ଅପରେସନ ଗୋ-ରକ୍ଷକ : ଦୁଇ ଜଣଙ୍କ ଘରେ ଚଢ଼ାଉ କଲା କେନ୍ଦୁଝର ପୋଲସ

NEWS7
7-5-magnitude-earthquake-in-russia

କେନ୍ଦୁଝର ୨୪।୧: କେନ୍ଦୁଝର ପୋଲିସ ପକ୍ଷରୁ ଅପରେସନ ଗୋ-ରକ୍ଷକରେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଏନେଇ ଶନିବାର କେନ୍ଦୁଝର ଟାଉନ ଥାନାର ରାଙ୍କି ଗ୍ରାମରେ ତପନ କୁମାର ବାରିକଙ୍କ ଘରେ ଚଢ଼ାଉ କରିଛି କେନ୍ଦୁଝର ପୋଲିସ । ପୋଲିସ ଚଢ଼ାଉ ବେଳେ ତପନ ବାରିକ ଘରେ ନଥିବା ବେଳେ ତାଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଏହି ଚଢାଉ ଜାରି ରହିଛି । ତାଙ୍କ ଘରେ ତନତନ କରି ଛାନଭିନ କରୁଛି ପୋଲିସ ।

ଏହାପରେ ପୁରୁଣା ବଜାର ସ୍ଥିତ ଝରା ସାହିରେ ତପନ ବାରିକଙ୍କ କିଣିଥିବା ଘର ଉପରେ ମଧ୍ୟ ଚଢ଼ାଉ କରି ତଦନ୍ତ ଚଳାଇଛି କେନ୍ଦୁଝର ପୋଲିସ । ତପନ ବାରିକଙ୍କ ଲିଙ୍କରେ ଗୋ-ଚାଲାଣରେ ସମୃକ୍ତ ନେଇ ଟାଉନ ଥାନା ଅନ୍ତର୍ଗତ ଦୁଃଖିଆ ଛକରେ ଥିବା ସେଖ ନାଶିରଙ୍କ ଘରେ ମଧ୍ୟ ଚଢାଉ କରିଛି କେନ୍ଦୁଝର ପୋଲିସ ।

ବର୍ତ୍ତମାନ ସୁଦ୍ଧା ୩ଟି ସ୍ଥାନରେ ପୋଲିସର ଚଢ଼ାଉ ଜାରି ରହିଛି । ଏହାସହ ସେମାନେ କେଉଁ କେଉଁ ସ୍ଥାନରେ ବ୍ୟବସାୟ ପ୍ରତିଷ୍ଠାନ କରି ଏହି ସାମ୍ରାଜ୍ୟକୁ ବିସ୍ତାର କରିଛନ୍ତି ସେନେଇ ପୋଲିସ ତଦନ୍ତ କରୁଛି ।