ସୋନିଆ ଓ ରାହୁଲ ଗାନ୍ଧିଙ୍କ ବଢିବ ସମସ୍ୟା, ନ୍ୟାସନାଲ ହେରଲ୍ଡ ମାମଲାରେ ଦିଲ୍ଲୀ ହାଇକୋର୍ଟ କୁ ଗଲା ED

NEWS7
a-student-of-3-plus-built-the-tank-on-a-wooden-stick-congratulations-to-indian-army

ନୂଆଦିଲ୍ଲୀ ୧୯।୧୨: ନ୍ୟାସନାଲ ହେରଲ୍ଡ ସମ୍ପର୍କିତ ମନି ଲଣ୍ଡ୍ରିଂ ମାମଲାରେ ସୋନିଆ ଓ ରାହୁଲ ଗାନ୍ଧିଙ୍କ ସମସ୍ୟା ବଢିପାରେ। ନିକଟରେ ରାଉଜ ଏଭେନ୍ୟୁ କୋର୍ଟର ସ୍ପେଶାଲ ଜଜ୍ ବିଶାଲ ଗୋଗନେ ଇଡି ଚାର୍ଜସିଟ୍ ଉପରେ ସଂଜ୍ଞାନ ନେବାକୁ ମନା କରିଦେଇଥିଲେ। ତେବେ କହିଥିଲେ ଇଡି ଚାହିଁଲେ ଯାଞ୍ଚ ଜାରି ରଖି ପାରିବ। ଏବେ ଟ୍ରାୟଲ କୋର୍ଟର ନିଷ୍ପତ୍ତିକୁ ଇଡି ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି। ଏଥିରେ ଇଡି ଟ୍ରାୟଲ କୋର୍ଟଙ୍କ ନିଷ୍କର୍ସ ଉପରେ ପ୍ରଶ୍ନ ଉଠାଇଛି ଓ ଅଭିଯୋଗ ଉପରେ ଆଗକୁ ବଢିବା ପାଇଁ ଅସ୍ୱୀକାର କରିବା ନିଷ୍ପତ୍ତିର ଅପିଲୀୟ ସମୀକ୍ଷା ଦାବି କରିଛି।

ଇଡି ନିଜ ଚାର୍ଜସିଟ୍ ରେ ସୋନିଆ, ରାହୁଲ ଗାନ୍ଧି, ଶ୍ୟାମ ପିତ୍ରୋଡା, ସୁମନ ଦୁବେ, ସୁନୀଲ ଭଣ୍ଡାରୀ, ୟଙ୍ଗ ଇଣ୍ଡିୟାନ ଓ ଡୋଟେକ୍ସ ମର୍ଚେଣ୍ଡାଇଜ୍ ପ୍ରାଇଭେଟ ଲିମିଟେଡଙ୍କୁ ନାମିତ କରିଥିଲା। ଉଲ୍ଲେଖଯୋଗ୍ୟ ଯେ ୩ ଦିନ ପୂର୍ବେ ଏହି ମାମଲାରେ ସୋନିଆ, ରାହୁଲ ଓ ଅନ୍ୟଙ୍କୁ ଆଶ୍ୱସ୍ତି ମିଳିଥିଲା। ମାମଲାରେ ଇଡି ପକ୍ଷରୁ ଦାଖଲ ଚାର୍ଜସିଟ୍ କୁ ରାଉଜ ଏଭେନ୍ୟୁ କୋର୍ଟ ସଂଜ୍ଞାନ ନେବାକୁ ମନା କରିଦେଇଥିଲେ। କଂଗ୍ରେସ ଏହାକୁ ବଡ଼ ଆଶ୍ୱସ୍ତି ରୂପେ ଦେଖୁଥିଲା। ଇଡି ଏପ୍ରିଲ ୯ ତାରିଖରେ ଅଭିଯୁକ୍ତଙ୍କ ବିରୋଧରେ ପିଏମଏଲଏରେ ଚାର୍ଜସିଟ୍ ଦାଖଲ କରିଥିଲା।

କୋର୍ଟ ଇକୋନମିକ ଅଫେନ୍ସ ୱିଙ୍ଗ (ଇଓଡବ୍ଲୁ ) ପକ୍ଷରୁ ରୁଜୁ ଆବେଦନ ଉପରେ ରାୟ ଦିଆଯାଇଥିଲା। ଏହା ବି କୁହାଯାଇଥିଲା ଯେ ଏଫଆଇଆର ସମ୍ପର୍କିତ ସୂଚନା ଅଭିଯୁକ୍ତଙ୍କୁ ଦିଆଯାଇ ପାରିବ। ନଭେମ୍ବର ୨୦୨୫ରେ ଇଡି ପିଏମଏଲଏ ଧାରା ୬୨(୨)ରେ ଦିଲ୍ଲୀ ପୋଲିସକୁ ଏ ନେଇ ସୂଚନା ଦିଆଯାଇଥିଲା। ଏହି ଧାରାରେ ପୋଲିସ ଇଓଡବ୍ଲୁ ୩ ଅକ୍ଟୋବର ୨୦୨୫ରେ ସୋନିଆ, ରାହୁଲ ଗାନ୍ଧି ଓ ଅନ୍ୟଙ୍କ ବିରୋଧରେ ଏତଲା ରୁଜୁ କରିଥିଲା।