LIVE TV

ସମୃଦ୍ଧ ଓଡ଼ିଶା ୨୦୩୬ ଉଦଘାଟିତ : ଓଡ଼ିଶାକୁ ୫୦୦ ବିଲିୟନ ଅର୍ଥନୀତିରେ ପହଞ୍ଚାଇବାକୁ ଲକ୍ଷ୍ୟ

NEWS7
aam-admi-party-to-fight-in-6-state-in-2022-election

ଭୁବନେଶ୍ବର ୨୫।୧୧: ସମୃଦ୍ଧ ଓଡ଼ିଶା ୨୦୩୬ ଉଦଘାଟିତ । ଓଡ଼ିଶା ସରକାର ଏବଂ ଉତ୍କଳ ଚ୍ୟାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ଼ ଆନୁକୂଲ୍ୟରେ ଉଦଘାଟିତ ହୋଇଛି ସମୃଦ୍ଧ ଓଡ଼ିଶା ୨୦୩୬ କାର୍ଯ୍ୟକ୍ରମ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦଘାଟିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଉପସ୍ଥିତ ଅଛନ୍ତି । ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟରେ ଶିଳ୍ପ ବିଭାଗର ଭିଜନ ନେଇ ଦୁଇ ଦିନ ଧରି ହେବ ମାନସ ମନ୍ଥନ । ଯାହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୦୩୬ରେ ଓଡ଼ିଶାକୁ ୫୦୦ ବିଲିୟନ ଅର୍ଥନୀତିରେ ପହଞ୍ଚାଇବା ଲକ୍ଷ୍ୟ ରହିଛି । ଏଥିପାଇଁ ଇଣ୍ଡଷ୍ଟ୍ରି ଲିଡର, ନିବେଶକ ଏବଂ ନୀତି ନିର୍ଦ୍ଧାରକ ମାନେ ଯୋଗ ଦେଇଛନ୍ତି ।

ଏହି ଅବସରରେ ମୋହନ ମାଝୀ କହିଛନ୍ତି, ଆଗାମୀ ୧୦ ବର୍ଷ ଓଡ଼ିଶା ପାଇଁ ଡ୍ରିମ୍ ଡିକେଡ । ଗତ ୮୦ ବର୍ଷ ଓଡ଼ିଶାର ଲସ୍ ଡିକେଡ । ଓଡ଼ିଶା ହେବ ହ୍ୟୁମାନ କ୍ୟାପିଟାଲ । ଓଡ଼ିଶାରେ ଶିଳ୍ପ ବିପ୍ଳବ ଆରମ୍ଭ ହୋଇଛି । ଏହା ଓଡ଼ିଶାର ଦିଶା ଆଉ ଦଶା ପରିବର୍ତ୍ତନ କରିବ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟ ଏବେ ୧୨୦ ବିଲିୟନ ଅର୍ଥନୀତିରେ ଅଛି । ୨୦୩୬ ସୁଦ୍ଧା ୫୦୦ ବିଲିୟନ ଅର୍ଥନୀତିରେ ଓଡ଼ିଶାକୁ ପହଞ୍ଚାଇବାକୁ ହେବ । ଆମ ସରକାର ଏବେ ସୁଦ୍ଧା ୫ ଲକ୍ଷ ୬୦ ହଜାର କୋଟିର ୨୬୦ଟି ପ୍ରକଳ୍ପ ଅନୁମୋଦନ କରିଛନ୍ତି । ଯାହାଦ୍ୱାରା ୩ ଲକ୍ଷ ୬୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେଥିରୁ ଗ୍ରାଉଣ୍ଡିଂ ହୋଇ ସରିଛି ୨ ଲକ୍ଷ କୋଟିର ପ୍ରକଳ୍ପ । ସେମିକଣ୍ଡକ୍ଟରରେ ସମସ୍ତ ରାଜ୍ୟ ୧ କଲାବେଳେ ଆମେ ୫ରେ ଅଛୁ । ଓଡ଼ିଶା ଏକ ନମ୍ବରରେ ଅଛି । ଖୁବ୍ଶୀଘ୍ର ଓଡ଼ିଶା ହେବ ହ୍ୟୁମାନ କ୍ୟାପିଟାଲ । ଦକ୍ଷତା ବୃଦ୍ଧି ପାଇଁ ସିଙ୍ଗାପୁର ସହ ଚୁକ୍ତି ହୋଇଛି । ଆଗାମୀ ଦଶନ୍ଧି ପରିବର୍ତ୍ତନର ପରବର୍ତ୍ତୀ ଦଶନ୍ଧି । ୨୦୩୬ ସୁଦ୍ଧା ଅର୍ଥନୀତିରେ ଶ୍ରେଷ୍ଠ ୫ ରାଜ୍ୟରେ ରହିବ ଓଡ଼ିଶା ।

ଏହି ଅବସରରେ ପୂର୍ବ ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଟାର୍ଗେଟ୍ କରି କହିଛନ୍ତି, ସ୍ଥିର ସରକାର ଥାଇ ଓଡ଼ିଶାକୁ ଶିଳ୍ପରେ ଆଗକୁ ନନେବା ଓଡ଼ିଶାକୁ ଧୋକ୍କା । ଶିଳ୍ପରେ ଆଶାନୁରୂପ ଆଗକୁ ବଢ଼ି ପାରିନାହାନ୍ତି । ପୂର୍ବ ୨୪ବର୍ଷ ସ୍ଥିର ସରକାର ଥିଲା । ଶିଳ୍ପରେ ବିପ୍ଳବ କରି ପାରିଥାନ୍ତେ, କିନ୍ତୁ କରିପାରିଲେନି । ଏହା ତାଙ୍କର ଦୂରଦୃଷ୍ଟିରୁ ଅଭାବ ଏବଂ ରାଜନୈତିକ ଇଚ୍ଛାଶକ୍ତିର ଅଭାବ । ଶାସନ ପ୍ରଶାସନକୁ କେବଳ ଇଭେଣ୍ଟ ଭାବି କାର୍ଯ୍ୟକ୍ରମ କରିଥିଲେ । ଗତ ସରକାରରେ ମେକ୍ ଇନ୍ ଓଡ଼ିଶାର ୩ଟି ସଂସ୍କରଣ ହୋଇଥିଲା, ଅନେକ ବୁଝାମଣା ହୋଇଥିଲା । କିନ୍ତୁ ବାସ୍ତବରେ କେତେ ଗ୍ରାଉଣ୍ଡିଂ ହେଲା ତାହା ସମସ୍ତେ ଜଣାଇଛନ୍ତି । ସ୍ଥିର ସରକାରରେ ନିଜେ ନେତୃତ୍ୱ ନେଇ ନକରିବା ଓଡ଼ିଶା ପଛକୁ ନେବା, ଏହା ଓଡ଼ିଶାକୁ ଧୋକ୍କା ।

ଆମ ସରକାର ଆସିବାର ୧୭ ମାସ ଭିତରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛୁ । ୧୭ ଲକ୍ଷ କୋଟି ଟଙ୍କା ନିବେଶ ପାଇଁ ବୁଝାମଣା ପତ୍ର ରାଜ୍ୟ ସରକାରଙ୍କ ସବୁଠୁ ବଡ଼ ଉପଲବ୍ଧି । ଆମ ସରକାର ଇଭେଣ୍ଟ ମ୍ୟାନେଜମେଣ୍ଟରେ ସୀମିତ ନାହିଁ । ଏବେ ସୁଦ୍ଧା ୫ ଲକ୍ଷ ୬୦ ହଜାର କୋଟିର ୨୬୦ଟି ପ୍ରକଳ୍ପ ଅନୁମୋଦନ ହୋଇଛି । ଯାହାଦ୍ୱାରା ୩ ଲକ୍ଷ ୬୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେଥିରୁ ଗ୍ରାଉଣ୍ଡିଂ ହୋଇସରିଛି ୨ଲକ୍ଷ କୋଟିର ପ୍ରକଳ୍ପ । ରିୟଲ ଟାଇମ୍ ଭିତରେ ପ୍ରକଳ୍ପ କରିବାକୁ ଆମ ସରକାର ପ୍ରତିବଦ୍ଧ । ୩୦ଟି ଜିଲ୍ଲାରେ ୬୪ ସ୍ଥାନରେ ଶିଳ୍ପ ହେବ । ଏବେ ୧୪ ଜିଲ୍ଲାରେ ଗ୍ରାଉଣ୍ଡ ବ୍ରେକିଂ କାମ ସରିଲାଣି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।