LIVE TV

ମାରାତ୍ମକ ପ୍ରଦୂଷଣ: ସ୍କୁଲ୍‌ରେ ବାହ୍ୟ ଖେଳକୁନ୍ଦ କିମ୍ବା କ୍ରୀଡ଼ା ପ୍ରତିଯୋଗିତା ବନ୍ଦ କରିବାକୁ ନିର୍ଦ୍ଦେଶ

NEWS7
62-people-bomb-snipers-to-kill-mohsin-fakhrizadeh

ନୂଆଦିଲ୍ଲୀ:ଦିଲ୍ଲୀର ରେଖା ଗୁପ୍ତାଙ୍କ ସରକାର ଦ୍ୱାରା ନିୟନ୍ତ୍ରଣ ହୋଇପାରୁ ନାହିଁ ପ୍ରଦୂଷଣ। ଶୀତ ଦିନ ଆସିବା ମାତ୍ରେ ଭୟଙ୍କର ହେଉଛି ସ୍ଥିତି। ବାହାରକୁ ଯିବା ବିପଦ ହୋଇପଡ଼ୁଛି। ଆଉ ଦିଲ୍ଲୀ ସରକାର ଏହାକୁ କେମିତି ରୋକିବେ ତାହା ଜାଣିପାରୁ ନାହାନ୍ତି। କ୍ଲାଉଡ ସିଡିଂ ଭଳି ବିଫଳ ପ୍ରୟାଶ କରି ଜନତାଙ୍କ ଲକ୍ଷାଧିକ ଟଙ୍କା ସ୍ୱାହା ସ୍ୱାହା କରିବା ସହିତ ଅନ୍ୟ କୌଣସି ଉପାୟ ଜାଣିପାରୁ ନାହାନ୍ତି ଦିଲ୍ଲୀ ସରକାର।

ତେବେ ସ୍ଥିତିର ଗମ୍ଭୀରତା ଦେଖି ସବୁ ସ୍କୁଲରେ ବାହ୍ୟ ଖେଳକୁଦ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀରେ ବାୟୁର ମାତ୍ରା ସିଭିୟର କ୍ୟାଟେଗୋରୀରେ ପହଞ୍ଚିବା ପରେ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି। ତାହା ପୁଣି ସୁପ୍ରିମକୋର୍ଟଙ୍କ ଚିନ୍ତା ପ୍ରକଟ କରିବାପରେ।

ନଭେମ୍ବର ଏବଂ ଡିସେମ୍ବରରେ ହେବାକୁ ଥିବା କ୍ରୀଡା କାର୍ଯ୍ୟକଳାପ ବନ୍ଦ କରିବା ପାଇଁ ଦିଲ୍ଲୀ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଜାରି କରିବା ବିଷୟରେ ବିଚାର କରିବାକୁ ସୁପ୍ରିମକୋର୍ଟ ବାୟୁ ମାନ ପରିଚାଳନା ଆୟୋଗ (CAQM)କୁ କହିଥିଲେ। ଆଉ ଏହାର ଗୋଟିଏ ଦିନ ପରେ ଦିଲ୍ଲୀ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି।

ଏନେଇ CAQM ଜାରି କରିଥିବା ମାର୍ଗଦର୍ଶିକାରେ କୁହାଯାଇଛି ଯେ ଦିଲ୍ଲୀରେ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ ଥିବାରୁ ସମସ୍ତ ଖେଳ ପ୍ରତିଯୋଗିତାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯିବା ଉଚିତ୍। ଏହି ପରାମର୍ଶ କେବଳ ସ୍କୁଲ ନୁହେଁ, ଦିଲ୍ଲୀ-NCRର ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜ ଏବଂ ସ୍ୱୀକୃତିପ୍ରାପ୍ତ କ୍ରୀଡା ସଂଘ ପାଇଁ ଜାରି ମଧ୍ୟ କରାଯାଇଛି।