LIVE TV

ବାଇକକୁ ଧକ୍କା ଦେଲା ଟ୍ରକ, ୨ ମୃତ

NEWS7

ଅନୁଗୋଳ, ୨୬ ।୦୯: ଅନୁଗୋଳ ଜିଲ୍ଲା ଜରପଡା ରେଲୱେ ଓଭର ବ୍ରିଜରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକକୁ ଟ୍ରକ ଧକ୍କା ଦେବା ଫଳରେ ୨ଜଣ ଆରୋହୀ ପ୍ରାଣ ହରାଇଛନ୍ତି।

ଜରପଡାରୁ ଛେଣ୍ଡିପଦା ଯାଇଥିବା ରାସ୍ତା ଏହି ଦୁର୍ଘଟଣା ଘଟିଛି।ତେବେ ପ୍ରାଣ ହରାଇଥିବା ୨ ବାଇକ ଆରୋହୀଙ୍କ ପରିଚୟ ମିଳିପାରି ନାହିଁ । ଦୁର୍ଘଟଣା ଭିଆଇବା ପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

ତେବେ ଜରପଡା ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରିଛି  । ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।