ବାଲିଯାତ୍ରା ୨୦୨୫
LIVE TV

ହାଡ଼ ଭଙ୍ଗା ଜାଡ଼ରେ ଥରୁଛି ଲମତାପୁଟ, ରାଜଧାନୀରେ ରେକର୍ଡ ହେଲା ୧୫ ଡିଗ୍ରୀ ପାରଦ

NEWS7
9-police-man-in-berhampur-tested-corona-positive

ଭୁବନେଶ୍ୱର ୧୩/୧୧: ଲମତାପୁଟରେ ଆରମ୍ଭ ହୋଇଛି ହାଡ଼ ଭଙ୍ଗା ଶୀତ । ପାରଦ ଧୀରେ ଧୀରେ ତଳ ମୁହାଁ ହେବାକୁ ଆରମ୍ଭ ହୋଇ ୧୦ ଡିଗ୍ରୀ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅଞ୍ଚଳରେ ହାଡ଼ ଭଙ୍ଗା ଶୀତ ଲହରୀକୁ ଘନ କୁହୁଡି ସାରା ଅଞ୍ଚଳକୁ ଢାଙ୍କି ରଖୁଛି । ଦିନ ୯ ପର୍ଯ୍ୟନ୍ତ ଘନ କୁହୁଡି ରହୁଥିବାରୁ ଗାଡି ମୋଟର ଯାତାୟାତ ବିଭିନ୍ନ ସମସ୍ୟା ଉପୁଜୁଛି ।

ପାହାନ୍ତିଆରୁ ଘନ କୁହୁଡି ସକାଶେ ଜିରୋ ଭିଜିବିଲିଟି ରହୁଛି । ଦିନର ତାପମାତ୍ରା ୧୫ ଡିଗ୍ରୀ ରହୁଥିବା ବେଳେ ସନ୍ଧ୍ୟା ୫ ଟାରୁ ଶୀତ ଲହରୀ ଆରମ୍ଭ ହୋଇଯାଉଛି । ଶୀତ ସକାଶେ ସନ୍ଧ୍ୟା ୭ ଟାରୁ ମୁଖ୍ୟ ବଜାରରେ ଜନ ଶୂନ୍ୟ ହୋଇଯାଉଥିବାରୁ ବଜାର ଖାଁ ଖାଁ ରହୁଥିବା ଦେଖିବାକୁ ମିଳୁଛି । ଅଞ୍ଚଳବାସୀ ଘର ସମୁଖରେ ନିଆଁ ଲଗାଇ ଶୀତ ଛଡାଉ ଥିବା ବେଳେ ଶୀତ ଆରମ୍ଭରୁ ଥରେଇବା ଆରମ୍ଭ କଲାଣି ।

ଚଳିତ ବର୍ଷା ଲମତାପୁଟ ବ୍ଲକରେ ବର୍ଷାର ପରିମାଣ ଅଧିକା ରହିଥିବା ବେଳେ ପାଣିପାଗ ସୂଚନା ଅନୁଯାୟୀ ଏହି ଅଞ୍ଚଳରେ ଶୀତ ପ୍ରକୋପ ରେକର୍ଡ ଭାଙ୍ଗି ବା ନେଇ ପୂର୍ବାନୁମାନ କରାଯାଇଛି । ସେପଟେ ରାଜଧାନୀ ଭୁବନେଶ୍ୱରରେ ବି ହାଡ଼ଭଙ୍ଗା ଡାଡ ଅନୁଭୂତ ହେଉଛି । ୧୫ ଡିଗ୍ରୀ ପାରଦରେ ଥରୁଛି ଭୁବନେଶ୍ୱର ।