ଜିତିବା ମ୍ୟାଚ୍ ହାରିଲା ନ୍ୟୁଜିଲାଣ୍ଡ, ଶେଷ ୧୮ ବଲ୍‌ରେ ବାଜି ଓଲଟାଇ ଦେଲା ଇଂଲଣ୍ଡ

NEWS7
68-corona-mrutyu-in-odisha

କଲମ୍ବୋ: ଟି-୨୦ ବିଶ୍ୱକପ୍ ୨୦୨୬ରେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସୁପର-8 ମ୍ୟାଚ୍ ଶୁକ୍ରବାର କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଇଂଲଣ୍ଡ ଏହି ମ୍ୟାଚ୍ ୪ ୱିକେଟରେ ଜିତି ନେଇଛି । ଦଳ ପାଇଁ, ୱିଲ୍ ଜ୍ୟାକ୍ସ ଏବଂ ରେହାନ୍ ଅହମ୍ମଦଙ୍କ ଯୋଡ଼ି ଶେଷ ୧୮ ଓଭରରେ ସପ୍ତମ ୱିକେଟ ପାଇଁ ୪୪ ରନର ଭାଗୀଦାରି ସହିତ ସ୍ଥିତି ବଦଳାଇ ଦେଇଥିଲେ।

ଇଂଲଣ୍ଡକୁ ଶେଷ ତିନି ଓଭରରୁ ୪୩ ରନ୍ ଆବଶ୍ୟକ ଥିଲା। ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ ସାଣ୍ଟନର ଏକ ଗୁରୁତ୍ୱପୂର୍ଣ୍ଣ ଭୁଲ କରିଥିଲେ । ସେ ଗ୍ଲେନ୍ ଫିଲିପ୍ସଙ୍କୁ ବୋଲିଂ କରିବାକୁ ଦେଇଥିଲେ। ଇଂଲଣ୍ଡ ଏହି ଭୁଲର ପୂର୍ଣ୍ଣ ଫାଇଦା ଉଠାଇ ସେହି ଓଭରରୁ ୨୨ ରନ୍ କରିଥିଲା। ଫଳରେ ଇଂଲଣ୍ଡ ମ୍ୟାଚ୍ ଜିତିନେଇଛି ।

ଏହି ବିଜୟ ସହିତ ଇଂଲଣ୍ଡ ପାକିସ୍ତାନକୁ ଫାଇଦା ଦେଇଛି। ଦଳ ଏବେ ସେମିଫାଇନାଲ ଦୌଡ଼ରେ ରହିଛି। ପାକିସ୍ତାନକୁ ଶ୍ରୀଲଙ୍କା ବିପକ୍ଷରେ ତା'ର ଶେଷ ମ୍ୟାଚ୍ ଖେଳିବାକୁ ପଡିବ । ବିଜୟୀ ହେଲେ ପାକିସ୍ତାନ ନ୍ୟୁଜିଲାଣ୍ଡ ସହିତ ପଏଣ୍ଟ ସଂଖ୍ୟା ସମାନ କରିବ। ଯଦି ପାକିସ୍ତାନ ଶେଷ ମ୍ୟାଚ୍ ଜିତିଯାଏ, ତେବେ ଉଭୟ ଦଳର ୩ ପଏଣ୍ଟ ରହିବ। ଏହା ପରେ, ଭଲ ନେଟ୍ ରନ ରେଟ୍ ଥିବା ଦଳ ସେମିଫାଇନାଲକୁ ଉଠିବ।