LIVE TV

କାର୍ଗୋ ବିମାନରେ ଭୟଙ୍କର ନିଆଁ , ଜଳିଗଲେ ୩ ଯାତ୍ରୀ

NEWS7
a-murder-to-his-lover-after-denied-marrige

ନୂଆଦିଲ୍ଲୀ, ୫ |୧୧  : ମର୍ମନ୍ତୁଦ ବିମାନ ଦୁର୍ଘଟଣା । ଯାତ୍ରୀଙ୍କ ମୃତ୍ୟୁ ସହ ୧୧ ଗୁରୁତର । ଏମିତି ଏକ ଘଟଣା ଘଟିଛି ଆମେରିକାର ଲୁଇସଭେଲି ବିମାନବନ୍ଦରରେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ତେବେ ଘଟଣା ପରେ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦିଆଯିବା ସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ରିପୋର୍ଟ ଅନୁସାରେ, ଲୁଇସଭେଲି ସ୍ଥିତ ମହମ୍ମଦ ଅଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଉଡାଣ ଭରିବା ପରେ ଏକ କାର୍ଗୋ ବିମାନ କ୍ରାସ୍ ହୋଇଯାଇଥିଲା । ଏଥିରେ ହଠାତ ନିଆଁ ଲାଗିଯାଇଥିଲା । ତୁରନ୍ତ ବିମାନବନ୍ଦରକୁ ବନ୍ଦ କରାଯାଇ ମୃତାହତଙ୍କୁ ଉଦ୍ଧାର କରାଯାଇଥିଲା । କିନ୍ତୁ ଏହାରି ମଧ୍ୟରେ ଜଣ ପ୍ରାଣ ହରାଇ ସାରିଥିଲେ । ଏପରିକି ଆଗକୁ ମୃତକଙ୍କ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଫେଡେରାଲ ଆଭିଏସନର କହିବା କଥା ହେଲା, କାର୍ଗୋ ଫ୍ଲାଇଟ୍ ୨୯୭୬ ହୋନୋଲୁଲୁ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ସ୍ଥାନୀୟ ସମୟ ଅନୁସାରେ ଟା ୧୫ରେ ହଠାତ ଏଥିରେ ନିଆଁ ଲାଗିଯାଇଥିଲା । ଏହାପରେ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା ।

କୁହାଯାଉଛି ଯେ, ବିମାନରେ ଅଧିକ ମାତ୍ରାରେ ଇନ୍ଧନ ଥିଲା । ତେଣୁ ଏଥିରେ ନିଆଁ ଲାଗିଯାଇଥିଲା । ଯାହା ଫଳରେ ନିଆଁ ଶୀଘ୍ର କକପିଟକୁ ବ୍ୟାପିଥିଲା । ହେଲେ ପ୍ରକୃତ କାରଣ କଣ ତାହା ତଦନ୍ତ ପରେ ହିଁ ଜଣାପଡିବ ।