ବିଜେଡିକୁ ବଡ଼ ଝଟ୍‌କା : ବିଜେପିରେ ଯୋଗଦେଲେ ପ୍ରୟାସକାନ୍ତି ସାମଲ ଓ ପ୍ରଣିତକାନ୍ତି ସାମଲ

NEWS7
6th-class-student-samikhya-donates-scholarships-money-to-cm-relief-fund-to-combat-against-corona

ଭୁବନେଶ୍ବର ୬।୧୨: ଭୁଶୁଡ଼ିଲା ଭଦ୍ରକ ବିଜେଡି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବଡ଼ ମିଶ୍ରଣ ପର୍ବରେ ପଦ୍ମ ଧରିଲେ ବିଜେଡ଼ି ନେତା ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ । ବିଜେପିରେ ଯୋଗଦେଲେ ପ୍ରୟାସକାନ୍ତି ସାମଲ ଓ ପ୍ରଣିତକାନ୍ତି ସାମଲ । ପ୍ରୟାସକାନ୍ତି ସାମଲଙ୍କ ନେତୃତ୍ବରେ ଭଦ୍ରକ, ବନ୍ତ, ଭଣ୍ଡାରୀପୋଖରୀ, ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ବିଜେପିରେ ଯୋଗଦେଲେ ।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବଡ଼ ଧରଣର ମିଶ୍ରଣ ପର୍ବ । ବାଜା ବଜାଇ, ବାଣ ଫୁଟାଇ ଶତାଧିକ ସମର୍ଥକଙ୍କ ସହ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ ପ୍ରୟାସକାନ୍ତି ସାମଲ । ଭଦ୍ରକ ଜିଲ୍ଲାର ଟାଣୁଆ ବିଜେଡ଼ି ନେତା ତଥା ବିଜେଡ଼ି ଉପ ସଭାପତି ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ପ୍ରୟାସକାନ୍ତି ସାମଲ ଓ ପ୍ରଣିତକାନ୍ତି ସାମଲଙ୍କ ସହ ଭଦ୍ରକ, ବନ୍ତ, ଭଣ୍ଡାରୀପୋଖରୀ, ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ବିଜେପିରେ ମିଶିଛନ୍ତି । ବିଜେଡି ଛାଡିଥିବା ଭଦ୍ରକ, ବନ୍ତ, ଭଣ୍ଡାରୀପୋଖରୀ, ବାସୁଦେବପୁର ବ୍ଲକ ଅଧ୍ୟକ୍ଷଙ୍କ ସମେତ ବହୁ ସରପଞ୍ଚ ସମିତି ସଭ୍ୟ ମଧ୍ୟ ପଦ୍ମ ଧରିଛନ୍ତି । ଏହାସହ ଭଦ୍ରକ ଜିଲ୍ଲାର ବିଜେଡ଼ିର ବହୁ ଜିଲ୍ଲା ଏବଂ ବ୍ଲକ୍ ସ୍ତରୀୟ ନେତା ବିଜେପିରେ ଯୋଗଦେଲେ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦାନ କରିଛନ୍ତି ।