Live Live
LIVE

ଶସ୍ତାରେ ସୁନା ଦେଉଛି ଦୁବାଇ, ମିଳୁଛି ଜବରଦସ୍ତ ଅଫର, କିନ୍ତୁ ଭାରତ ପାଇଁ ଖରାପ ଖବର...ଜାଣନ୍ତୁ କାହିଁକି ?

NEWS7
accident-at-bolangir-2-died

ନୂଆଦିଲ୍ଲୀ, ୦୮ /୦୩: ମଧ୍ୟ ପ୍ରାଚ୍ୟରେ କମୁନି ଉତ୍ତେଜନା । ପରସ୍ପର ଉପରେ ଆକ୍ରମଣ କରୁଛନ୍ତି ଇସ୍ରାଏଲ ଏବଂ ଇାରନ । ଆମେରିକାର ସାମରିକ ଘାଟିକୁ ତେହରାନ ପକ୍ଷରୁ ଚାର୍ଗେଟ୍ କରାଯାଉଛି । ଯୁଦ୍ଧରେ ଏବେସୁଦ୍ଧା ୧୦୦୦ରୁ ଅଧିକ ଜଣ ପ୍ରାଣ ହରାଇଲେଣି । ବୈଶ୍ୱିକ ଅର୍ଥନୀତି ଉପରେ ଲଢେଇର ପ୍ରଭାବ ପଡୁଛି । ପେଟ୍ରୋଲ ପରିବହନ ବନ୍ଦ ଥିବାରୁ ଦାମ୍ ବଢୁଛି । ଏବେ ସୁନା ବଜାର ଉପରେ ଯୁଦ୍ଧର ପ୍ରଭାବ ପଡିଛି ।

ଏହି ଖବରଟି ପଢନ୍ତୁ... ତୀବ୍ର ହେଉଛି ଲଢେଇ : ଲେବାନନରେ ଇସ୍ରାଏଲର ମିସାଇଲ ବର୍ଷା, କୁଏତ ବିମାନବନ୍ଦରରେ ଇରାନର ଆଟାକ୍

ବ୍ଲୁମବର୍ଗ ରିପୋର୍ଟ ଅନୁସାରେ, ଦୁବାଇର ଅନେକ ସୁନା ବ୍ୟବସାୟୀ ଗ୍ରାହକ ଏବଂ ଅନ୍ୟ ବ୍ୟବସାୟୀଙ୍କୁ ରିହାତିରେ ସୁନା କିଣିବାକୁ ଅଫର ଦେଉଛନ୍ତି । ଅନେକ ବିମାନ ଚଳାଚଳ ବନ୍ଦ ଥିବାରୁ ସୁନା ରପ୍ତାନୀ ବାଧାପ୍ରାପ୍ତ ହୋଇଛି । କିଛି ବ୍ୟବସାୟୀ ଆଉନ୍ସ ପିଛା ୩୦ ଡଲାର ରିହାତି ପ୍ରଦାନ କରୁଛନ୍ତି । ଲଜିଷ୍ଟିକ୍ ଅସୁବିଧା ପାଇଁ ସୁନା କାରବାର ଏକ ପ୍ରକାର ଠପ୍ ହୋଇଯାଇଛି ।

ବ୍ୟବସାୟୀମାନେ ନୂଆ ଅର୍ଡର ରଖୁ ନାହାଁନ୍ତି । ବିମାନ ଚଳାଚଳ କରୁନଥିବାରୁ ଦାମୀ ଧାତୁର ଠିକ୍ ଭାବେ ଡେଲିଭରି ହୋଇପାରୁନି । ଅନେକ ଟ୍ରେଡର୍ସ ଅଧିକ ସିପିଂ ଏବଂ ବୀମା ଟଙ୍କା ଦେବାକୁ ରାଜି ନାହାଁନ୍ତି । କାରଣ ସେମାନଙ୍କୁ ଠିକ୍ ସମୟରେ ସୁନା ପହଁଚିବା ନେଇ କୌଣସି ନିର୍ଭର ପ୍ରତିଶ୍ରୁତି ମିଳୁନି । ଗତ ସପ୍ତାହରେ କିଛି ଦିନ ସୁନା ରପ୍ତାନୀରେ ପ୍ରଭାବ ପଡିନଥିଲା । ପରେ କାରବାର ଅଧିକ ପ୍ରଭାବିତ ହୋଇଛି ।

ସୂଚନାଯୋଗ୍ୟ, ସୁନା ଯୋଗାଣରେ ୟୁଏଇ ଖାସ୍ କରି ଦୁବାଇ ବଡ ଭୂମିକା ଗ୍ରହଣ କରିଥାଏ । ଏସିଆ ସମେତ ୟୁରୋପର ଅନେକ ବ୍ୟବସାୟୀ ଦୁବାଇର ସୁନା ଉପରେ ନିର୍ଭର କରିଥାନ୍ତି । ଇରାନର ମିସାଇଲ ଆକ୍ରମଣ ପାଇଁ ବାୟୁପଥ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

ସାଧାରଣତଃ ସୁନା କାର୍ଗୋ ବିମାନରେ ବିଭିନ୍ନ ଦେଶକୁ ଆସିଥାଏ । ଏବେ ଖୁବ୍ କମ୍ ବିମାନ ଉଡୁଛି । ତେବେ ରିହାତି କାରଣରୁ ଭାରତ ଉପରେ ଏବେ ସେତେ ପ୍ରଭାବ ପଡିବନି । ଦେଶରେ ସୁନା ମହଜୁଦ ଅଛି । କିନ୍ତୁ ଯଦି ଉତ୍ତେଜନା ଆଗାମୀ କିଛି ଦିନ ଯାଏଁ ଲାଗି ରହେ ତେବେ ଭାରତରେ ଚାହିଦା ବଢିଯିବ ଏବଂ ସୁନା ଯୋଗାଣ ବାଧାପ୍ରାପ୍ତ ହେଉଥିବାରୁ ଦେଶରେ ଚାହିଦା ବଢିବା ସହ ଦାମ୍ ବି ବଢିବ ।