କୃଷି, ରୋଜଗାର, AI, ପର୍ଯ୍ୟଟନ...ବଜେଟରେ ୧୬ ନୂଆ ପଦକ୍ଷେପ ଘୋଷଣା

NEWS7
9-shop-sealed-in-berhampur

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ରାଜ୍ୟ ସରକାର ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରାଯାଇଛି । ଗତବର୍ଷ ତୁଳନାରେ ବଜେଟ ଆକାରରେ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି । ପ୍ରଶାସନିକ ଖର୍ଚ୍ଚ ପାଇଁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବଜେଟରେ ରାଜ୍ୟ ସରକାର ୧୬ଟି ନୂଆ ପଦକ୍ଷେପ ଘୋଷଣା କରିଛନ୍ତି ।

ବଜେଟରେ ସରକାରଙ୍କ ୧୬ଟି ନୂଆ ଯୋଜନା

1. ଭିବି ଜି ରାମ ଜି – ୫୫୭୫ କୋଟି

2. ସମୃଦ୍ଧ ଅଙ୍ଗନବାଡି ଯୋଜନା - ୬୩୫ କୋଟି

3. ମଡେଲ ମଣ୍ଡି – ୧୦୦ କୋଟି

4. ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା

5. ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ – ୧୦୦ କୋଟି

6. ୱାର୍ଲଡ ଗ୍ରେନ ଷ୍ଟୋରେଜ ପ୍ଲାନ – ୨୪୦ କୋଟି

7. ରେଆର ଆର୍ଥ କରିଡ଼ର - ୧୦ କୋଟି

8. ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରାନ୍ସଫରମେଟିଭ ଇନିସି୍ଏଟିଭ

9. ବିଛିନ୍ନ ଅଂଚଳକୁ ଯୋଗାଯୋଗ – ୧୦୦୦ କୋଟି

10. ଜଗନ୍ନାଥ ଇଣ୍ଟରପ୍ରିଟେସନ ସେଣ୍ଟର

11. ୱାର୍ଲଡ ଟୁରିଜିମ ସେଣ୍ଟର (ପୁରୀ)

12. ଷ୍ଟେଟ ଏଆଇ ମିଶନ - ୨୩ କୋଟି

13. ଟୁରିଜିମ ଲାଣ୍ଡ ବ୍ୟାଙ୍କ ସ୍କିମ - ୧୫୦ କୋଟି

14. ଡାଲଖାଇ – ୨୨୦ କୋଟି

15. ମୁଖ୍ୟମନ୍ତ୍ରୀ ଅର୍ଥ ପରାମର୍ଶଦାତା ପରିଷଦ

16. ଫିଟ୍ ଓଡ଼ିଶା ମିଶନ - ୧୦ କୋଟି