ପ୍ରଦର୍ଶନକାରୀଙ୍କ ଉପରେ ନାଇଜେରିଆ ସେନାର ଆଖିବୁଜା ଗୁଳିମାଡ଼, ୯ ମହିଳା ମୃତ

NEWS7
according-to-experts-corona-will-continue-to-grow-for-another-15-days

ନୂଆଦିଲ୍ଲୀ, ୧୦/୧୨:ନାଇଜେରିଆ ସେନାର ହିଟଲରି ଆକ୍ସନ୍ । ନିରସ୍ତ୍ର ପ୍ରଦର୍ଶନକାରୀଙ୍କ ଉପରେ ଆଖିବୁଜା ଗୁଳିମାଡ । ଉତ୍ତର ପୂର୍ବ ନାଇଜେରିଆର ଆଦାମାବା ରାଜ୍ୟରେ ବିରୋଧ ପ୍ରଦର୍ଶନ କରୁଥିବା ମହିଳାଙ୍କ ଉପରେ ଗୁଳିମାଡ ହୋଇଛି । ଯେଉଁଥିରେ ଜଣ ପ୍ରାଣ ହରାଇଛନ୍ତି । ପ୍ରାଣ ହରାଇଥିବା ମହିଳାଙ୍କ ପରିବାର ଲୋକେ ଏନେଇ ଅଭିଯୋଗ କରିଛନ୍ତି ।

ପୀଡିତ ପରିବାରରେ କହିବାନୁସାରେ, ଲାମୁର୍ଦେ ଅଞ୍ଚଳରେ ଦୀର୍ଘ ଦିନ ହେବ ହିଂସାକାଣ୍ଡ ଘଟୁଛି । ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମୁଦାୟ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏଦିଗରେ ସ୍ଥୀନୟ ପୋଲିସ କିମ୍ବା ସେନା କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ସେମାନେ ଅଭିଯୋଗକରି ଆସୁଛନ୍ତି। ତେବେ ସେନା ଏବଂ ପୋଲିସ ଆକ୍ସନ ନେଉ ନଥିବାରୁ ମହିଳାମାନେ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ ପ୍ରଦର୍ଶନ କରୁଥିଲେ । ରାସ୍ତାବନ୍ଦ କରି ସେମାନେ ଧାରଣା ଦେଉଥିଲେ ।

ତେବେ ରାସ୍ତା ରୋକ୍ ହଟାଇବାକୁ ସେନା ମହିଳାଙ୍କ ଉପରେ ଗୁଳିମାଡ କରିଥିଲା । ଯେଉଁଥିରେଜଣ ପ୍ରାଣ ହରାଇଥିବା ବେଳେ୧୦ରୁ ଅଧିକ ଆହତ ହୋଇଛନ୍ତି । କିନ୍ତୁ ନାଇଜେରିଆ ସେନା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି । ମହିଳାଙ୍କ ମୃତ୍ୟୁ ସେନା ଗୁଳିରେ ନୁହେଁ ବରଂ ସ୍ଥାନୀୟ ସଙ୍ଗଠନ ଗୁଳିରେ ହୋଇଥିବା ସେନା ସଫେଇ ଦେଇଛି ।

ଅନ୍ୟ ଦିଗରେ ଗୁଳିମାଡ ସେନା କରିଥିବା ପୀଡିତାଙ୍କ ପରିବାର ଲୋକେ କହିଛନ୍ତି । ସେନା କିପରି ଭାବେ ଖୁଲମଖୁଲା ମାନବାଧିକାର ଉଲ୍ଲଙ୍ଘନ କରୁଛି ଘଟଣାରୁ ସ୍ପଷ୍ଟ ଭାବେ ଜଣାପଡୁଥିବା ସେମାନେ ଅଭିଯୋଗ କରିଛନ୍ତି ।