LIVE TV

ପାର୍ବଣ ଋତୁରେ ବଢ଼ିଲା ମଦ ବିକ୍ରି, ଏହି ବ୍ରାଣ୍ଡ୍‌ର ରହିଲା ସବୁଠୁ ଅଧିକ ଚାହିଦା

NEWS7
85-years-old-sell-idli-in-just1-rupees-for-labor

ନୂଆଦିଲ୍ଲୀ: ପାର୍ବଣ ଋତୁରେ ବଢ଼ିଲା ମଦ ବିକ୍ରି । ବିଶେଷ କରି ହ୍ୱିସ୍କି, ସ୍କଚ୍, ରମ୍, ଭୋଡକା, ଜିନ୍ ଏବଂ ଟକିଲା ଭଳି ହ୍ବାଇଟ୍ ସ୍ପିରିଟର ଚାହିଦାରେ ହୋଇଛି ଯଥେଷ୍ଟ ବୃଦ୍ଧି। ରିପୋର୍ଟ ଅନୁସାରେ, କେବଳ ମେଟ୍ରୋ ସହରଗୁଡ଼ିକରେ ନୁହେଁ ବରଂ ଛୋଟ ଟିୟର ୨ ଏବଂ ଟିୟର ୩ ସହରଗୁଡ଼ିକରେ ମଧ୍ୟ ପାର୍ବଣରେ ମଦର ବ୍ୟବହାର ବୃଦ୍ଧି ପାଇଛି। ଯେଉଁଥିରୁ ଜଣାପଡ଼ୁଛି ସାରା ଦେଶରେ ପ୍ରିମିୟମ୍ ଏବଂ ଲଗଜୁରୀ ବ୍ରାଣ୍ଡର ଚାହିଦା ନିରନ୍ତର ବୃଦ୍ଧି ପାଉଛି। ଫଳରେ ଏବେ ଡିସେମ୍ବର ତ୍ରୈମାସିକ ବେଳକୁ ବିକ୍ରିରେ ଆହୁରି ୨୦ ପ୍ରତିଶତ ବୃଦ୍ଧି ପାଇବା ନେଇ ଆଶାବାଦୀ ଅଛନ୍ତି କମ୍ପାନିମାନେ।

ପ୍ରିମିୟମ୍ ସେଗମେଣ୍ଟରେ ଅଧିକ ଚାହିଦା

ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ରାଡିକୋ ଖୈତାନର ମୁଖ୍ୟ ପରିଚାଳନା ଅଧିକାରୀ ଅମର ସିହ୍ନା କହିଛନ୍ତି, ‘‘ଏବର୍ଷ, ପାର୍ବଣ ଋତୁରେ ଆମର ପ୍ରିମିୟମ୍ ଏବଂ ଲଗଜୁରୀ ପୋର୍ଟଫୋଲିଓର ପ୍ରବଳ ଚାହିଦା ରିହିଛି। ଏଥିରୁ ଜଣାପଡ଼ୁଛି ପ୍ରିମିୟମ୍ ସେଗମେଣ୍ଟ ପ୍ରତି ଗ୍ରାହକଙ୍କ ପସନ୍ଦ ବଢ଼ୁଛି। ଭାରତରେ ପର୍ବପର୍ବାଣୀ ସମୟରେ ଚାହିଦା ବଢ଼ିଥାଏ ଏବଂ ଏବର୍ଷର ପ୍ରଦର୍ଶନ ଆଶାଠାରୁ ଅଧିକ ରହିଛି।

ସେ ଆହୁରି କହିଛନ୍ତି, ରାମପୁର ଇଣ୍ଡିଆନ୍ ସିଙ୍ଗଲ୍ ମାଲ୍ଟ ଏବଂ ଜୈସଲମେର୍ ଇଣ୍ଡିଆନ୍ କ୍ରାଫ୍ଟ ଜିନ୍ ଭଲ ଅଭିବୃଦ୍ଧି କରିଛନ୍ତି। ତେଣୁ ଏହି ପାର୍ବଣ ଋତୁଠାରୁ ଆରମ୍ଭ ହୋଇଥିବା ଏହି ଧାରା ଡିସେମ୍ବର ତ୍ରୈମାସିକରେ ମଧ୍ୟ ସକାରାତ୍ମକ ରହିବ ବୋଲି ସେ କହିଛନ୍ତି।’’

କନଫେଡେରସନ ଅଫ୍ ଇଣ୍ଡିଆନ୍ ଆଲକୋହଲିକ୍ ବେଭରେଜ କମ୍ପାନିଜ୍‌ ବା (CIABC)ର ମହାନିର୍ଦ୍ଦେଶକ ଅନନ୍ତ ଏସ୍. ଆୟର କହିଛନ୍ତି, ଏବର୍ଷ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଏହି ଉଦ୍ୟୋଗରେ ବିକ୍ରୟରେ ୧୦ରୁ ୨୦ ପ୍ରତିଶତ ବୃଦ୍ଧି ରହିପାରେ। ଭଲ ମୌସୁମୀ ଏବଂ ଏକ ସକାରାତ୍ମକ ଆର୍ଥିକ ପରିବେଶ ବ୍ୟବହାର କାରଣରୁ ବିକ୍ରିରେ ବୃଦ୍ଧି ହେଇଛି। ଗ୍ରାମାଞ୍ଚଳରେ ମଧ୍ୟ ଖର୍ଚ୍ଚ କ୍ଷମତା ବଢ଼ିଛି ଯାହା ସିଧାସଳଖ ବିକ୍ରୟକୁ ପ୍ରଭାବିତ କରୁଛି। ସେହିଭଳି ଉଦ୍ୟୋଗ ସହିତ ଜଡ଼ିତ ବିଶେଷଜ୍ଞଙ୍କ ମତରେ, ଆସନ୍ତା ମାସଗୁଡ଼ିକରେ ପ୍ରିମିୟମ୍ ଏବଂ ଫ୍ଲେଭର ସେଗମେଣ୍ଟରେ ବ୍ୟବହାର ଆହୁରି ବଢ଼ିପାରେ।