ସମୁଦ୍ରରେ ତାଇପେଇ-ବେଜିଂ ମୁହାଁମୁହିଁ : ଡ୍ରାଗନର ସମରାଭ୍ୟାସ ବେଳେ ଯୁଦ୍ଧ ଜାହାଜ ପଠାଇଲା ତାଇଓ୍ୱାନ

NEWS7
652-people-infected-in-salmonella-in-america

ବେଜିଂ, ୨୯/୧୨: ଚରମ ସୀମାରେ ତାଇଓ୍ୱାନ-ଚାଇନା କଳି । ସୋମବାର ତାଇଓ୍ୱାନ ନିକଟରେ ଯୁଦ୍ଧଭ୍ୟାସ କରିଛି ଡ୍ରାଗନ୍ । ଯାହାକୁ କାଉଣ୍ଟର ଦେବାକୁ ଆରମ୍ଭ କରିଛି ତାଇଓ୍ୱାନ । ତାଇପେଇ ମଧ୍ୟ ଚୀନକୁ ଜବାବ ଦେବାକୁ କିଛି ଦ୍ୱୀପରେ ବିପୁଳ ପରିମାଣରେ ସୈନ୍ୟ ମୁତୟନ କରିଥିବା ଜଣାପଡିଛି ।

ରିପୋର୍ଟ ଅନୁସାରେ, ଚାଇନା ଏବଂ ତାଇଓ୍ୱାନ ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ରହି ଆସିଛି । ତାଇଓ୍ୱାନକୁ ଦଖଲ କରିବାକୁ ଚାଇନା ଚାହିଁଥାଏ । କିନ୍ତୁ ଆମେରିକା ସମେତ ଆଉ କିଛି ଚୀନ ବିରୋଧୀ ଦେଶ ତାଇଓ୍ୱାନର ସ୍ୱାଧିନତାକୁ ସମର୍ଥନ କରୁଛନ୍ତି । ଏସବୁ ଭିତରେ ଡିସେମ୍ବର 29 ତାରିଖରେ ତାଇଓ୍ୱାନ ନିକଟବର୍ତ୍ତୀ 5ଟି ଜାଗାରେ ଡ୍ରାଗନ୍ ସମରାଭ୍ୟାସ କରିଛି ।

ଚୀନ୍ ପିପୁଲ୍ସ ଲିବରେସନର ଆର୍ମୀର ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡ କହିଛି ଯେ, ସମୁଦ୍ରରେ ବିଧ୍ୱଂସୀ ଜାହାଜ, ଫାଇଟର୍ ପ୍ଲେନ୍, ଡ୍ରୋନ ଦ୍ୱାରା ଯୁଦ୍ଧାଭ୍ୟାସ ହେଉଛି । ଏହାଦ୍ୱାରା ତାଇଓ୍ୱାନର ଉତ୍ତର ଏବଂ ଦକ୍ଷିଣ-ପଶ୍ଚିମରେ କିଛି ଅଳ୍ପ ଦୂରତାର ଟାର୍ଗେଟକୁ କିପରି ହାସଲ କରାଯିବ ସେନେଇ ଅଭ୍ୟାସ କରାଯାଉଛି । ଏଥିରେ ବଛା ବଛା କମାଣ୍ଡୋ ସାମିଲ ହୋଇଛନ୍ତି ।

ଚାଇନାର ସମରାଭ୍ୟାସକୁ ନିନ୍ଦା କରିଛି ତାଇଓ୍ୱାନ । ତଟସୁରକ୍ଷା ବାହିନୀ କହିଛି ଯେ, ଚାଇନାର ଆକ୍ସନ ପରେ ତୁରନ୍ତ ସୈନ୍ୟ ମୁତୟନ କରାଯାଇଛି । ସମୁଦ୍ରରେ କିଛି ଯୁଦ୍ଧ ଜାହାଜ ଆକ୍ଟିଭ୍ ଅଛନ୍ତି । ଚାଇନା ଯାହା କରୁଛି ଠିକ୍ ନୁହେଁ । ଏହାକୁ ତାଇଓ୍ୱାନ ସରକାର ବିରୋଧ କରୁଛନ୍ତି । ଚୀନର ସମସ୍ତ ଚାଲକୁ ଫେଲ୍ କରିବା ପାଇଁ ଆମ ପାଖରେ କ୍ଷମତା ଅଛି । ଡ୍ରାଗନକୁ ଚେକ୍ ଦେବା ପାଇଁ ସବୁ ପ୍ରକାର କୌଶଳ ଆପଣାଇବା ନେଇ ତାଇଓ୍ୱାନ ରାଷ୍ଟ୍ରପତିଙ୍କ ମୁଖପାତ୍ର କହିଛନ୍ତି ।