ଶୀତ ରାତିରେ ନିଆଁ ଜଳାଇ ଶୋଇଥିଲେ, ଘର ସହ ଜୀଅନ୍ତା ଜଳିଗଲେ ବୃଦ୍ଧ

NEWS7
73-08-percent-voting-in-4th-phase-poll-in-odisha

ବାଙ୍ଗିରିପୋଷି ୨୧।୧୨: ଘର ସହ ବୃଦ୍ଧ ଜୀବନ୍ତ ଦଗ୍ଧ । ଜଣେ ବୃଦ୍ଧ ବ୍ୟକ୍ତି ଘର ଭିତରେ ଶୋଇଥିବା ବେଳେ ଘରେ ନିଆଁ ଲାଗି ଯାଇଥିଲା । ଫଳରେ ନିଆଁରେ ଜୀବନ୍ତ ଦଗ୍ଧ ହୋଇଛନ୍ତି ବୃଦ୍ଧ । ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍ ଅଞ୍ଚଳରେ ଏଭଳି ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ଅତ୍ୟଧିକ ଶୀତ ଯୋଗୁଁ ଘର ଭିତରେ ନିଆଁ ଜଳାଇ ଶୋଇଥିଲେ ବୃଦ୍ଧ । ଚାଳ ଘର ହୋଇଥିବାରୁ ଘରେ ନିଆଁ ଲାଗିଯାଇଥିଲା । ଫଳରେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଏକ ଘରେ ପୁଅ-ବୋହୂଙ୍କ ସହ ଘରର ଅନ୍ୟ ସଦସ୍ୟ ରହୁଥିଲେ ମଧ୍ୟ ନିଆଁ ଏତେ ଜୋରରେ ଲାଗିଯାଇଥିଲା ଯେ କେହି ବୃଦ୍ଧ ବ୍ୟକ୍ତିଙ୍କୁ ଉଦ୍ଧାର କରିପାରି ନଥିଲେ । ଘର ସହ ସମସ୍ତ ଆସବାବପତ୍ର ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇ ଯାଇଛି । ଖବର ପାଇ ବାଙ୍ଗିରିପୋଷି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ମଧ୍ୟ ବୃଦ୍ଧ ଜଣକ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲେ । ବାଙ୍ଗିରିପୋଷି ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଅନ୍ୟପଟେ ଘଟଣା ବିଷୟରେ ଜାଣି ବାଙ୍ଗିରିପୋଷି ବିଧାୟିକା ସଞ୍ଜଲୀ ମୁର୍ମୁ ଦୁଃଖ ପ୍ରକାଶ କରିବା ସହ ସରକାରୀ ସହାୟତା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବରିଷ୍ଠ ବିଜେପି ନେତା ସୁଗଦା ମୁର୍ମୁ, ବିଧାୟିକାଙ୍କ ପ୍ରତିନିଧି ପ୍ରଦୀପ ମହାପାତ୍ର, ପୂର୍ବତନ ମଣ୍ଡଳ ସଭାପତି ଦୁଲାରାମ କିସ୍କୁ, ରଞ୍ଜିତ ମଣ୍ଡଳ ପ୍ରମୁଖ ଅଗ୍ନିବିପନ୍ନ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ଏବଂ ଲୁଗାପଟା, ଶୀତବସ୍ତ୍ର ପ୍ରଦାନ କରିଥିଲେ ।