ଜେଲ୍‌ରୁ ବାହାରିବା ପରେ ବି କମିନି ଜୋସ୍, ଝିଆରୀ ବିବାହରେ କଲେ ଧମାକାଦାର ଡ୍ୟାନ୍ସ

NEWS7
7actress-who-are-devorsee-but-live-alone-with-their-children

ମୁମ୍ବାଇ: ଚେକ୍ ବାଉନ୍ସ ମାମଲାରେ ଜେଲ ଯାଇଥିଲେ ହାସ୍ୟ ଅଭିନେତା ରାଜପାଲ୍ ଯାଦବ । ହେଲେ ସେ ଜାମିନ ପାଇ ଜେଲରୁ ବାହାରିଛନ୍ତି । ଜେଲ୍ରେ ରହିବା ପରେ ବି ରାଜପାଲଙ୍କ ଜୋସ୍ କମିନି । ଝିଆରୀ ବିବାହରେ ଧୁମ୍ ଡ୍ୟାନ୍ସ କଲେ ରାଜପାଲ୍ । ତାଙ୍କର ଧମାକାଦାର ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।

ଚେକ୍ ବାଉନ୍ସ ମାମଲାରେ ୧୨ ଦିନ ପାଇଁ ତିହାର ଜେଲରେ ଥିଲେ ରାଜପାଲ୍ । ତା’ପରେ ତାଙ୍କୁ ଏକ ନିର୍ଦ୍ଦିଷ୍ଟ ତାରିଖ ସୁଦ୍ଧା ଟଙ୍କା ଫେରସ୍ତ କରିବାର ସର୍ତ୍ତରେ ଅନ୍ତରୀଣ ଜାମିନ ଦିଆଯାଇଥିଲା। ଏହା ପରେ ରାଜପାଲ୍ ଯାଦବ ସିଧାସଳଖ ତାଙ୍କ ପୈତୃକ ଗାଁ ଶାହଜାହାନପୁର ଯାଇଥିଲେ ଏବଂ ପରିବାର ସଦସ୍ୟଙ୍କୁ ସାକ୍ଷାତ କରିଥିଲେ। ସେ ଏକ ବିବାହ ଉତ୍ସବରେ ମଧ୍ୟ ଯୋଗ ଦେଇଥିଲେ।

ରାଜପାଲ ଯାଦବ ତାଙ୍କ ଝିଆରୀଙ୍କ ବିବାହରେ ଯୋଗ ଦେଇଥିଲେ ଏବଂ ଜୋରଦାର ଡ୍ୟାନ୍ସ କରିଥିଲେ। ଏବେ, ତାଙ୍କ ନୃତ୍ୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ସେ ବହୁତ ଖୁସି ଥିବା ଜଣାପଡ଼ୁଛନ୍ତି ଏବଂ ତାଙ୍କ ପରିବାର ସହିତ ନାଚୁଥିବାର ଦେଖାଯାଉଛି। ସେ ପାରମ୍ପରିକ ପୋଷାକ ପିନ୍ଧିଛନ୍ତି। ସେ ସଲମାନ ଖାନଙ୍କ ଗୀତ ‘ସରକି ଜୋ ସର୍ ସେ ଓ୍ବ ଧୀରେ ଧୀରେ’ରେ ଜୋରଦାର ନାଚୁଛନ୍ତି ।

ଭିଡିଓଟି ଏବେ ଭାଇରାଲ ହୋଇଛି ଏବଂ ଚହଳ ସୃଷ୍ଟି କରିଛି । ରାଜପାଲ ଯାଦବଙ୍କ ଭାଣିଜୀଙ୍କ ବିବାହ ମହା ଆଡମ୍ବରରେ ପାଳିତ ହୋଇଛି । ରିପୋର୍ଟ ଅନୁଯାୟୀ ୩ ହଜାର ଅତିଥି ଯୋଗ ଦେଇଥିଲେ ବୋଲି କୁହାଯାଉଛି । ବିବାହ ମେନ୍ୟୁରେ ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ବ୍ୟଞ୍ଚନ ସାମିଲ ଥିଲା ।

ରାଜପାଲ ଯାଦବ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ରହିଛନ୍ତି । ତାଙ୍କ କମେଡି ପ୍ରଶଂସକଙ୍କୁ ଖୁବ ପସନ୍ଦ ଆସେ । କିନ୍ତୁ ଚେକ୍ ବାଉନ୍ସ ମାମଲାରେ ରାଜପାଲ୍ ଜେଲ୍ ଯିବା ଘଟଣା ସମସ୍ତଙ୍କୁ ବିଚଳିତ କରିଥିଲା ।ଏହି କଷ୍ଟକର ସମୟରେ, ସଲମାନ ଖାନ ଏବଂ ଅକ୍ଷୟ କୁମାରଙ୍କ ସମେତ ଅନେକ ଅଭିନେତା ତାଙ୍କୁ ସମର୍ଥନ କରିବାକୁ ଆଗକୁ ଆସିଥିଲେ । ସେପଟେ ରାଜପାଲ ଯାଦବ ବର୍ତ୍ତମାନ ୱେଲକମ୍ ଟୁ ଦି ଜଙ୍ଗଲ ଏବଂ ଭୂତ ବଙ୍ଗଳା ଭଳି ଫିଲ୍ମର ସୁଟିଂ କରୁଛନ୍ତି ।