ଅବରାର ଅହମଦଙ୍କୁ ନେଇ ସନରାଇଜର୍ସ ଫ୍ରାଞ୍ଚାଇଜୀଙ୍କୁ ସତର୍କ କଲେ ସୁନିଲ ଗାଭାସ୍କର, ଜାଣନ୍ତୁ କହିଲେ କ’ଣ?

NEWS7
accident-1-dead

  • ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତୀୟ ଫ୍ରାଞ୍ଚାଇଜୀ ଏମିତିରେ ପାକିସ୍ତାନୀ ଖେଳାଳିଙ୍କ ଠାରୁ ଦୂରତା ରଖୁଛନ୍ତି
  • ଯଦି ମାଲିକ ଭାରତୀୟ ତେବେ ଏହି ନିଷ୍ପତ୍ତି ସମ୍ବେଦନଶୀଳ
  • ସନରାଇଜର୍ସ ଲିଡସ୍ ର ମାଲିକାନା କମ୍ପାନୀ ମୁଖ୍ୟ କାବ୍ୟା ମାରନ, ଯିଏ ସନରାଇଜର୍ସ ହାଇଦ୍ରାବାଦର ମଧ୍ୟ ମାଲିକ

ମୁମ୍ବାଇ ୧୬।୩: ଆଇପିଏଲ ୨୦୨୬ ପାଇଁ ମାର୍ଚ୍ଚ ୨୮ରେ ବିଗୁଲ ବାଜିବ, ହେଲେ ସନରାଇଜର୍ସ ହାଇଦ୍ରାବାଦ ମାଲିକ କାବ୍ୟା ମାରନ ଏବେଠୁ ଚର୍ଚ୍ଚାରେ। ନିକଟରେ ହୋଇଥିବା ‘ଦି ହଣ୍ଡ୍ରେଡ’ ଅକ୍ସନରେ କାବ୍ୟା ମାରନଙ୍କ ଟିମ୍ ସନରାଇଜର୍ସ ଲିଡସ୍ ପାକିସ୍ତାନୀ ଖେଳାଳି ଅବରାର ଅହମଦକୁ ନିଜ ଟିମରେ ସାମିଲ କରିଛି। ଏହି ଡିଲ ପରେ ଭାରତୀୟ ଫ୍ୟାନ୍ସ ଅସନ୍ତୁଷ୍ଟ ହୋଇପଡିଛନ୍ତି ଓ ସୋସିଆଲ ମିଡିଆରେ କାବ୍ୟା ମାରନ ଓ ତାଙ୍କ ଆଇପିଏଲ ଫ୍ରାଞ୍ଚାଇଜୀକୁ ଟ୍ରୋଲ କରିବାରେ ଲାଗିଛନ୍ତି। ଏବେ ଏହି ବିବାଦ ଉପରେ ଦିଗ୍ଗଜ କ୍ରିକେଟର ସୁନୀଲ ଗାଭାସ୍କର ମୁହଁ ଖୋଲିଛନ୍ତି। ଗାଭାସ୍କର ଅବରାର ଅହମଦଙ୍କୁ ନେଇ ସନରାଇଜର୍ସ ଫ୍ରାଞ୍ଚାଇଜ ମାଲିକଙ୍କୁ ସତର୍କ କରିଛନ୍ତି।

୧.୯୦ ଲକ୍ଷ ପାଉଣ୍ଡରେ କିଣା ହୋଇଛନ୍ତି ଅବ୍ରାର
ସୁନିଲ ଗାଭାସ୍କର ତାଙ୍କ ସ୍ତମ୍ବରେ ଉଲ୍ଲେଖ କରିଛନ୍ତି ଯେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତୀୟ ଫ୍ରାଞ୍ଚାଇଜୀ ଏମିତିରେ ପାକିସ୍ତାନୀ ଖେଳାଳିଙ୍କ ଠାରୁ ଦୂରତା ରଖୁଛନ୍ତି। ତାଙ୍କ କହିବା କଥା ହେଉଛି ଯେତେବେଳେ କୌଣସି ପାକିସ୍ତାନୀ ଖେଳାଳିଙ୍କୁ ପୈଠ କରାଯାଉଛି ଓ ସେ ନିଜ ଦେଶରେ ଟ୍ୟାକ୍ସ ଦେଉଛନ୍ତି ସେହି ପଇସା ଅପ୍ରତ୍ୟକ୍ଷ ରୂପେ ସେହିସବୁ ଗିତବିଦ୍ଧିକୁ ଯାଉଛି ଯାହା ଭାରତୀୟ ନାଗରିକ ଓ ସୈନିକଙ୍କୁ ବିପଦରେ ପକାଉଛି। ଗାଭାସ୍କର କହିଛନ୍ତି ଯେ ଏହି ପୈଠ କୌଣସି ବିଦେଶୀ ଲିଗ୍ ମାଧ୍ୟମରେ ହେଉ ନା କାହିଁକି ଯଦି ମାଲିକ ଭାରତୀୟ ତେବେ ଏହି ନିଷ୍ପତ୍ତି ସମ୍ବେଦନଶୀଳ। ଉଲ୍ଲେଖଯୋଗ୍ୟ ଯେ ସନରାଇଜର୍ସ ଲିଡସ୍ ନିକଟରେ ‘ଦି ହଣ୍ଡ୍ରେଡ’ ଅକ୍ସନରେ ଅବରାର ଅହମଦକୁ ୧.୯୦ ଲକ୍ଷ ପାଉଣ୍ଡରେ କିଣିଛି। ଏହି ଟିମର ମାଲିକାନା କମ୍ପାନୀ ମୁଖ୍ୟ କାବ୍ୟା ମାରନ, ଯିଏ ସନରାଇଜର୍ସ ହାଇଦ୍ରାବାଦର ମଧ୍ୟ ମାଲିକ।

ବିରୋଧର ସମ୍ମୁଖୀନ ହୋଇପାରେ ଟିମ୍
ପୂର୍ବତନ ଭାରତୀୟ କ୍ୟାପ୍ଟେନ ଟିମ୍ କୋଚ୍ ଡେନିୟଲ ଭିଟୋରୀଙ୍କ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ନ୍ୟୁଜିଲ୍ୟାଣ୍ଡର ଭିଟୋରୀ ବୋଧେ ଏହି ପୁରା ରାଜନୈତିକ ଓ ଭାବନାତ୍ମକ ସନ୍ଦର୍ଭକୁ ସମ୍ପୂର୍ଣ୍ଣ ବୁଝି ନ ପାରନ୍ତି, ହେଲେ ଫ୍ରାଞ୍ଚାଇଜୀ ମାଲିକ ପରିସ୍ଥିତିର ଜଟିଳତାକୁ ବୁଝିବା ଉଚିତ ଥିଲା ଓ ଏହି କ୍ରୟକୁ ରୋକିବାର ଥିଲା। ସୁନୀଲ ଗାଭାସ୍କର ଏହା ବି ଚେତାବନୀ ଦେଇଛନ୍ତି ଯେ ଏହି ନିଷ୍ପତ୍ତି କାରଣରୁ ସନରାଇଜର୍ସ ହାଇଦ୍ରାବାଦକୁ ଭ୍ରାତୀୟ ଫ୍ୟାନଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡିପାରେ। ସେ କହିଛନ୍ତି ଯେ ସବୁ ମ୍ୟାଚ୍ ରେ ପ୍ରଦର୍ଶନ ଓ ବିରୋଧ ଦେଖିବାକୁ ମିଳିବ। ଏହା ବି ସମ୍ଭବ ଯେ ଫ୍ୟାନସ୍ ଟିମ୍ ମ୍ୟାଚରୁ ନିଜକୁ ଦୂରେଇ ରଖି ପାରନ୍ତି। ଶେଷରେ ଗାଭାସ୍କର ଲେଖିଛନ୍ତି ଯେ ଏବେବି ସମୟ ଅଛି ଏହି ନିଷ୍ପତ୍ତିକୁ ଓଲଟାଇ ଦିଆଯାଇପାରେ ଓ ସଠିକ ନିଷ୍ପତ୍ତି ନିଆଯାଉ।