ବୋମା ଭିଡ଼ିବା ବେଳେ ବିସ୍ଫୋରଣ, ୩ ମହିଳାଙ୍କ ସମେତ ୫ ଆହତ

NEWS7
aadhar-card-wont-be-mandatory-for-buying-sims-from-next-month

ଭୁବନେଶ୍ବର ୨୭।୧: ଭୁବନେଶ୍ବର ଉପକଣ୍ଠରେ ବୋମା ବିସ୍ଫୋରଣ । ରାଜଧାନୀ ସୁନ୍ଦରପଦା ନିୟୁ ଆଜାଦ୍ ନଗରରେ ଛାତ ଉପରେ ବୋମା ବିସ୍ଫୋରଣ ହୋଇଛି । ବୋମା ଭିଡ଼ିବା ବେଳେ ବିସ୍ଫୋରଣ ହୋଇଥିବା ଜଣାପଡିଛି । ବୋମା ବିସ୍ଫୋରଣରେ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ତିନି ଜଣ ମହିଳା ଥିବା ଜଣାପଡିଛି । ଘଟଣାସ୍ଥଳରେ ଏୟାରଫିଲ୍ଡ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।