ଗାଙ୍ଗେଲ ଜଙ୍ଗଲରେ କମ୍ବିଂ ଜୋରଦାର, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

NEWS7
60-lakh-approve-from-cm-releaf-fund-for-street-dogs-and-cows

କନ୍ଧମାଳ ୨୨।୧: ଦେଶକୁ ନକ୍ସଲ ଏବଂ ମାଓବାଦୀ ମୁକ୍ତ କରିବା ପାଇଁ ଡେଡ଼ଲାଇନ ସମୟ ଯେତେ ପାଖେଇ ଆସୁଛି, ପୋଲିସ ଏବଂ ସୁରକ୍ଷା ବାହିନୀଙ୍କ କମ୍ବିଂ ଅପେରସନ ମଧ୍ୟ ସେତିକି ତୀବ୍ର ହେବାରେ ଲାଗିଛି । ସେହିଭଳି କନ୍ଧମାଳ ଜିଲ୍ଲାରେ ମଧ୍ୟ ଜିଲ୍ଲା ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷାବାହିନୀ CRPF, BSF ମଳିତ ଭାବେ ଜିଲ୍ଲାର ବିଭିନ୍ନ ନକ୍ସଲ ଏବଂ ମାଓବାଦୀ ପ୍ରବଣ ଅଞ୍ଚଳରେ କମ୍ବିଂ ଅପେରସନକୁ ତୀବ୍ର କରିଥିବା ଦେଖାଯାଉଛି ।

ଗୁରୁବାର ସକାଳୁ ଜିଲ୍ଲା ପୋଲିସର SOG, DVF ଏବଂ CRPF ମିଳିତ ଭାବେ କନ୍ଧମାଳ-କଳାହାଣ୍ଡି ସୀମାନ୍ତବର୍ତ୍ତୀ ଗାଙ୍ଗେଲ ଜଙ୍ଗଲରେ ବଡ଼ ଧରଣର କମ୍ବିଂ ଅପେରସନ ଆରମ୍ଭ କରିଛନ୍ତି । ମିଳିତ ଟି ବଡ଼ ସଫଳତା ମିଳିଥିବା ସୂଚନା ମିଳିଛି । ଜଙ୍ଗଲରେ ମିଳିତ ଟିମ୍ ଏକ ମାଓ କ୍ୟାମ୍ପକୁ ଠାବ କରିଛି ଏବଂ କ୍ୟାମ୍ପରୁ ବହୁ ବନ୍ଧୁକ ସହିତ ବହୁ ପରିମାଣର ମାଓବାଦୀ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ମାଓ ସାମଗ୍ରୀ ମଧ୍ୟରେ ୧୩ଟି ବନ୍ଧୁକ, ବହୁ ୱାକିଟକି, ସୋଲାର ପ୍ୟାନେଲ, ବିଦ୍ୟୁତ ତାର, ମେଡ଼ିସିନ ଭଳି ଅନେକ ମାଓବାଦୀ ବ୍ୟବହାର କରୁଥିବା ସାମଗ୍ରୀ ଜବତ ହୋଇଛି । ବହୁ ହାର୍ଡକୋର ମାଓବାଦୀ ଏହି ଜଙ୍ଗଲରେ ଲୁଚି ରହିଥିବା ସନ୍ଦେହରେ ମିଳିତ ଟିମ୍ ଏବେ ମଧ୍ୟ କମ୍ବିଂ ଅପେରସନ ଜାରି ରଖିଛନ୍ତି ।