LIVE TV

ନୂଆପଡ଼ା ଉପନିର୍ବାଚନ, ୫୨ ନେତାଙ୍କୁ ଦାୟିତ୍ଵ ବାଣ୍ଟିଲା ବିଜେଡି

NEWS7
a-pharmacist-was-dismissed-in-dhenkanal-govt-hospital

ଭୁବନେଶ୍ଵର: ନୂଆପଡ଼ା ଉପନିର୍ବାଚନ ପାଇଁ ଉଠୁଛ ପଡ଼ୁଛି ରାଜ୍ୟ ରାଜନୀତି। ତିନି ଦଳର ପ୍ରାର୍ଥୀ ଘୋଷଣା ହେବା ସହ ନୂଆପଡ଼ାରେ ପ୍ରଚାର ଜୋର ଧରିଲାଣି। ଏହି କ୍ରମରେ ବିଜୁ ଜନତା ଦଳ ନିଜ ନେତାଙ୍କୁ ଦାୟିତ୍ଵ ବଣ୍ଟନ କରିଛି। ୨ଟି ବ୍ଲକ ଓ ୨ ଏନଏସି ପାଇଁ ନେତାଙ୍କୁ ଦାୟିତ୍ଵ ବଣ୍ଟନ କରୁଛି। ଦୁଇ ବ୍ଲକ ପାଇଁ ୩୬ ଜଣ ନେତାଙ୍କୁ ଦାୟିତ୍ଵ ଦିଆଯାଇଛି। ନୂଆପଡ଼ା ବ୍ଲକ ପାଇଁ ୧୮, କୋମନା ବ୍ଲକ ପାଇଁ ୧୮ ଜଣଙ୍କୁ ଦାୟିତ୍ଵ ଦିଆଯାଇଛି। ସେହିପରି ୨ ଏନଏସି ପାଇଁ ୧୬ ଜଣ ନେତାଙ୍କୁ ଦାୟିତ୍ଵ ମିଳିଛି। ନୂଆପଡ଼ା ଏନଏସି ପାଇଁ ୮ ଏବଂ ଖରିଆଡ଼ ରୋଡ୍ ଏନଏସି ପାଇଁ ୮ ନେତାଙ୍କୁ  ଦାୟିତ୍ଵ ଦିଆଯାଇଛି। ଏ ନେଇ ଗୁରୁବାର ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ନୂଆପଡ଼ା ବ୍ଲକ ପାଇଁ ୧୮ ନେତା

ନିରଞ୍ଜନ ପୂଜାରୀ, ସଞ୍ଜୟ ଦାସ ବର୍ମା, ଅରୁଣ ସାହୁ, ପ୍ରତାପ ଜେନା, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପ୍ରୀତିରଞ୍ଜନ ଘଡ଼େଇ, ଧ୍ରୁବ ସାହୁ, ମନୋହର ରନ୍ଧାରି, ପ୍ରଦୀପ ଦିସାରୀ, ତୁଷାରକାନ୍ତି ବେହେରା, ବ୍ରଜକିଶୋର ପ୍ରଧାନ, ରମେଶ ଚନ୍ଦ୍ର ବେହେରା, ସାରଦା ପ୍ରସନ୍ନ ଜେନା, ସୁଦର୍ଶନ ହରିପାଲ, ପ୍ରଶାନ୍ତ କୁମାର ବେହେରା,  ଦେବୀ ରଞ୍ଜନ ତ୍ରିପାଠୀ, ନିହାର ରଞ୍ଜନ ବେହେରା।

ନୂଆପଡ଼ା ଏନଏସି ପାଇଁ ୮ ନେତାଙ୍କୁ ଦାୟିତ୍ଵ

ଅତନୁ ସବ୍ୟସାଚୀ ନାୟକ, ସାରଦା ପ୍ରସାଦ ନାୟକ, ଦେବେଶ ଆଚାର୍ଯ୍ୟ, ମନୋରମା ମହାନ୍ତି, ଦୀପାଳି ଦାସ, ଆୟୁବ ଖାଁ, ରିତା ସାହୁ, ସ୍ଵରୂପ ଦାସ।

କୋମନା ବ୍ଲକ ପାଇଁ ୧୮ ନେତା

ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ଅଧିରାଜ ପାଣିଗ୍ରାହୀ, ପୁଷ୍ପେନ୍ଦ୍ର  ସିଂ ଦେଓ, ଯୋଗେଶ ସିଂ, ରବି ନନ୍ଦ, ପ୍ରଦୀପ ମାଝୀ, ନଳିନୀକାନ୍ତ ପ୍ରଧାନ, ବ୍ୟୋମକେଶ ରାୟ, ସୁଶାନ୍ତ କୁମାର ରାଉତ, ସୁବାଶିଷ ଖୁଣ୍ଟିଆ, ଜଗନ୍ନାଥ ସାରକା, ସରୋଜ ମେହେର, ବିଶ୍ଵରଞ୍ଜନ ମଲ୍ଲିକ, ଅବିନାଶ ସାମଲ, ଈଶ୍ଵର ପାଣିଗ୍ରାହୀ,  ରୋହିତ ଯୋଶେଫ ତିର୍କୀ, ଉମାକାନ୍ତ ସାମନ୍ତରାୟ।

ଖରିଆର ରୋଡ୍ ଏନଏସି ପାଇଁ ୮ ନେତା

ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ବିକ୍ରମ ପଣ୍ଡା, କଳିକେଶ ନାରାୟଣ ସିଂହ ଦେଓ, ପ୍ରଦ୍ୟୁମ୍ନ ତ୍ରିପାଠୀ, ସୋଭିକ ବିଶ୍ଵାଳ,  ଗୌତମ ବୁଦ୍ଧ ଦାସ, ପ୍ରଶାନ୍ତ ମୁଦୁଲି, ରୁଦ୍ର ମହାରଥୀ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଆଜି ବିଜେପି ନୂଆପଡ଼ା ଉପନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରି ସାରିଛି। ଏହି ତାଲିକାରେ ଦୁଇ ମୁଖ୍ୟମନ୍ତ୍ରୀ ଓଡ଼ିଶାର ମୋହନ ମାଝୀ, ଛତିଶଗଡ଼ର ବିଷ୍ଣୁଦେବ ସାଏ, ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେବି ସିଂହଦେଓଙ୍କ ସହ ତିନି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ଵିନୀ ବୈଷ୍ଣବଙ୍କ ସହ ଅନେକ ବରିଷ୍ଠ ନେତା ସାମିଲ୍। କଂଗ୍ରେସ ମଧ୍ୟ ତାର ପ୍ରଚାର ତାଲିକା ଜାରି କରି ସାରିଛି।