାରତୀୟ ଖେଳାଳି ରିଷଭ ପନ୍ତଙ୍କ ମୂଲ୍ୟ ପୂରା ମହିଳା ଟିମ୍ ଠାରୁ ଅଧିକ। ସେ ଗତ ନିଲାମୀରେ ୨୭ କୋଟି (ପ୍ରାୟ $୨.୭ ବିଲିୟନ) ପାଇଥିଲେ। ଏହାର ଅର୍ଥ ହେଉଛି, ପନ୍ତ କେବଳ ବିଶ୍ୱ ଚାମ୍ପିଅନଙ୍କ ୧୫ ଜଣ ଖେଳାଳିଙ୍କ ମିଳିତ ମୂଲ୍ୟ ଅପେକ୍ଷା ୪.୩୫ କୋଟି ଅଧିକ ପାଇଛନ୍ତି।

ମହିଳା ପ୍ରିମିୟର ଲିଗ୍ରେ ୫ଟି ଦଳ ଅଛନ୍ତି । ପ୍ରତ୍ୟେକ ଦଳର ପାଖରେ କେବଳ ୧୫ କୋଟି ଟଙ୍କା ଥାଏ। ଖେଳାଳି କ୍ରୟ କରିବାକୁ ୫ଟି ଦଳ ପାଖରେ ମୋଟ ୭୫ କୋଟି ଟଙ୍କା ରହିଥାଏ। ଅନ୍ୟପକ୍ଷରେ, ଆଇପିଏଲରେ ପ୍ରତ୍ୟେକ ଦଳ ପାଖରେ ୧୨୦ ଟଙ୍କା ରହୁଛି । ଡବ୍ଲୁପିଏଲର ଚତୁର୍ଥ ସିଜିନ୍ ଜାନୁଆରୀ ୯ ରୁ ଫେବୃଆରୀ ୫ ପର୍ଯ୍ୟନ୍ତ ଖେଳାଯିବ। ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ନାଭି ମୁମ୍ବାଇ ଏବଂ ଭଦୋଦରାର ଦୁଇଟି ସ୍ଥାନରେ ଖେଳାଯିବ। ମହିଳା ପ୍ରିମିୟର ଲିଗ୍ ପ୍ରଥମେ ୨୦୨୩ରେ ଆରମ୍ଭ ହୋଇଥିଲା। ମୁମ୍ବାଇ ଇଣ୍ଡିଆନ୍ସ ଦୁଇ ଥର ଟାଇଟଲ ଜିତିଛି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୦୨୪ ରେ ଚାମ୍ପିଅନ୍ ହୋଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ତିନିଥର ରନର୍ସଅପ୍ ହୋଇଥିଲା।