ସମୁଦ୍ର ସୁରକ୍ଷାରେ ଭାରତର ଐତିହାସିକ ଉପଲବ୍ଧି, ନୌସେନାକୁ ମିଳିଲା ‘କମ୍ବାଇଣ୍ଡ ଟାସ୍କଫୋର୍ସ ୧୫୪’ର କମାଣ୍ଡ

NEWS7
7-unhealthy-habits-that-are-even-worse-in-the-age-of-coronavirus

ନୂଆଦିଲ୍ଲୀ ୧୨।୨: ସମୁଦ୍ର ସୁରକ୍ଷାର କଥା ଉଠିଲେ ଭାରତୀୟ ନୌସେନାର ନାମ ନିଶ୍ଚିତ ସାମ୍ନାକୁ ଆସେ। ଏହାର ପରିଣାଣ ହେଉଛି ଭାରତୀୟ ନୌସେନାକୁ ବାହାରିନ ସମୁଦ୍ରର ସିକନ୍ଦର ଚୟନ କରିଛି। ଏହା ଏପରି ପ୍ରଥମ ଅବସର କମ୍ବାଇଣ୍ଡ ଟାସ୍କ ଫୋର୍ସ ୧୫୪ର କମାଣ୍ଡ ଇଣ୍ଡିଆନ ନେଭିକୁ ଦିଆଯାଇଛି। ଭାରତୀୟ ନୌସେନା ଅନୁସାରେ ଏହି ଟାସ୍କ ଫୋର୍ସ କମ୍ବାଇଣ୍ଡ ମେରିଟାଇମ ଫୋର୍ସେସ (ସିଏମଏଫ)ଭଳି କାମ କରିଥାଏ, ଯେଉଁଥିରେ ବିଶ୍ୱର ୪୭ଟି ଦେଶ ସାମିଲ ଅଛନ୍ତି।

କମ୍ବାଇଣ୍ଡ ଟାସ୍କଫୋର୍ସ ୧୫୪ର ଦାୟିତ୍ୱ ମିଳିବା ଭାରତୀୟ ନୌସେନା ଲାଗି ଏକ ବଡ଼ ରଣନୈତିକ ଦାୟିତ୍ୱ ହୋଇଥିବା ବେଳେ ଏହାକୁ ଏକ ଉପଲବ୍ଧି ବୋଲି ଏବେ ମନେ କରାଯାଉଛି। କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରାଳୟରୁ ମିଳିଥିବା ସୂଚନା ଅନୁସାରେ କମାଣ୍ଡ ହସ୍ତାନ୍ତରଣ ସମାରୋହ ବାହାରିନର ମାନାମାସ୍ଥିତ ସିଏମଏଫ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଆମେରିକା ନୌସେନାର ଭାଇସ ଆଡମିରାଲ କର୍ଟ ଏ.ରେଂସ ଯୋଗ ଦେଇଥିବା ବେଳେ ଭାରତୀୟ ନୌସେନା ପକ୍ଷରୁ ଭାଇସ ଆଡମିରାଲ ତରୁଣ ସୋବତୀ ଯୋଗ ଦେଇଥିଲେ। ଭାରତୀୟ ନୌସେନା କମୋଡର ମିଲିନ୍ଦ ଏମ. ମୋକାସୀ ଇଟାଲୀ ନୌସେନା ଅଧିକାରୀଙ୍କ ଠାରୁ ଔପଚାରିକ ଭାବେ କମାଣ୍ଡର ଦାୟିତ୍ୱଗ୍ରହଣ କରିଛନ୍ତି।

କମ୍ବଇଣ୍ଡ ଟାସ୍କଫୋର୍ସ ୧୫୪ର ସ୍ଥାପନା ୨୦୨୩ରେ ହୋଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ସଦସ୍ୟ ଦେଶଙ୍କ ନୌସେନାକୁ ସମୁଦ୍ର ସୁରକ୍ଷା ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କରିବା ଓ ସେମାନଙ୍କ କ୍ଷମତାକୁ ମଜଭୁତ କରିବା। ଏହି ଟାସ୍କ ଫୋର୍ସର ମୁଖ୍ୟ କାମ ମଧ୍ୟପ୍ରାଚ୍ୟରେ ସୁରକ୍ଷାକୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିବା। ଏବେ ଏହି କାମ ଭାରତୀୟ ନୌସେନା କରିବ, ଯାହା କୌଣସି ଐତିହାସିକ କ୍ଷଣଠାରୁ କମ୍ ନୁହେଁ। ଏହି ଟାସ୍କଫୋର୍ସର ଉଦ୍ଦେଶ୍ୟ ଓ ଟ୍ରେନିଂରେ ସାମୁଦ୍ରିକ ସୁରକ୍ଷା, ସମୁଦ୍ର ଡକୈତ ଓ ଚସ୍କରଙ୍କ ମୁକାବିଲା ନିମନ୍ତେ ସ୍ୱତନ୍ତ୍ର ଆୟୋଜିତ କ୍ୟାମ୍ପରେ ନୌସୈନିକଙ୍କୁ ପ୍ରଶିକ୍ଷିତ କରିବା।

ଉଲ୍ଲେଖଯୋଗ୍ୟ ଯେ କମ୍ବାଇଣ୍ଡ ଟାସ୍କ ଫୋର୍ସ ୧୫୪ ସିଏମଏଫର ଅନ୍ୟ ଟାସ୍କ ଫୋର୍ସ ଯେପରି ୧୫୦ ବ୍ୟାପକ ସମୁଦ୍ର ସୁରକ୍ଷା ଉପରେ କାମ କରୁଛି ସେହିପରି ୧୫୧ସମୁଦ୍ର ଡକୈତ ରୋଧି ଅଭିଯାନରେ କେନ୍ଦ୍ରୀତ, ଏଥିରେ ୧୫୨ ଆରବ ସାଗର କ୍ଷେତ୍ରର ସୁରକ୍ଷା ଉପରେ ନଜର ରଖିଥିବାବେଳେ ୧୫୩ ଲାଲ ସାଗର କ୍ଷେତ୍ରରେ ସକ୍ରିୟ ରହିଛି। ଏହି ସବୁ କମ୍ବାଇଣ୍ଡ ଟାସ୍କ ଫୋର୍ସ (ସିଟିଏଫ) ମିଳିତ କାମ କରିଥାନ୍ତି।

ଏହା ବି ପଢନ୍ତୁ :-ବଢିଲା ବାୟୁସେନାର ଶକ୍ତି : ଆସିବ ଆଉ ୧୧୪ ରାଫେଲ୍, ମଞ୍ଜୁରି ଦେଲେ କେନ୍ଦ୍ର ସରକାର