ରାଜସ୍ଥାନରେ ଭୟଙ୍କର ଦୁର୍ଘଟଣା, ଟ୍ରକ୍‌କୁ ଧକ୍କା ଦେଲା କ୍ରୁଜର, ୬ ଜଣକ ଦୁଃଖଦ ମୃତ୍ୟୁ

Published By : Prameya-News7 Bureau | April 26, 2024 IST

ନୂଆଦିଲ୍ଲୀ: ଭୟଙ୍କର ସଡ଼କ ଦୁର୍ଘଟଣାରେ ୬ ଜଣକ ଦୁଃଖଦ ମୃତ୍ୟୁ। ଦୁର୍ଘଟଣାରେ ଜଣେ ଗୁରୁତର ହୋଇପଡ଼ିଛନ୍ତି। ଘଟଣା ଘଟଛି ରାଜସ୍ଥାନର ଅନୂପଗଡ଼ ସଲେମପୁରା ନିକଟସ୍ଥ ଜାତୀୟ ରାଜପଥ ୯୧୧ରେ। ଏଠାରେ  ହାଇଓ୍ବେରେ ଯାଉଥିବା ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେବା କାରଣରୁ କ୍ରୁଜରରେ ଥିବା ୬ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, କ୍ରୁଜରରେ ଥିବା ସାତ ଜଣ ଅନୂପଗଡ଼କୁ ନିଜ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ଗାଁରେ ସମ୍ପର୍କୀୟଙ୍କ ଘରକୁ ଶୋକସଭା ପାଇଁ ଯାଇଥିଲେ। ତେବେ ସେଠାରୁ ସମସ୍ତେ କ୍ରୁଜରରେ କିକରଓ୍ବାଲୀ ଫେରୁଥିଲେ ।

ମାତ୍ର ସଲେମପୁରାରୁ ଏକ କିଲୋମିଟର ପୂର୍ବରୁ ୧୭ ଏସଜିଏମ ନିକଟରେ କ୍ରୁଜର ଡ୍ରାଇଭର, ଆଗରେ ଯାଉଥିବା ଏକ ଟ୍ରକ୍‌କୁ ଓଭରଟେକ କରିବାକୁ ଚେଷ୍ଟା କରୁଥିଲେ। ହେଲେ ଏହି ସମୟରେ ରାୟସିଂହନଗରରୁ ଅନୂପଗଡ଼ ଆଡ଼କୁ ଏକ ବସ୍ ଆସୁଥିଲା। ଏମିତିରେ କ୍ରୁଜର ଓଭରଟେକ୍ ନକରିପାରି ଟ୍ରକ୍‌ ସହ ଧକ୍କା ହୋଇଥିଲା। ଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଛି। ଘଟଣା ପରେ ଟ୍ରେଲର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।

ଦୁର୍ଘଟଣା ପରେ ଆଖପାଖର ଲୋକେ ମୃତକଙ୍କୁ ବାହାରକୁ ବାହାର କରିଥିଲେ। ଘଟଣାସ୍ଥଳରେ ହଇ ଚଇ ସୃଷ୍ଟି ହୋଇଛି। ଲୋକେ ତୁରନ୍ତ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ଆହତ ମହିଳାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କ୍ରୁଜରଟି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। 

ପୋଲିସର ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ଚାରି ମହିଳାଙ୍କ ସହ ଦୁଇ ପୁରୁଷ ଅଛନ୍ତି। ଗୁରୁତର ଆହତ ଜଣେ ମହିଳାଙ୍କୁ ଶ୍ରୀନଗର ରେଫର କରାଯାଇଛି। କ୍ରୁଜର ଡ୍ରାଇଭରଙ୍କ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.