LIVE TV

ପୀତବାସ ପଣ୍ଡା ମର୍ଡର ମାମଲା, ଏସ୍‌ପିଙ୍କ ମୁହଁରେ ହତ୍ୟାର A ଟୁ Z ପ୍ଲାନ୍....

NEWS7
accused-written-cause-on-wall-after-killed-youth-in-khurda-up

ଭୁବନେଶ୍ୱର ୨୨। ୧୦ : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ବ୍ରହ୍ମପୁର ଏସ୍‌ପି ସାମ୍ବାଦିକ ସମ୍ମିଳନୀ ଜରିଆରେ ହତ୍ୟାକାଣ୍ଡର ପୁରା ପ୍ଲାନ ଜଣାଇଥିଲେ । କେମିତି ହତ୍ୟା କରିଥିଲେ...ଆଉ କିଏ କିଏ ଏହି ପ୍ଲାନରେ ସାମିଲ ଥିଲେ। ପୁରା ଘଟଣା ସଂପର୍କରେ ସବିଶେଷ ତଥ୍ୟ ରଖିଛନ୍ତି ବ୍ରହ୍ମପୁର ଏସ୍‌ପି । ଆସନ୍ତୁ ଜାଣିବା କେମିତି ହୋଇଥିଲା ଷଡଯନ୍ତ୍ର ମାୟା ଜାଲ....

ଅକ୍ଟୋବର ୬ ତାରିଖ । ବୈଦ୍ୟନାଥପୁର ଥାନା ଅଞ୍ଚଳରେ ପୀତବାସ ପଣ୍ଡାଙ୍କୁ ପାୟାରିଂ କରି ହତ୍ୟା କରାଗଲା । ଯାହାକୁ ନେଇ ବୈଦ୍ୟନାଥପୁର ଥାନାରେ ୫୧୮ କେସ୍ ନମ୍ବର ରେଜିଷ୍ଟ୍ରି ହେଲା। ଏହାପରେ ପୋଲିସ ଆରମ୍ଭ କଲା ତନାଘନା । ପୀତବାସ ପଣ୍ଡାଙ୍କୁ ହତ୍ୟା ପାଇଁ କୁଆଡେ ସେପ୍ଟେମ୍ବର ମାସରୁ ଯୋଜନା ହୋଇଥିଲା । ମଳୟ ବିଷୋୟୀ ଓ ମଦନ ପଲେଇ ପୁରା ଷଡଯନ୍ତ୍ର କରିଥିଲେ। ମଳୟ ବିଷୋୟୀ ଓ ମଦନ ଦଲେଇଙ୍କ ଜରିଆରେ ଷଡଯନ୍ତ୍ର କରିଥିଲେ ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସ । ସେପ୍ଟେମ୍ବର ୧୦ରୁ ୧୪ ତାରିଖ ମଧ୍ୟରେ ବିହାରରୁ ଏକ ଟିମ୍‌ ବ୍ରହ୍ମପୁର ଆସିଥିଲା । ସେମାନଙ୍କୁ ଆଣିଥିଲେ ମଳୟ ବିଷୋୟୀ ଓରଫ ଉମା । ବ୍ରହ୍ମପୁର ଆସିବା ପରେ ରେକି କରିଥିଲେ । ଉମା ବିଷୋୟୀଙ୍କ ସହଯୋଗୀ ଯୋଗେନ୍ଦ୍ର ରାଉତ ପଶ୍ଚିମବଙ୍ଗରେ ରହୁଥିବା ହିଞ୍ଜିଳିର ବିପିନ ସ୍ୱାଇଁଙ୍କୁ ଡାକିଥିଲେ । ବିପିନ ସ୍ୱାଇଁଙ୍କ କିଛି ସୁଟରଙ୍କ ସହିତ ଚିହ୍ନା ଜଣା ଥିବାରୁ, ସେମାନଙ୍କୁ ଡାକିଥିଲେ । ସେମାନଙ୍କୁ ସୀମାଞ୍ଚଳ ନାୟକ ଠିକ କରିଥିଲେ । ଯୋଗୀ ଓ ଉମାଙ୍କ ନିର୍ଦ୍ଦେଶରେ ମୋଟ୍ ୪ ଜଣ ଏକ ଅଳକାପୁରୀରେ ଏକ ଭଡା ଘରେ ରହୁଥିଲେ।

ମଳୟ ବିଷୋୟୀଙ୍କ ପରିଚିତ ଶୂନ୍ୟଚନ୍ଦ୍ର ଦାସଙ୍କୁ କୁହାଯାଇଥିଲା ଯେ, ଏକ ମେଡିକାଲ କାମ ପାଇଁ ସେମାନେ ଆସିଛନ୍ତି । ଏଠାରେ କିଛି ଦିନ ରହିବେ। ମଳୟ ବିଷୋୟୀ ତାଙ୍କୁ କହିଥିଲେ ଯେ, ଏହି ୪ ଜଣଙ୍କ ଏମକେସିଜିରେ କାମ ଅଛି ବୋଲି ରହିବେ। କିନ୍ତୁ ଉକ୍ତ ୪ ଜଣଙ୍କୁ ପଚାରିବାରୁ ସେମାନେ ଏକ ଘରୋଇ ହସ୍ପିଟାଲରେ କାମ ଥିଲା ବୋଲି କହିଥିଲେ। ଯାହା ପରେ ଶୂନ୍ୟଚନ୍ଦ୍ରଙ୍କ ସନ୍ଦେହ ବଢିଥିଲା । କିନ୍ତୁ ମଳୟ ବିଷୋୟୀ କହିଥିବାରୁ ସେ ବେଶୀ କିଛି କହିନଥିଲେ। ମାତ୍ର ଶୂନ୍ୟଚନ୍ଦ୍ର ଦାସଙ୍କର ଏହି ହତ୍ୟାକାଣ୍ଡରେ କୌଣସି ସମ୍ପୃକ୍ତି ନାହିଁ। ଏହି ୪ ଜଣଙ୍କ ରହିବା ଖାଇବା ଓ ଗାଡି ସୁବିଧା ମଧ୍ୟ ଉମା ଓ ଯୋଗୀ ବୁଝିଥିଲେ।