ଶୁଭମନ୍ ଗିଲ୍ ନୁହେଁ, ଏହି ଖେଳାଳିଙ୍କୁ ଟେଷ୍ଟ୍ ଫର୍ମାଟର ଭବିଷ୍ୟତ କହିଲେ ଅଷ୍ଟ୍ରେଲିଆର ମହାନ୍ କ୍ରିକେଟର

NEWS7
abhijeet-bhattacharya-sings-corona-song-praises-this-boy

ନୂଆଦିଲ୍ଲୀ, ୦୮/୦୧: କିଏ ହେବ ଭାରତୀୟ ଦଳର ଭବିଷ୍ୟତ ? ଆଗାମୀ ଦିନରେ କାହା ପାଇଁ ଗହଳି କରିବେ ଫ୍ୟାନ୍ସ ? ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ପରେ କାହାକୁ ଚିଅର୍ସ କରିବେ ପ୍ରଶଂସକ । କିଛି ଏମିତି ପ୍ରଶ୍ନ ଏବେ ଲଗାତାର ଉଠୁଛି । କାରଣ କ୍ୟାରିଅରର ସାୟାହ୍ନରେ ଅଛନ୍ତି ଦୁଇ ଭେଟେରାନ୍ । ଏସବୁ ଭିତରେ ଦୁଇ ତିନି ଖେଳାଳିଙ୍କ ନାଁ ଆସୁଛି । ହେଲେ ସବୁଠୁ ଆଗରେ ଅଛନ୍ତି ଶୁଭମନ୍ ଗିଲ୍ । ଗିଲ୍ ଆଗାମୀ ଦିନରେ ଭାରତର ଷ୍ଟାର୍ ବ୍ୟାଟର ହେବେ ବୋଲି ଅନେକ କହୁଛନ୍ତି । କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ଅଷ୍ଟ୍ରେଲିଆର ମହାନ ଖେଳାଳି ମାର୍କ ଓ୍ୱଗ୍ ।

ମାର୍କ ଓ୍ୱଗ୍ କହିଛନ୍ତି ଯେ, ସେ ଯଶସ୍ୱୀ ଜୟସ୍ୱାଲଙ୍କ ପାଖରେ ଅନେକ ପ୍ରତିଭା ଦେଖିପାରୁଛନ୍ତି । ସବୁ ଫର୍ମାଟରେ ଯଶସ୍ୱୀ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଟେଷ୍ଟ୍ ଏବଂ ଟି୨୦ରେ ସେ ଭଲ ବ୍ୟାଟିଂ କରନ୍ତି । ୨୪ ବର୍ଷୀୟ ଜୟସ୍ୱାଲ ଟେଷ୍ଟରେ ୫୦ ପାଖାପାଖି ଆଭରେଜରେ ବ୍ୟାଟିଂ କରନ୍ତି । ସେ କ୍ୟାରିଅରରେ ୨୫୦୦ ରନ୍ କରିଥିବା ବେଳେ ଦୁଇଟି ଡବଲ ସେଞ୍ଚୁରୀ ରହିଛି । ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଭଳି କଷ୍ଟ ପରିସ୍ଥିତିରେ ସେ ନିଜ ଦକ୍ଷତା ପ୍ରତିପାଦନ କରିବାରେ ସଫଳ ହୋଇଛନ୍ତି ।

ଅନ୍ୟ ଦିଗରେ କିଏ ବିଶ୍ୱର ଆଗାମୀ ବେଷ୍ଟ୍ ପ୍ଲେୟାର ବୋଲି ମାର୍କ ଏବଂ ଇଂଲଣ୍ଡ ଖେଳାଳି ମାଇକେଲ୍ ଭନଙ୍କ ମଧ୍ୟରେ ଏକ ବିତର୍କ ହୋଇଥିଲା । ମାଇକେଲ୍ ମାର୍କଙ୍କ କଥାରେ ସହମତି ଦେଖାଇ ନାହାଁନ୍ତି । ଓଲଟା କହିଛନ୍ତି ଯେ, ହ୍ୟାରୀ ବ୍ରୁକ୍ ଆଗାମୀ ଦିନରେ ବଡ ଖେଳାଳି ହୋଇପାରିବେ । ହ୍ୟାରି ୩୪ଟି ଟେଷ୍ଟରେ ୩୦୦୦ରୁ ଅଧିକ ରନ୍ କରିଛନ୍ତି । ସେ ସମସ୍ତ ଫର୍ମାଟରେ ଖେଳିପାରିବେ । ଆଗାମୀ ୧୦ ବର୍ଷ ଯାଏଁ ହ୍ୟାରୀ ବିଶ୍ୱ କ୍ରିକେଟରେ ରାଜ୍ କରିବେ ବୋଲି ଭନ୍ କହିଛନ୍ତି ।

ସୂଚନାଯୋଗ୍ୟ, ଯଶସ୍ୱୀଙ୍କୁ ଦିନିକିଆରେ ଅଧିକ ସୁଯୋଗ ମିଳୁନି । ସେ ଟେଷ୍ଟ୍ ମୁକାବିଲାରେ ବେଶି ନଜର ଆସୁଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ତାଙ୍କୁ ଗିଲଙ୍କ ଜାଗାରେ ସୁଯୋଗ ମିଳିଥିଲା । ପ୍ରଥମ ଦୁଇଟି ମୁକାବିଲାରେ ସେ ବିଫଳ ହୋଇଥିଲେ । କିନ୍ତୁ ଶେଷ ମ୍ୟାଚରେ ତାଙ୍କ ବ୍ୟାଟରୁ ଜବରଦସ୍ତ ଶତକ ବାହାରିଥିଲା ।