LIVE TV
LIVE TV

ସରିଗଲା କି ମ୍ୟାକ୍ସଓ୍ୱେଲଙ୍କ IPL କ୍ୟାରିୟର, ଏଥର ଅକ୍ସନରୁ ଓହରିଲେ ଅଷ୍ଟ୍ରେଲିୟ କ୍ରିକେଟର

NEWS7
aastha-sharma-of-saharanpur-named-in-guinness-book-of-world-records

ନୂଆଦିଲ୍ଲୀ ୦୨/୧୨: ଅଷ୍ଟ୍ରେଲିଆନ କ୍ରିକେଟର । ଗ୍ଲେନ୍ ମ୍ୟାକ୍ସଓ୍ୱେଲ । ମ୍ୟାକ୍ସିମମ୍ ସିକ୍ସ ମାରିବାରେ ସେ ଫେମସ । ତାଙ୍କ ଖେଳର ନଥାଏ ଜବାବ । ମୈଦାନରେ ଥିଲେ ଫଟାଫଟ୍ କ୍ରିକେଟ ଦେଖିବାକୁ ମଜ୍ଜା ଲାଗେ । ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ରେ ଖେଳିଛନ୍ତି ଅନେକ ସ୍ମରଣୀୟ ସିଜନ । ତେବେ କିଛି ସିଜନ୍ରେ ତାଙ୍କର ଫର୍ମକୁ ନେଇ ଉଠିଥିଲା ପ୍ରଶ୍ନ । କାରଣ ଅଷ୍ଟ୍ରେଲିୟ ଅଲରାଉଣ୍ଡର ଖେଳ ସେତେଟା ପ୍ରଭାବିତ ନଥିଲା ।

ପ୍ରଦର୍ଶନ ନୈରାଶଜନକ କହିଲେ ଚଳିବ । ହେଲେ ଏଥର କିନ୍ତୁ ବିଲକୁଲ ତାଙ୍କୁ ମୈଦାନରେ ଦେଖିବାକୁ ମିଳିବନି । କାରଣ ଗ୍ଲେନ୍ ମ୍ୟାକ୍ସୱେଲ୍ ଚଳିତ ବର୍ଷର IPL ନିଲାମରେ ଅଂଶଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ଫାଫ୍ ଡୁ ପ୍ଲେସିସ୍ ଏବଂ ଆଣ୍ଡ୍ରେ ରସେଲଙ୍କ ଅବସର ପରେ ମ୍ୟାକ୍ସୱେଲଙ୍କ ଅବସରକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି । ଅନେକଙ୍କ ମତରେ ଏହା ୩୭ ବର୍ଷୀୟ ଖେଳାଳିଙ୍କ IPL କ୍ୟାରିୟର ଶେଷ । ଯାହା ଅନୁମାନ କରାଯାଉଛି ଲଗାତାର ଆହତ କାରଣରୁ ସେ ଏପରି ନିଷ୍ପତ୍ତି ନେଇଥାଇପରନ୍ତି । ସେ ଆସନ୍ତା ବର୍ଷ ୩୮ ବର୍ଷ ବୟସରେ ପଦାର୍ପଣ କରିବେ ।
​​​​​​​

 
 
 
 
 
 
 
 
 
 
 
 
 
 
 

A post shared by Glenn Maxwell (@gmaxi_32)

ଫଳସ୍ୱରୂପ, ସେ ଆଉ କେବେ IPL ଖେଳିପାରିବେ ନାହିଁ। ତଥାପି, ମ୍ୟାକ୍ସୱେଲ୍ IPL ନିଲାମରୁ ପ୍ରତ୍ୟାହାର କରିବାର କାରଣ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ ଏହା ତାଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ଥିଲା । କିନ୍ତୁ ସେ ଲିଗ୍ ରୁ ପାଇଥିବା ସମସ୍ତ ଶିକ୍ଷା ଏବଂ ଅଭିଜ୍ଞତା ପାଇଁ ଅତ୍ୟନ୍ତ କୃତଜ୍ଞ । ମ୍ୟାକ୍ସୱେଲ୍ କହିଛନ୍ତି ଯେ IPL ତାଙ୍କୁ ଖେଳାଳି ଏବଂ ଜଣେ ବ୍ୟକ୍ତି ଭାବରେ ଉନ୍ନତ କରିଛି।

ସେ ବିଶ୍ୱସ୍ତରୀୟ ଦଳ ଓ ଖେଳାଳିଙ୍କ ସହିତ ଖେଳିବା, ଏକ ମହାନ ଫ୍ରାଞ୍ଚାଇଜ୍ ପ୍ରତିନିଧିତ୍ୱ କରିବା ଓ ଉତ୍ସାହି ଭାରତୀୟ ପ୍ରଶଂସକଙ୍କ ସମ୍ମୁଖରେ ପ୍ରଦର୍ଶନ କରିବା ତାଙ୍କ କ୍ୟାରିୟରର ମୁଖ୍ୟ କଥା ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ ଭାରତର ଶକ୍ତି, ସ୍ମୃତି ଏବଂ ଚ୍ୟାଲେଞ୍ଜ ସର୍ବଦା ତାଙ୍କ ସହିତ ରହିବ । ମ୍ୟାକ୍ସୱେଲ୍ ତାଙ୍କ ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶୀଘ୍ର ସେମାନଙ୍କୁ ପୁଣି ଥରେ ଦେଖିବାକୁ ଆଶା ପ୍ରକାଶ କରିଛନ୍ତି।