ମନ୍ଦିରରେ ଦୀପ ପ୍ରଜ୍ୱଳନକୁ ବିରୋଧ କରି ସୁପ୍ରିମକୋର୍ଟ ପହଞ୍ଚିଲେ ତାମିଲନାଡୁ ସରକାର, ହାଇକୋର୍ଟଙ୍କ ରାୟକୁ ଦେଲେ ଚ୍ୟାଲେଞ୍ଜ

NEWS7
ab-devilliers-won-25th-man-of-the-match-in-ipl

ନୂଆଦିଲ୍ଲୀ: ମଦୁରାଇର ଥିରୁପ୍ରନକୁନ୍ଦ୍ରମ ପାହାଡ ଉପରେ ସ୍ଥିତ ଦୀପକୁ ପ୍ରଜ୍ୱଳିତ କରିବା ପାଇଁ ହାଇକୋର୍ଟଙ୍କ ଆଦେଶକୁ ତାମିଲନାଡ଼ୁ ସରକାର ଚ୍ୟାଲେଞ୍ଜ କରିଛନ୍ତି । ସୁପ୍ରିମକୋର୍ଟ ଶୁକ୍ରବାର ତାମିଲନାଡ଼ୁ ସରକାରଙ୍କ ଆବେଦନକୁ ସ୍ୱୀକାର କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟା ବାଗଚୀଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲଙ୍କ ଯୁକ୍ତି ଶୁଣିଥିଲେ ଓ କହିଥିଲେ ଯେ ଆବେଦନକୁ ଏକ ଖଣ୍ଡପୀଠ ସାମନାରେ ସୂଚୀବଦ୍ଧ କରିବା ପାଇଁ ବିଚାର କରାଯିବ ।

ମାଦ୍ରାସ ହାଇକୋର୍ଟ ଅରୁଲମିଘୁ ସୁବ୍ରମଣ୍ୟ ସ୍ୱାମୀ ମନ୍ଦିରର ଶ୍ରଦ୍ଧାଳୁଙ୍କୁ ଥିରୁପ୍ରନକୁନ୍ଦ୍ରମ ପାହାଡ଼ ଉପରେ ସ୍ଥିତ ପାରମ୍ପାରିକ କାର୍ତ୍ତିଗଇ ଦୀପମକୁ ପ୍ରଜ୍ୱଳିତ କରିବା ପାଇଁ ମଞ୍ଜୁରି ଦେଇଥିଲେ । ପଥରର ଯେଉଁ ଦୀପ ‘ଦୀପାଥୁନ୍’କୁ ପ୍ରଜ୍ୱଳିତ କରାଯିବାର ଥିଲା, ତାହା ଏକ ଦରଘା ପାଖରେ ଅଛି । ଏହାକୁ ନେଇ ବିବାହ ହୋଇଛି । ମାଦ୍ରାସ ହାଇକୋର୍ଟଙ୍କ ମଦୁରାଇ ଖଣ୍ଡପୀଠ ଗୁରୁବାର ମଦୁରାଇ ଜିଲ୍ଲାଧିକାରୀ ଓ ସହର ପୋଲିସ କମିଶନରଙ୍କ ଏକ ଇଣ୍ଟ୍ରା-କୋର୍ଟ ଅପିଲ୍ ଖାରଜ କରିଦେଇଥିଲେ । ଏହାସହ ଶ୍ରଦ୍ଧାଳୁଙ୍କୁ ଦୀପ ପ୍ରଜ୍ୱଳନ କରିବା ପାଇଁ ମଞ୍ଜୁରି ଦେଇଥିଲେ । ଏହାକୁ ବିରୋଧ କରି ତାମିଲନାଡ଼ୁ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଡିସେମ୍ୱର ୧ରେ ମାଦ୍ରାସ ହାଇକୋର୍ଟର ଜଷ୍ଟିସ୍ ଜିଆର ସ୍ୱାମୀନାଥନଙ୍କ ଏକକ ଖଣ୍ଡପୀଠ ନିଜ ଆଦେଶରେ କହିଥିଲେ ଯେ ଦୀପାଥୁନ୍ ଉପରେ ଦୀପ ପ୍ରଜ୍ୱଳନ କରିବା ଦାୟିତ୍ୱ ଅରୁଲମିଘୁ ସୁବ୍ରମଣ୍ୟ ସ୍ୱାମୀ ମନ୍ଦିରର ଦାୟିତ୍ୱ । ଏହାସହ କହିଥିଲେ ଯେ ଏପରି କରିବା ଦରଘା ଓ ମୁସଲମାନ ସମୁଦାୟର ଅଧିକାର ଅତିକ୍ରମଣ ନୁହେଁ । ତେବେ ଏକକ ଖଣ୍ଡପୀଠର ଆଦେଶ ସତ୍ତ୍ୱେ ଦୀପ ପ୍ରଜ୍ୱଳନ କରାଯାଇ ନଥିଲା । ଡିସେମ୍ୱର ୩ର ଖଣ୍ଡପୀଠ ଶ୍ରଦ୍ଧାଳୁଙ୍କୁ ଦୀପ ପ୍ରଜ୍ୱଳନ କରିବାକୁ କହିଥିଲେ ଓ ସୁରକ୍ଷା ଦାୟିତ୍ୱ ସିଆଇଏସ୍‌ଏଫ୍‌କୁ ଦେଇଥିଲେ । ଏକକ ଖଣ୍ଡପୀଠର ଆଦେଶ ବିରୁଦ୍ଧରେ ମଦୁରାଇର ଜିଲ୍ଲାଧିକାରୀ ଓ ପୋଲିସ କମିଶନର ଇଣ୍ଟ୍ରା-କୋର୍ଟ ଅପିଲ୍ ଦାୟର କରିଥିଲେ । ହାଇକୋର୍ଟ ମଧ୍ୟ ଏହି ଅପିଲ୍‌କୁ ଖାରଜ କରିଥିଲେ ।