LIVE TV

ଭୁବନେଶ୍ୱର ୧ ନମ୍ବର ପରିବା ହାଟରେ ଅଗ୍ନିକାଣ୍ଡ, ହୁତୁ ହୁତୁ ହୋଇ ଜଳୁଛି ପୁରା ମାର୍କେଟ

NEWS7
aarya-2-web-series-first-look-has-been-launched-sushmita-sen-looking-very-dangerous

ଭୁବନେଶ୍ୱର ୨୨।୧୦ : ରାଜଧାନୀରେ ଅଗ୍ନିକାଣ୍ଡ । ଭୁବନେଶ୍ୱର ୧ ନମ୍ବର ହାଟରେ ଭୟଙ୍କର ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳୁଛି ପୁରା ମାର୍କେଟ । ଅଗ୍ନିକାଣ୍ଡ ସଂପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛନ୍ତି । ବର୍ତ୍ତମାନ ଯାଏଁ କେଉଁ କାରଣରୁ ନିଆଁ ଲାଗିଛି । ତାହା ଜଣାପଡିନାହିଁ ।

​​​​​​​ଖବର ଅନୁଯାୟୀ, ବୁଧବାର ଅପରାହ୍ନ ସମୟ । ରାଜଧାନୀରେ ସବୁଠୁ ବ୍ୟସ୍ତବହୁତ ବଜାର ମଧ୍ୟରେ ଅନ୍ୟତମ ୧ ନମ୍ବର ପରିବା ହାଟରେ ହଠାତ୍‌ ଲାଗିଲା ନିଆଁ । ଦେଖୁ ଦେଖୁ ନିଆଁ ବ୍ୟାପିବାରେ ଲାଗିଥିଲା । କିଏ କିଛି ବୁଝିବା ଆଗରୁ ନିଆଁର ପ୍ରକୋପ ଦୃତ ଗତିରେ ମାଡିଚାଲିଥିଲା । ଅନେକ ଦୋକାନ ନିଆଁରେ ଜଳୁଛୁ । ତେବେ ନିଆଁ ଲାଗିଥିବା ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛି । ହେଲେ ବର୍ତ୍ତମାନ ଯାଏଁ ନିଆଁକୁ ଆୟତ୍ତ ହୋଇପାରିନାହିଁ ।