LIVE TV

ବନ୍ଧୁକ କିଣିବାକୁ ଯାଇ ବେପାରୀଙ୍କୁ ଧରିଲା ପୋଲିସ, ଗୋଟିଏ କାର୍ବାଇନ୍ ଓ ୫ ମାଉଜର ସହ କବ୍‌ଜାରେ ଦୁଇ ସ୍ମଗଲର୍

NEWS7
a-canada-return-girl-died-while-the-balcony-fell-down-due-to-storm

ଭୁବନେଶ୍ବର ୧୧: ଗ୍ରାହକ ସାଜି ଗଲେ, ବେପାରୀକୁ ମାଡ଼ିବସିଲେ । ବନ୍ଧୁକ କିଣିବାକୁ ଯାଇ ବନ୍ଧୁକ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ । ଧରାପଡିଛନ୍ତି ଦୁଇ ବନ୍ଧୁକ ବେପାରୀ ।

​​​​​​​

ସୂଚନାଯୋଗ୍ୟ ଯେ, ବଡ଼ ଧରଣର ଅପରାଧ ଘଟିବା ପୂର୍ବରୁ ସ୍ପେଶାଲ କ୍ରାଇମ୍ ୟୁନିଟ୍ ହାତରେ ଲାଗିଲେ ଦୁଇ ବନ୍ଧୁକ ବେପାରୀ । ଦୁଇ ଆନ୍ତଃରାଜ୍ୟ ଅପରାଧୀଙ୍କୁ ଧରିଲା କମିଶନରେଟ୍ ପୋଲିସ । ଗ୍ରାହକ ସାଜି ଯାଇଥିଲେ ବନ୍ଧୁକ ବେପାରୀ ପାଖକୁ । ମଉକା ଦେଖି ଦୁଇ ବେପାରୀଙ୍କୁ ମାଡ଼ିବସିଲା କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଧରାପଡିଥିବା ଦୁଇ ବେପାରୀଙ୍କ ଠାରୁ ଗୋଟିଏ କାର୍ବାଇନ ସହ ୫ ମାଉଜର, ୯ଟି ଗୁଳି ଜବତ କରିଛି ପୋଲିସ । ବେପାରୀ ଦୁଇ ଜଣଙ୍କ ଠାରୁ ମୋବାଇଲ ଫୋନ୍ ମଧ୍ୟ ଜବତ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହ ।