ଫେବ୍ରୁଆରୀ ୧ରେ ଉପସ୍ଥାପିତ ହେବ ୨୦୨୬-୨୭ କେନ୍ଦ୍ରୀୟ ବଜେଟ୍: ନବମ ଥର ଉପସ୍ଥାପନ କରି ବିରଳ ରେକର୍ଡ କରିବେ ନିର୍ମଳା ଶୀତାରମଣ

NEWS7
7-quintal-ganjei-seized-in-malkangir

ନୂଆଦିଲ୍ଲୀ:୨୦୨୬-୨୭ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ୍ ଫେବୃଆରୀ ୧ ତାରିଖରେ ଲୋକସଭାରେ ଉପସ୍ଥାପିତ ହେବ। ସେଦିନ ରବିବାର ପଡ଼ୁଛି। ସେହିପରି ଅର୍ଥନୈତିକ ସର୍ଭେ ଜାନୁଆରୀ ୨୯ ତାରିଖରେ ଉପସ୍ଥାପିତ କରାଯିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନବମ ଥର ପାଇଁ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରି ରେକର୍ଡ କରିବାକୁ ଯାଉଛନ୍ତି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଜାନୁଆରୀ ୨୮ ତାରିଖରେ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେନ୍ଦ୍ରୀୟ ହଲର ଉଭୟ ଗୃହର ମିଳିତ ଅଧିବେଶନରେ ଅଭିଭାଷଣ ରଖିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅନ୍ୟ ସମସ୍ତ ପ୍ରମୁଖ ମନ୍ତ୍ରୀ ଏବଂ ସଂସଦ ସଦସ୍ୟମାନେ ରାଷ୍ଟ୍ରପତି ଅଭିଭାଷଣରେ ଯୋଗ ଦେବେ ବୋଲି କୁହାଯାଉଛି।

ତେବେ ରୋଚକ କଥାଟି ହେଲା ଏଥର ଦ୍ୱିତୀୟ ଥର ରବିବାର କେନ୍ଦ୍ରୀୟ ବଜେଟ୍ ବସୁଛି। ପୂର୍ବରୁ ୨୮ ଫେବୃଆରୀ, ୧୯୯୯ ମସିହାରେ ତତ୍କାଳୀନ ଅର୍ଥମନ୍ତ୍ରୀ ଯଶୱନ୍ତ ସିହ୍ନା ୧୯୯୯-୨୦୦୦ ପାଇଁ ବଜେଟ୍ ଉପସ୍ଥାପନ କରିଥିଲେ।