ସୋନମ ୱାଙ୍ଗଚୁକଙ୍କୁ ନେଇ ସୁପ୍ରିମକୋର୍ଟରେ ଜବାବ ରଖିଲେ କେନ୍ଦ୍ର ସରକାର, କହିଲେ-ସ୍ୱାସ୍ଥ୍ୟ ଆଧାରରେ ମୁକ୍ତି ସମ୍ଭବ ନୁହଁ

NEWS7
76-corona-in-cuttack

ନୂଆଦିଲ୍ଲୀ ୧୧।୨: ଲଦ୍ଦାଖର ଜଳବାୟୁ କାର୍ଯ୍ୟକର୍ତ୍ତା ସୋନମ ୱାଙ୍ଗଚୁକ୍ ନିକଟ ଭବିଷ୍ୟତରେ ମୁକୁଳିବାର ଆଶା ମଉଳି ଯାଇଛି। କେନ୍ଦ୍ର ସରକାର ବୁଧବାର ୱାଙ୍ଗଚୁକଙ୍କୁ ନେଇ ସୁପ୍ରିମକୋର୍ଟରେ ଜବାବ ରଖିଛନ୍ତି। ଏଥିରେ ସରକାରଙ୍କ ପକ୍ଷରୁ ହାଜର ସୋଲିସିଟର ଜେନେରାଲ (ଏସଜି) ତୁଷାର ମେହେଟ୍ଟା ଜେଲରେ ୱାଙ୍ଗଚୁକ୍ ସୁସ୍ଥ ଥିବା କହିଛନ୍ତି। ଏଣୁ ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ମୁକ୍ତି କରାଯିବା ଠିକ୍ ହେବ ନାହିଁ ବୋଲି କିହଛନ୍ତି।

ଏସଜି କହିଛନ୍ତି ଯେ ୱାଙ୍ଗଚୁକ୍ ଙ୍କ ହାଜତ ଆଦେଶ ଏବେ ବି ବଳବତ୍ତର ରହିଛି। ତେବେ ତାଙ୍କୁ ହାଜତକୁ ନିଆଯିବା ପରଠାରୁ ଏପର୍ଯ୍ୟନ୍ତ ୨୪ ଥର ଚିକିତ୍ସକୀୟ ଯାଞ୍ଚ ଦିଆଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟରେ ସେଭଳି କୌଣସି ଚିନ୍ତାଜନକ ସ୍ଥିତିନଥିବା କହିଛନ୍ତି। ତେବେ ତାଙ୍କର କିଛି ପାଚନ ସମ୍ପର୍କିତ ଅସୁବିଧା ଥିଲା। ଏହାର ଏବେ ଚିକିତ୍ସା ଜାରିଥିବା ଏସଜି କୋର୍ଟଙ୍କୁ କହିଛନ୍ତି। ତେବେ ଯେଉଁ ଆଧାରରେ ତାଙ୍କୁ ହାଜତରେ ରଖିବା ପାଇଁ ଆଦେଶ ଗୃହୀତ ହୋଇଥିଲା ତାହା ଏବେବି ବଳବତ୍ତର ରହିଛି। ଏଣୁ ସ୍ୱାସ୍ଥ୍ୟ ଆଧାରରେ ତାଙ୍କୁ ମୁକ୍ତ କରିବା ସମ୍ଭବ ହେବ ନାହିଁ ଓ ଆମେ ଏହା ଉପରେ ଗୁରୁତ୍ତର ସହ ବିଚାର କରିଛୁ ବୋଲି କହିଛନ୍ତି।

ଏଥିରେ ଅତିରିକ୍ତ ସୋଲିସିଟର ଜେନେରାଲ (ଏଏସଜି) କେ.ଏମ.ନଟରାଜ କହିଛନ୍ତି ଯେ ହିଂସାତ୍ମକ ପ୍ରଦର୍ଶନ ଉସକାଇବାରେ ୱାଙ୍ଗଚୁକ୍ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏଥିରେ ସେ ନେପାଳ ହିଂସକ ଆନ୍ଦୋଳନର ଉଲ୍ଲେଖ କରି ଏପରି କିଛି ଭାରତରେ ବି ହୋଇପାରେ ବୋଲି କହିଥିଲେ। ନଟରାଜ କହିଛନ୍ତି ସୋନମ ୱାଙ୍ଗଚୁକ୍ ଲଦ୍ଦାଖରେ ସଶସ୍ତ୍ର ବଳଙ୍କ ମୁତୟନକୁ ଦୁର୍ଭାଗ୍ୟପୂର୍ଣ୍ଣ କହିଛନ୍ତି। ସେ କହିଛନ୍ତି ଯୁବକମାନେ ଭାବନ୍ତି ଶାନ୍ତିପୂର୍ଣ୍ଣ ଉପାୟରେ କିଛି କରାଯିବା ପ୍ରଭାବୀ ହୁଏନି। ତେବେ ପୀଠ ଏଏସଜିଙ୍କୁ କହିଛନ୍ତି ଯେ ଆପଣ ଏ ବିଷୟରେ ଅଧିକ ଭାବୁଛନ୍ତି’।

ସୁପ୍ରିମକୋର୍ଟ ୱାଙ୍ଗଚୁକଙ୍କ ପତ୍ନୀ ଗୀତା ଅଞ୍ଜମୋଙ୍କ ଦ୍ୱାରା ରୁଜୁ ହେଭିୟସ କର୍ପସ ପିଟିସନର ଶୁଣାଣି କରୁଥିଲେ। ଏଥିରେ ତାଙ୍କୁ ଜାତୀୟ ସୁରକ୍ଷା ଅଧିନିୟମ(ଏନଏସଏ) ୧୯୮୦ରେ ହାଜତରେ ରଖାଯିବା ଅବୈଧ ଘୋଷଣା କରିବାକୁ ଦାବି କରାଯାଇଛି। ଏନଏସଏ ରେ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ଏହି ଆଧାରରେ ଗିରଫ କରିବାକୁ ଅଧିକାର ଦିଏ କି ସେ ଭାରତର ହୀତ ଲାଗି କ୍ଷତିକାରକ। ଏଥିରେ ଅଧିକତମ ହାଜତ ମିଆଦ ୧୨ ମାସ, ତେବେ ତା ପୂର୍ବରୁ ଏହାକୁ ରଦ୍ଦ ମଧ୍ୟ କରାଯାଇ ପାରେ।

ଏହା ବି ପଢନ୍ତୁ :-‘ମୋ ସ୍ୱାମୀ ତ ସେଠାରେ ପିଏମ୍ ମୋଦିଙ୍କର ପ୍ରଶଂସା କରିଥିଲେ’ : ପାକିସ୍ତାନ ଲିଙ୍କ୍ରେ ସୋନମ ୱାଙ୍ଗଚୁକଙ୍କ ପତ୍ନୀଙ୍କର ପ୍ରତିକ୍ରିୟା