LIVE TV
LIVE TV

ନଦୀ ଜଳ ଦୂଷିତ ହେଲେ ଦାୟୀ ରହିବେ ଅଧିକାରୀ, ନିରନ୍ତର ପରୀକ୍ଷା ନ କଲେ ବନ୍ଦ ହେବ ଦରମା

NEWS7
accident-at-bolangir-2-died

ଭୁବନେଶ୍ବର ୩।୧୨: ନଦୀ ଜଳ ଦୂଷିତ ହେଲେ ଦାୟୀ ରହିବେ ଅଧିକାରୀ । ନିରନ୍ତର ପରୀକ୍ଷା ନ କଲେ ବନ୍ଦ ହେବ ଦରମା । ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ମନ୍ତ୍ରୀ ଆହୁରି କହିଛନ୍ତି ଯେ, ବିଭାଗ ପକ୍ଷରୁ ନଦୀ ଜଳକୁ ୩ ମାସରେ ଥରେ ପରୀକ୍ଷା ହେଉଛି । ଆମେ କହିପାରିବା ନାହିଁ ସବୁ ସ୍ଥାନରେ ନଦୀ ଜଳ ଠିକ୍ ଅଛି । କଳ କାରଖାନାରୁ ବର୍ଯ୍ୟ ବସ୍ତୁ ଆସୁଛି । ନିରନ୍ତର ଭାବେ ନଦୀ ଜଳ ଚେକ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗର ଅଧିକାରୀ ମାନେ ଭୁଲ୍ କଲେ ଗୋଟେ ମାସର ଦରମା ବନ୍ଦ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ବିଧାନସଭା ଗୃହରେ ମଙ୍ଗଳବାର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଉତ୍ତର ରଖି କହିଥିଲେ, ରାଜ୍ୟର ୧ଟି ସ୍ଥାନରେ ନଦୀ ଜଳ ପ୍ରଦୂଷିତ ଅଛି । କଟକରେ କାଠଯୋଡି, ଭୁବନେଶ୍ୱରରେ ଦୟାନଦୀ, ଗଙ୍ଗୁଆ ନାଳ, ଗୋପ ଭିଙ୍ଗାରପୁରର କୁଶଭଦ୍ରା, ରାଉରକେଲାର ବ୍ରାହ୍ମଣୀ ଓ ଗୁରାଡ଼ି ନାଳ ପ୍ରଦୂଷଣ ଥିବା ରିପୋର୍ଟ ହୋଇଛି । ଏହା ମୁଖ୍ୟତଃ ସହରାଞ୍ଚଳ ବର୍ଜ୍ୟଜଳ ନିଷ୍କାସନ, ନଦୀ ଜଳର ଅତ୍ୟଧିକ ବ୍ୟବହାର ଯୋଗୁଁ ପ୍ରଦୂଷିତ ହେଉଛି । ଏସବୁ ଅବବାହିକାରେ ଜଳ ପ୍ରଦୂଷଣ ରୋକିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି ।

ସହରାଞ୍ଚଳ ଅଧିକାରୀ ମାନଙ୍କୁ ପ୍ରଦୂଷଣ ରୋକିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହ ଜିଲ୍ଲା ପ୍ରଶାସନ, ନଗର ଉନ୍ନୟନ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ଜଳ ଯୋଗାଣ ଓ ପରିମଳ ପରିଷଦକୁ ପଦକ୍ଷେପ ନେବାକୁ କୁହାଯାଇଛି । ନଦୀ ପ୍ରଭାବ ବୃଦ୍ଧି, ନଦୀ ସାମ୍ମୁଖ୍ୟ ବିକାଶ, ଶୌଚାଳୟ ନିର୍ମାଣ, ବାହ୍ୟ ମଳମୂତ୍ର ରୋକିବାକୁ ପଦକ୍ଷେପ ନିଆଯାଉଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉତ୍ତର ରଖିଥିଲେ ।