ଜାତୀୟ ଗୀତ ‘ବନ୍ଦେ ମାତରମ୍’ ନେଇ ନୂଆ ବିଜ୍ଞପ୍ତି, କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ନିର୍ଦ୍ଦେଶନାମା

NEWS7
83-gram-brown-sugar-seized-in-bhubaneswar

ନୂଆଦିଲ୍ଲୀ ୧୧/୦୨: ଜନ ଗଣ ମନ ପୂର୍ବରୁ ବନ୍ଦେ ମାତରମ୍ । ଜାତୀୟ ସଙ୍ଗୀତ ଜନ ଗଣ ମନ ପୂର୍ବରୁ ବାଧ୍ୟତାମୂଳକ ବନ୍ଦେ ମାତରମ୍ । କେନ୍ଦ୍ର ସରକାରଙ୍କ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ନିର୍ଦ୍ଦେଶାବଳୀ । ଭାରତର ଜାତୀୟ ଗୀତ ‘ବନ୍ଦେ ମାତରମ୍’ ନେଇ ନୂଆ ବିଜ୍ଞପ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶାନାମା ।

ପଦ୍ମ ପୁରସ୍କାର ଓ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବାଧ୍ୟତାମୂଳକ । ସିନେମା ହଲ୍ ଭଳି ସାର୍ବଜନୀନ ସ୍ଥାନରେ ବାଜିବ ବନ୍ଦେ ମାତରମ୍ । ସମସ୍ତ ସରକାରୀ ସ୍କୁଲ୍ ଓ କାର୍ଯ୍ୟକ୍ରମରେ ଗାନ ହେବ । ଅଫିସିଆଲ୍ କାର୍ଯ୍ୟକ୍ରମରେ ‘ବନ୍ଦେ ମାତରମ୍’ ବାଧ୍ୟତାମୂଳକ । ‘ବନ୍ଦେ ମାତରମ୍’ ଗାନ ବେଳେ ସାବଧାନ ଭଙ୍ଗୀରେ ରହିବାକୁ ନିର୍ଦ୍ଦେଶନାମା । ଯଦି କେହି ଅସମ୍ମାନ କରନ୍ତି ସର୍ବାଧିକ ୩ ବର୍ଷ ଜେଲଦଣ୍ଡ ନିର୍ଦ୍ଦେଶ ଜାରି ରହିଛି ।