ଆମେରିକାର ସବୁଠୁ ସୁରକ୍ଷିତ ଦୂତାବାସ ଉପରେ ଆଟାକ୍, ମିସାଇଲ୍ ଏବଂ ଡ୍ରୋନ୍ ଆକ୍ରମଣରେ ଜଳିଗଲା କାର୍ଯ୍ୟାଳୟ

NEWS7
60k-shopping-by-credit-availabe-in-flipkart-amazon-site

ବାଗଦାଦ, ୧୪ /୦୩:ଇରାକରେ ବିସ୍ଫୋରଣ । ଇରାକର ରାଜଧାନୀ ବାଗଦାଦର ସବୁଠୁ ସୁରକ୍ଷିତ ସ୍ଥାନରେ ଆକ୍ରମଣ ହୋଇଛି । ଏଠାରେ ଥିବା ଆମେରିକୀୟ ଦୂତାବାସକୁ ଟାର୍ଗେଟ୍ କରାଯାଇଛି । ଦୂତାବାସରେ ଥିବା ହେଲିପ୍ୟାଡକୁ ଟାର୍ଗେଟ୍ କରି ମିସାଇଲ୍ ଆଟାକ୍ କରାଯାଇଥିବା ଜଣାପଡିଛି ।

ସୋସିଆଲ ମିଡିଆରେ ହେଲିପ୍ୟାଡକୁ ଟାର୍ଗେଟ୍ କରାଯାଇଥିବା ନେଇ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଦେଖିବାକୁ ମିଳିଛି ଦୂତାବାସରୁ ଧୂଆଁ ବାହାରୁଛି । ତେବେ ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିପାରି ନାହିଁ । ଆମେରିକୀୟ ଅଧିକାରୀ ମଧ୍ୟ ଏନେଇ କୌଣସି ସ୍ପଷ୍ଟ କରି ନାହାଁନ୍ତି । ଆମେରିକୀର କିଛି ସୈନ୍ୟ ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି । ତେବେ ଆତ୍ମଘାତୀ ଡ୍ରୋନ୍ ଏବଂ ମିସାଇଲରେ ଆକ୍ରମଣ କରାଯାଇଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି ।

ଏହି ଆକ୍ରମଣ ସେହି ସମୟରେ ହୋଇଛି ଯେତେବେଳେ ଇରାକୀ ଇସଲାମିକ ରେଜିଷ୍ଟାନ୍ସ୍ ଆମେରିକାର ସୈନ୍ୟ ଏବଂ ଅଧିକାରୀଙ୍କ ମୁଣ୍ଡ ଉପରେ ପୁରସ୍କାର ରାଶି ଘୋଷଣା କରିଛି । ଏହାସହ ବିଦ୍ରୋହୀ ସଙ୍ଗଠନନ ଆମେରିକାର ଏକ ବିମାନକୁ ମଧ୍ୟ ଖସାଇ ଦେଇଥିବା ଦାବି କରିଛି ।

କୁହାଯାଉଛି ଯେ, ଇରାକ୍ ଇସଲାମିକ୍ ରେଜିଷ୍ଟାନ୍ସ ଇରାନ ସହ ମିଶି ଏହି ଆକ୍ରମଣ କରିଥାଇପାରେ । ଦୂତାବାସରେ ହୋଇଥିବା ଆକ୍ରମଣ ଓ୍ୱାଶିଂଟନକୁ ସିଧାସଳଖ ଚ୍ୟାଲେଞ୍ଜ୍ ବୋଲି କୁହାଯାଉଛି । କାରଣ ବାଗଦାଦରେ ଥିବା ୟୁଏସ ଦୂତାବାସ ସବୁଠୁ ସୁରକ୍ଷିତ ସ୍ଥାନରେ ରହିଛି । ଏହା ସତ୍ତ୍ୱେ ମିସାଇଲ ମାଡ ହେବା ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।