ପଞ୍ଚମ ଦିନରେ ବିଧାନସଭାରେ ହଟ୍ଟଗୋଳ, ସାଢେ ୧୧ ଯାଏଁ ଗୃହ ମୁଲତବୀ

NEWS7
90-cas-nuclear-scientists-resign-from-china

ଭୁବନେଶ୍ୱର ୨୧।୦୨ : ବିଧାନସଭା ଅଧିବେଶନ । ପଞ୍ଚମ ଦିନରେ ବି ଗୃହ କାର୍ଯ୍ୟ ଅଚଳ । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଏବଂ ନାରାବାଜ । ଶେଷରେ ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ ।

ଏ ଖବର ବି ପଢନ୍ତୁ:-ପଞ୍ଚମ ଦିନରେ ବିଧାନସଭାରେ ହଟ୍ଟଗୋଳ, ସାଢେ ୧୧ ଯାଏଁ ଗୃହ ମୁଲତବୀ

ଖବର ଅନୁଯାୟୀ, ବିଧାନସଭା ବଜେଟ୍‌ ଅଧିବେଶନର ୫ ଦିନ । ସକାଳ ୧୦ ଟା ୩୦ ସମୟରେ ଆରମ୍ଭ ହୋଇଥିଲା ଗୃହ କାର୍ଯ୍ୟ । ପ୍ରଥମ ପ୍ରଶ୍ନକାଳ ଚାଲିଥିଲା । ହେଲେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ହୋହାଲ୍ଲା ଏବଂ ନାରାବାଜି କରିଥିଲେ । ଏପିରିକି ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ପରେ ବି ବିରୋଧୀ ସଦସ୍ୟ ନିଜ ନିଜ ବସିନଥିଲେ । ଶେଷରେ ବାଧ୍ୟ ହୋଇ ବାଚସ୍ପତି ବିଧାନସଭାକୁ ସକାଳ ସାଢେ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।

ଏ ଖବର ବି ପଢନ୍ତୁ:- ୧୧ ବର୍ଷ ପରେ ମହାପ୍ରଭୁଙ୍କ ହାଣ୍ଡି ଭଙ୍ଗା ଯାତ୍ରା, ସେବାୟତ ବିବାଦରୁ ଥିଲା ବନ୍ଦ

ତେବେ ଗତ ୪ ଦିନ ଧରି ବିରୋଧୀ ଦଳ ସଦସ୍ୟ ମାନେ ମଣ୍ଡି ଅବ୍ୟବସ୍ଥା, ଚାଷୀ ସମସ୍ୟା ନେଇ ଆନ୍ଦୋଳନ କରୁଛନ୍ତି । ବାରମ୍ବାର ଗୃହ ମଧ୍ୟକୁ ଆସି ବିରୋଧୀ ସଦସ୍ୟମାନେ ନାରାବାଜି କରୁଛନ୍ତି । ଯାହାଫଳରେ ଗୃହକୁ ମୁଲତବୀ କରୁଛନ୍ତି ବାଚସ୍ପତି । ତେବେ ବିରୋଧୀଙ୍କ ଦାବି ହେଉଛି ଯେ, ଏ ଡବଲ ଇଞ୍ଜିନ ସରକାର । ଚାଷୀ ସମସ୍ୟାକୁ ସମାଧାନ କରିବା ପୁରା ଫେଲ୍‌ । ସେପଟେ ସରକାରୀ ଦଳ ଜବାବ ରଖୁଛି ଯେ, ସରକାର ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ।

ଏ ଖବର ବି ପଢନ୍ତୁ:- ଆମେରିକା କୋର୍ଟ ନିଷ୍ପତ୍ତି ପରେ କ୍ରୋଧର ନିଆଁରେ ଜଳିଲେ ଟ୍ରମ୍ପ, କହିଦେଲେ ଏମିତି...