ପାକିସ୍ତାନରୁ ମୁହଁ ମୋଡିଲେ ଦକ୍ଷ ପ୍ରଫେସନାଲ ! ଦେଶ ଛାଡି ପଳାଇଲେ ଡାକ୍ତର, ଇଞ୍ଜିନିୟର ଏବଂ ଆକାଉଣ୍ଟାଣ୍ଟ

NEWS7
accused-nityananda-can-also-be-interrogated

ନୂଆଦିଲ୍ଲୀ: ପାକିସ୍ତାନରେ ରହିବାକୁ ଚାହୁଁନାହାନ୍ତି ପ୍ରତିଭାଧାରୀ। ଆତଙ୍କୀ ଦେଶରେ ବ୍ରେନ୍ ଡ୍ରେନ୍। ଏହାର ଅର୍ଥ ହେଲା ପାକିସ୍ତାନ ଛାଡ଼ି ଅନ୍ୟ ଦେଶକୁ ପଳାଉଛନ୍ତି ଦକ୍ଷ ପ୍ରଫେସନାଲ। ଅବନତିଶୀଳ ଅର୍ଥନୀତି ଏବଂ ରାଜନୈତିକ ଅସ୍ଥିରତା ମଧ୍ୟରେ ଗତ ଦୁଇ ବର୍ଷ ମଧ୍ୟରେ ହଜାର ହଜାର ଡାକ୍ତର, ଇଞ୍ଜିନିୟର ଏବଂ ଆକାଉଣ୍ଟାଣ୍ଟ ଦେଶ ଛାଡିଛନ୍ତି। ପାକିସ୍ତାନର ସରକାରୀ ରିପୋର୍ଟରେ ପ୍ରକାଶ ପାଇଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ ।

ରିପୋର୍ଟ ଅନୁଯାୟୀ, ଗତ ୨୪ ମାସରେ ପ୍ରାୟ ୫ ଡାକ୍ତର, ୧୧ ହଜାର ଇଞ୍ଜିନିୟର ଏବଂ ୧୩ ହଜାର ଆକାଉଣ୍ଟାଣ୍ଟଙ୍କୁ ହରାଇଛି ପାକିସ୍ତାନ। ଏହି ତଥ୍ୟ ସରକାରଙ୍କ ବିରୁଦ୍ଧରେ ସମାଲୋଚନା ସୃଷ୍ଟି କରିଛି। ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କୁ ସୋସିଆଲ ମିଡିଆରେ ଉପହାସ କରୁଛନ୍ତି ୟୁଜର୍ସ। ଏହି ଗଣ ପ୍ରସ୍ଥାନକୁ " ବ୍ରେନ ଡ୍ରେନ" ବୋଲି କହିଛନ୍ତି।

ସରକାରୀ ପରିସଂଖ୍ୟାନକୁ ଦେଖାଇ ଅସୀମ ମୁନିରଙ୍କୁ ତାତ୍ସଲ୍ୟ କରିଛନ୍ତି ପାକ ନେତା। ପୂର୍ବତନ ସିନେଟର ମୁସ୍ତାଫା ନୱାଜ ଖୋଖର Xରେ ପୋଷ୍ଟ କରି କହିଛନ୍ତି- "ରାଜନୀତିକୁ ସଜାଡ଼ନ୍ତୁ ଏବଂ ଅର୍ଥନୀତିକୁ ସଜାଡ଼ନ୍ତୁ। ପାକିସ୍ତାନ ବିଶ୍ୱର ଚତୁର୍ଥ ବୃହତ ଫ୍ରିଲାନ୍ସିଂ ହବ୍, କିନ୍ତୁ ଇଣ୍ଟରନେଟ୍ ବନ୍ଦ ଦେଶକୁ ୧.୬୨ ବିଲିୟନ ଡଲାର କ୍ଷତି କରୁଛି। ୨.୩୭ ନିୟୁତ ଫ୍ରିଲାନ୍ସିଂ ଚାକିରିକୁ ବିପଦରେ ପକାଇଛି।

ପାକିସ୍ତାନର ଇମିଗ୍ରେସନ ଏବଂ ବୈଦେଶିକ ନିଯୁକ୍ତି ବ୍ୟୁରୋର ରିପୋର୍ଟ ପାକିସ୍ତାନର ମୁଣ୍ଡବିନ୍ଧାର କାରଣ ହୋଇଛି। ଏହି ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୨୦୨୪ରେ ୭.୨୭ ଲକ୍ଷରୁ ଅଧିକ ପାକିସ୍ତାନୀ ବିଦେଶରେ ଚାକିରି ପାଇଁ ପଞ୍ଜୀକରଣ କରିଥିଲେ। ନଭେମ୍ବର ୨୦୨୫ ସୁଦ୍ଧା ଏହି ସଂଖ୍ୟା ୬ ଲକ୍ଷ ୮୭ ହଜାରରେ ପହଞ୍ଚିଥିଲା। ଚିନ୍ତାର ବିଷୟ ହେଉଛି, ପ୍ରବାସ ଆଉ କେବଳ ଶ୍ରମିକ କିମ୍ବା ଉପସାଗରୀୟ ଦେଶଗୁଡ଼ିକରେ ନିଯୁକ୍ତି ଖୋଜୁଥିବା ଲୋକଙ୍କ ମଧ୍ୟରେ ସୀମିତ ନାହିଁ; ଶିକ୍ଷିତ ବୃତ୍ତିଗତମାନେ ମଧ୍ୟ ବହୁ ସଂଖ୍ୟାରେ ଦେଶ ଛାଡି ଯାଉଛନ୍ତି।