LIVE TV

କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ

NEWS7

wp:heading {"level":4}

କଲମ୍ବୋ ୧/୧୨: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ମହାରା ଜେଲ୍‌ରେ ରବିବାର କଏଦୀମାନେ ଦଙ୍ଗା କରିଛନ୍ତି। ଏଥିରେ ୮କଏଦୀଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ୩୭ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କ ମଧ୍ୟରେ ୨ଜଣ ଜେଲ୍ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି। ସହରଠୁ ୧୫କିମି ଦୂର ଏହି ଜେଲରେ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଛି।

/wp:heading {"id":370559,"sizeSlug":"large"}
wp:heading {"level":4}

ଜେଲ୍‌ରେ କୋଭିଡ -୧୯ର ବର୍ଦ୍ଧିତ ପ୍ରକୋପକୁ ବିରୋଧ ପ୍ରଦର୍ଶନ କରି ଏହି ଦଙ୍ଗା ହୋଇଥିଲା। ଏହି ଜେଲ୍‌ରେ ୧୭୫ କଏଦୀ ସଂକ୍ରମିତ ହୋଇଛନ୍ତି। ରିମାଣ୍ଡରେ ଆସିଥିବା କିଛି ବନ୍ଦୀ ଜବରଦସ୍ତି ଜେଲ୍‌ର କବାଟ ଖୋଲି ଖସି ପଳାଇବାକୁ ଉଦ୍ୟମ କରିଥିଲେ।

/wp:heading {"id":370560,"sizeSlug":"large"}
wp:heading {"level":4}

ଜେଲ୍ ପ୍ରଶାସନ ଏଥିରେ ବଳ ପ୍ରୟୋଗ କରିବାରୁ ଦଙ୍ଗା ଭୟଙ୍କର ରୂପ ଧାରଣ କରିଥିଲା। କିଛି କଏଦୀ ନିଆଁ ମଧ୍ୟ ଲଗାଇ ଦେଇଥିଲେ। ଶ୍ରୀଲଙ୍କାରେ ଜେଲଗୁଡ଼ିକ କ୍ଷମତାଠୁ ଅଧିକ ଭର୍ତ୍ତି ହୋଇ ରହିଛି। ସମସ୍ତ ଜେଲ୍‌ର କ୍ଷମତା ୧୦ହଜାର। କିନ୍ତୁ କଏଦୀ ୨୬ହଜାର। ଏହି କାରଣରୁ କରୋନା ମହାମାରୀ ସମୟରେ ସବୁ ସ୍ଥାନରେ ବିବାଦ ଦେଖା ଦେଉଛି।

/wp:heading {"id":370561,"sizeSlug":"large"}
wp:heading {"level":1}

 

/wp:heading wp:heading {"level":1}

 

/wp:heading wp:heading {"level":1}

 

/wp:heading wp:heading {"level":1}

 

/wp:heading