ବିଧାୟକ ବାବୁ ସିଂଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା, କାହିଁକି କହିଲେ ଏମିତି ?

NEWS7
a-viral-video-on-social-media-claims-that-pm-narendra-modis-beautician-charges-rs-80-lakh-a-month

ଭୁବନେଶ୍ବର ୮।୧: ଆଜି ମୋ ଜନ୍ମଦିନ ନୁହେଁ । ସୋସିଆଲ ମିଡିଆରେ ଏମିତି କିଛି ପୋଷ୍ଟ କରିଛନ୍ତି ଏକାମ୍ର ଭୁବନେଶ୍ବର ବିଧାୟକ ବାବୁ ସିଂ । ବିଧାୟକଙ୍କ ଏମିତି ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଆଲୋଚନା ଚାଲିଛି । ତେବେ କାହିଁକି ବିଧାୟକ ଏମିତି କହିଲେ ? କ’ଣ ରହିଛି ଏହା ପଛର ରହସ୍ୟ ? ଅସଲ କଥା କିଛି ଏମିତି ।

ଗୁରୁବାର ସକାଳୁ ସକାଳୁ କିଛି ଦଳୀୟ ନେତା ଓ କର୍ମୀ ବ୍ୟକ୍ତିଗତ ଭାବେ ଫୋନ୍ କରି ଓ ସୋସିଆଲ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ଏମିତି କି ବାଚସ୍ପତି ସୁରମା ପାଢ଼ୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ବାବୁ ସିଂଙ୍କୁ ଜନ୍ମଦିନ ଓ୍ବିଶ୍ କରିଥିଲେ । ସେ ଲେଖିଥିଲେ,ଏକାମ୍ର-ଭୁବନେଶ୍ବର ବିଧାନସଭା କ୍ଷେତ୍ରର ମାନନୀୟ ବିଧାୟକ ଶ୍ରୀଯୁକ୍ତ ବାବୁ ସିଂଙ୍କୁ ଜନ୍ମ ଦିବସର ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛିl ପ୍ରଭୁ ଶ୍ରୀଲିଙ୍ଗରାଜ ଏବଂ ମାଆ ଗୌରୀ ଆପଣଙ୍କୁ ଜନସେବାନିମିତ୍ତ ଅସୀମ ଶକ୍ତି ପ୍ରଦାନ କରିବା ସହ ଦୀର୍ଘ ଓ ନିରାମୟ ଜୀବନର ଆଶିଷ ଦିଅନ୍ତୁl

ସେହିଭଳିବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ବାବୁ ସିଂଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ସେ ଲେଖିଥିଲେ,ଏକାମ୍ର ବିଧାନସଭା କ୍ଷେତ୍ରର ମାନ୍ୟବର ବିଧାୟକ ଶ୍ରୀ ବାବୁ ସିଂ ମହୋଦୟଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ଆପଣଙ୍କ ଜୀବନ ସୁଖ, ସମୃଦ୍ଧିମୟ ହେଉ ବୋଲି କାମନା କରୁଛି ।

ଏଭଳି କିଛି ସୋସିଆଲ ମିଡିଆ ପୋଷ୍ଟ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଜି ତାଙ୍କ ଜନ୍ମଦିନ ନୁହେଁ ବୋଲି ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସ୍ପଷ୍ଟୀକରଣ ଦେଇଥିଲେ । ସେ ଲେଖିଥିଲେ ଯେ,ସମସ୍ତଙ୍କୁ ସାଦର ପ୍ରଣାମ। ଆଜି ବହୁ ବନ୍ଧୁ ଓ ଗୁରୁଜନ ମୋର ଜନ୍ମ ଦିନ ଅଭିନନ୍ଦନ ଜଣାଉଛନ୍ତି ମାତ୍ର ମୋର ଜନ୍ମ ଦିନ ଆଜି ନୁହେଁ ଜୁଲାଇ ୨ ହେଉଛି ମୋର ଜନ୍ମ ଦିନ ।ତେବେ ଆଜି ଯଦି ତାଙ୍କ ଜନ୍ମଦିନ ନୁହେଁ କିଏ ଏଭଳି ପ୍ରଚାର କରିଛି ତାକୁ ନେଇ ସନ୍ଦେହ ରହିଛି ।