LIVE TV
LIVE TV

ନଭେମ୍ବରରେ ବଢ଼ିଲା ଜିଏସଟି କଲେକ୍ସନ, ଅକ୍ଟୋବର ତୁଳନାରେ ଭଲ ରହିଲା କଲେକ୍ସନ

NEWS7
6-worker-suspend-after-problem-of-pregnant-lady

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନଭେମ୍ବରରେ ହୋଇଥିବା ଜିଏସଟି କଲେକ୍ସନ ତଥ୍ୟ ଜାରି କରିଛନ୍ତି। ନଭେମ୍ବରରେ ଜିଏସଟିରୁ ୧.୭୦ ଲକ୍ଷ କୋଟି ଟଙ୍କା ଆୟ ହୋଇଛି। ବାର୍ଷିକ ଆଧାରରେ ଏଥିରେ ୦.୭%ର ବୃଦ୍ଧି ହୋଇଛି। ତଥ୍ୟ ଅନୁସାରେ, ବର୍ଷେ ତଳେ ଅର୍ଥାତ ୨୦୨୪ ନଭେମ୍ବରରେ ସରକାର ୧.୬୯ ଲକ୍ଷ କୋଟି ଟଙ୍କା ଜିଏସଟିରୁ ଆୟ ହୋଇଥିଲା। ସେହିଭଳି ଗତ ମାସ ଅର୍ଥାତ ଅକ୍ଟୋବର ତୁଳନାରେ ନଭେମ୍ବରର କଳେକ୍ସନ ୨୬ ହଜାର କୋଟି ଟଙ୍କା କମିଛି।

ଅକ୍ଟୋବରରେ ବାର୍ଷିକ ୪.୬%ର ବୃଦ୍ଧି ସହ ୧.୯୬ ଲକ୍ଷ କୋଟି ଟଙ୍କା ଜିଏସଟି ସଂଗ୍ରହ ହୋଇଥିଲା। ଏହା ପୂର୍ବରୁ ୨୦୨୫ ଏପ୍ରିଲରେ ରେକର୍ଡ ୨.୩୭ ଲକ୍ଷ କୋଟି ଟଙ୍କା ଏବଂ ମେ ମାସରେ ୨.୦୧ ଲକ୍ଷ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଥିଲା।

ଏହା ପୂର୍ବରୁ ସେପ୍ଟେମ୍ବର ୨୨ରେ ଆବଶ୍ୟକୀୟ ସାମଗ୍ରୀ ଉପରେ କେବଳ ଦୁଇଟି ସ୍ଲାବ୍ ୫% ଏବଂ ୧୮%ରେ ଜିଏସଟି ଲାଗୁ ହୋଇଛି। ସରକାର ଟ୍ୟାକ୍ସ ସିଷ୍ଟମକୁ ସହଜ କରିବା ପାଇଁ ଏଭଳି କରିଛନ୍ତି। ଏହାଦ୍ବାରା ଦୈନନ୍ଦିନ ସାମଗ୍ରୀ ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ, କାର ମଧ୍ୟ ଶସ୍ତା ହୋଇଛି।