ଗୌହାଟୀରେ ଟିମ୍ ଇଣ୍ଡିଆର ଧମାକା, ଟି-୨୦ରେ ଦ୍ରୁତତମ ୫୦, ପାଓ୍ଵାର ପ୍ଲେରେ ୯୪ ରନ

NEWS7
aamir-khan-and-kiran-rao-attend-close-friends-wedding-together-after-divorce-report

ଗୌହାଟୀ: ବରସାପରା ଷ୍ଟାଡିୟମରେ ଚୌକା ଓ ଛକା ବର୍ଷା। ନ୍ୟୁଜିଲାଣ୍ଡକୁ ଶୋଚନୀୟ ଭାବେ ୮ ଓ୍ଵିକେଟ୍ରେ ହରାଇ ଏବଂ ୧୦ ଓଭରରେ ମ୍ୟାଚକୁ ଜିତି ନେଇ ଅନେକ ରେକର୍ଡ ନିଜ ନାଁରେ କରିଛି। ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ମାତ୍ର ୩.୧ ଓଭରରେ ୫୦ ରନ ପୂରା କରିଛି। ଏହା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ଭାରତର ଏ ପର୍ଯ୍ୟନ୍ତ ଦ୍ରୁତତମ ଅର୍ଦ୍ଧଶତକ। ଏହି ରେକର୍ଡ ମୂଳଦୁଆ ପକାଇଥିଲେ ଇଶାନ କିଶନ ଓ ଅଭିଷେକ ଶର୍ମା। ଏହି ଦୁଇ ବ୍ୟାଟର ପାଓ୍ଵାର ପ୍ଲେରେ କିଓ୍ଵି ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ।

ଏହା ପୂର୍ବରୁ ଭାରତର ଦ୍ରୁତତମ ୫୦ ରନର ରେକର୍ଡ ୩.୪ ଓଭରରେ ଥିଲା। ଏହା ୨୦୨୩ରେ ହଙ୍ଗଝଉରେ ବାଂଲାଦେଶ ବିପକ୍ଷରେ କରିଥିଲା ଟିମ୍ ଇଣ୍ଡିଆ। ଭାରତ ନିଜର ଟି-୨୦ ଅନ୍ତର୍ଜାତୀୟରେ ନିଜର ଟପ୍-୫ ଦ୍ରୁତତମ ଅର୍ଦ୍ଧଶତକ ତାଲିକାରେ ନ୍ୟୁଜିଲାଣ୍ଡ(୩.୧ ଓଭର) ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ଅଛନ୍ତି। ଦ୍ଵିତୀୟରେ ବାଂଲାଦେଶ(୩.୪ ଓଭର), ସ୍କଟଲାଣ୍ଡ(୩.୫ ଓଭର), ଅଷ୍ଟ୍ରେଲିଆ(୩.୫ ଓଭର) ଓ ନେପାଳ(୩.୫ ଓଭର) ବିପକ୍ଷରେ ଆସିଛି।

ଟି-୨୦ ଅନ୍ତର୍ଜାତୀୟରେ ଭାରତ ପାଇଁ ଟପ୍-୫ ଦ୍ରୁତତମ ୫୦

୩.୧ ଓଭର ବନାମ ନ୍ୟୁଜିଲାଣ୍ଡ, ଗୌହାଟୀ(୨୦୨୬)

୩.୪ ଓଭର ବନାମ ବାଂଲାଦେଶ, ହଙ୍ଗଝଉ(୨୦୨୩)

୩.୫ ଓଭର ବନାମ ସ୍କଟଲାଣ୍ଡ, ଦୁବାଇ(୨୦୨୧)

୩.୫ ଓଭର ବନାମ ଅଷ୍ଟ୍ରେଲିଆ, ନାଗପୁର(୨୦୨୨)

୩.୫ ଓଭର ବନାମ ନେପାଳ, ହଙ୍ଗଝଉ(୨୦୨୩)

ଏହା ପରେ ଭାରତ ପାଓ୍ଵାର ପ୍ଲେରେ ନିଜର ଦ୍ଵିତୀୟ ସର୍ବାଧିକ ରନ ଏହି ମ୍ୟାଚରେ କରିଛି। ଅଭିଷେକ ଶର୍ମାଙ୍କ ୧୪ ବଲରୁ ୫୧ ରନର ଅର୍ଦ୍ଧଶତକ ବଳରେ ଭାରତ ପାଓ୍ଵାର ପ୍ଲେ ୬ ଓଭରରେ ୯୪ ରନ କରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଯେ କୌଣସି ଦଳ ଦ୍ଵାରା ପାଓ୍ଵାର ପ୍ଲେରେ ସର୍ବାଧିକ ରନ। ଏହା ପୂର୍ବରୁ ଅଷ୍ଟ୍ରେଲିଆ କିଓ୍ଵି ଟିମ୍ ବିପକ୍ଷରେ ପାଓ୍ଵାର ପ୍ଲେରେ ୯୧ ରନ କରିଥିଲା।

ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ପାଓ୍ଵାର ପ୍ଲେରେ ଭାରତର ଟପ୍-୫ ସବୁଠୁ ବଡ଼ ସ୍କୋର

୯୫/୧ ବନାମ ଇଂଲଣ୍ଡ, ଓ୍ଵାଙ୍ଖେଡ଼େ(୨୦୨୫)

୯୪/୨ ବନାମ ନ୍ୟୁଜିଲାଣ୍ଡ, ଗୌହାଟୀ(୨୦୨୬)

୮୨/୨ ବନାମ ସ୍କଟଲାଣ୍ଡ, ଦୁବାଇ(୨୦୦୧)

୮୨/୧ ବନାମ ବାଂଲାଦେଶ, ହାଇଦ୍ରାବାଦ(୨୦୨୪)

୭୮/୨ ବନାମ ଦକ୍ଷିଣ ଆଫ୍ରିକା, ଜୋହାନ୍ସବର୍ଗ(୨୦୧୮)