କିଛି ସମୟ ପରେ ହେବ ଗଗନଯାନ ମିଶନ ପାଇଁ ଦ୍ବିତୀୟ ପରୀକ୍ଷଣ; ଇସ୍ରୋ ମୁଖ୍ୟ କହିଲେ- ରଚିବାକୁ ଯାଉଛୁ ଇତିହାସ

Published By : Prameya-News7 Bureau | April 24, 2024 IST

ନୂଆଦିଲ୍ଲୀ: ଗଗନଯାନ ମିଶନ ଜରିଆରେ ଅନ୍ତରୀକ୍ଷ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ। ଏହି କ୍ରମରେ ଏବେ ଆଉ ଏକ ଇତିହାସ ରଚିବା ଲକ୍ଷ୍ୟରେ ଭାରତୀୟ ଅନ୍ତରୀକ୍ଷ ସଂଗଠନ ଇସ୍ରୋ । ପ୍ରକୃତରେ ବୁଧବାର ଇସ୍ରୋ ଟିମ୍‌ ଗଗନଯାନ ମିଶନ ଅନୁଯାୟୀ ଉଡ଼ାଣ ଭରିବାକୁ ଥିବା ମାନବ ବିହୀନ ବିମାନର ଦ୍ବିତୀୟ ପରୀକ୍ଷଣ ମୂଳକ ଉଡ଼ାଣ କରିବାକୁ ଯାଉଛି।

ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ ଆଷ୍ଟ୍ରୋନୋମିକାଲ ସୋସାଇଟି ଅଫ୍‌ ଇଣ୍ଡିଆ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି ଯେ, ଗଗନଯାନ ମିଶନ ପାଇଁ ଏପ୍ରିଲ ୨୪ ବେଶ୍‌ ମହତ୍ତ୍ବପୂର୍ଣ୍ଣ। ଆମେ ଇତିହାସ ରଚିବାଠାରୁ ବେଶି ଦୂରରେ ନାହୁଁ।

ଆହୁରି ପଢ଼ନ୍ତୁ:

ମହିଳା ବୈଜ୍ଞାନିକଙ୍କ ପାଇଁ ସଫଳ ହେଲା ଅଗ୍ନି-୫ ମିଶନ୍‌, ଏବେ ‘ଦିବ୍ୟପୁତ୍ରୀ’ ଭାବେ ପରଚିତ

ଏହା ପୂର୍ବରୁ ଏସ ସୋମନାଥ କହିଥିଲେ ଯ, ଗଗନଯାନ ମିଶନ ଅନୁଯାୟୀ ଏୟାରଡ୍ରପ୍‌ ପରୀକ୍ଷଣ ଏପ୍ରିଲ ୨୪ରେ ହେବ। ଏହା ପରେ ଆସନ୍ତା ବର୍ଷ ଆଉ ଦୁଇ ମାନବ ବିହୀନ ମିଶନ ଲଞ୍ଚ ହେବ। ଆଉ ସବୁକିଛି ଠିକ୍‌ ରହିଲେ, ଆସନ୍ତା ବର୍ଷ ଶେଷ ସୁଦ୍ଧା ମାନବଯୁକ୍ତ ମିଶନ ହେବ।

ଉଲ୍ଲେଖଯୋଗ୍ୟ, ଗଗନଯାନ ମିଶନରେ ତିନି ଅନ୍ତରୀକ୍ଷ ଯାତ୍ରୀ ତିନିଦିନ ପର୍ଯ୍ୟନ୍ତ ମହାକାଶକୁ ଯିବେ। ସେମାନଙ୍କୁ ପୃଥିବୀ କକ୍ଷରୁ ୪୦୦ କିଲୋମିଟର ଦୂରକୁ ଯାଇ ହିନ୍ଦୁ ମହାସାଗରରେ ସୁରକ୍ଷିତ ଭାବରେ ଅବତରଣ କରାଯିବ।

ଇସ୍ରୋ ଅନ୍ତରୀକ୍ଷ ଉଡ଼ାଣ କାର୍ଯ୍ୟକ୍ରମରେ ମାନବଙ୍କୁ ସାମିଲ କରି ସେହି   ଦେଶଙ୍କ ତାଲିକାରେ ସ୍ଥାନ ପକ୍କା କରିବାକୁ ଚାହୁଛି । ଯେଉଁଥିରେ ଆମେରିକା, ରୁଷ ଏବଂ ଚୀନ ସମେତ କିଛି ନିର୍ଦ୍ଧିଷ୍ଟ ଦେଶ ରହିଛନ୍ତି। ମିଶନର ସଫଳତା ସହ ଭାରତ ଏହି କ୍ଷେତ୍ରରେ ମଧ୍ୟ ଆମେରିକା, ରୁଷ ଏବଂ ଚୀନ ସହ ସମକକ୍ଷ ହୋଇପାରିବ।

ତେବେ ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଗଗନଯାନ ପାଇଁ ସମସ୍ତ ସାତ ପରୀକ୍ଷଣମୂଳକ ଉତ୍‌କ୍ଷେପଣ ପୂରା କରିବା ନେଇ ଆଶା ରଖିଛି। ପୁଣି ଆସନ୍ତା ବର୍ଷ ଶେଷ ସୁଦ୍ଧା ମିଶନକୁ ଲଞ୍ଚ କରିବା ନେଇ ସମ୍ଭାବନା ରହିଛି। 

 




  • Gaganyaan mission
  • isrochief
  • ISRO
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.