ଶୈଳବାଳା ମହାବିଦ୍ୟାଳୟ କର୍ତ୍ତୃପକ୍ଷ କଠୋର, କଲେଜ ଭିତରକୁ ଗଣମାଧ୍ୟମ ପ୍ରବେଶ ଉପରେ କଟକଣା

NEWS7
8-corona-warrior-in-berhampur-corona-positive

କଟକ ୨୪।୨: କଟକ ଶୈଳବାଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି ପ୍ରସଙ୍ଗରେ କଠୋର ହେଲେ କଲେଜ କର୍ତ୍ତୃପକ୍ଷ । ଜିଲ୍ଲା ପ୍ରଶାସନର ତାଗିଦ ପରେ ମଙ୍ଗଳବାର କଲେଜ ଭିତରକୁ ଗଣମାଧ୍ୟମ ପ୍ରବେଶକୁ ବାରଣ କରାଯାଇଛି । କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ପୋଲିସ ବାରିକେଡିଂ ସହ ପୋଲିସ ମୁତୟନ କରାଯାଇଛି । ମଙ୍ଗଳବାର ଜିଲ୍ଲା ପ୍ରଶାସନ ଏବଂ ଆନ୍ଦୋଳନରତ ଛାତ୍ରୀଙ୍କ ମଧ୍ୟରେ ଆଲୋଚନା ପ୍ରସ୍ତାବ ରହିଛି । ବିଶ୍ଵବିଦ୍ୟାଳୟ ମାନ୍ୟତା ଦାବିରେ ୩୩ ଦିନ ହେଲା ଆନ୍ଦୋଳନ ଚାଲିଛି ।