୫୨ ବର୍ଷରେ ବିବାହ କରିବେ ସୁଖବିନ୍ଦର, ଗାୟକଙ୍କୁ ମିଳିଲା ଜୀବନସାଥୀ

Published By : Prameya-News7 Bureau | April 18, 2024 IST

ମୁମ୍ଵାଇ ୧୮।୦୪: ବଲିଉଡର ଲୋକପ୍ରିୟ ଗାୟକମାନଙ୍କ ମଧ୍ୟରୁ ଜଣେ ସୁଖବିନ୍ଦର ସିଂ । ବଲିଉଡକୁ ଅନେକ ହିଟ ଗୀତ ଦେଇଥିବା ସୁଖବିନ୍ଦରଙ୍କର କୌଣସି ପରିଚୟର ଆଶ୍ୟକ ନାହିଁ । ବର୍ତ୍ତମାନ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କୁ ଏବେ ୫୨ବର୍ଷ ବୟସ । ଏବେ ସୁଦ୍ଧା ସେ ବାହା ହୋଇ ନାହାନ୍ତି।  କିନ୍ତୁ ଏବେ ସେ ବିବାହ କରିବାକୁ ଯାଉଥିବା ନେଇ ଖବର ସାମ୍ନାକୁ ଆସିଛି ।

ଏକ ସାକ୍ଷାତକାର ସେ କହିଛନ୍ତି ଯେ, “ମୋ ଜୀବନକୁ ଜଣେ ଖାସ ମଣିଷ ଆସିସାରିଛନ୍ତି । ଆମେ ଖୁସିରେ ଅଛୁ । ମୁଁ ଏ ବିଷୟରେ ଆଗରୁ ଜଣାଇନଥିଲି କାରଣ ମୁଁ ଏହାକୁ ଚର୍ଚ୍ଚାର ବିଷୟ କରିବାକୁ ଚାହୁଁନଥିଲି । ଅନେକ କଳାକାର ସାଧାସିଧା ଭାବରେ ବିବାହ କରିଛନ୍ତି। ଯାହା ବିଷୟରେ କେହି ଜାଣନ୍ତି ନାହିଁ।  ମୁଁ ମଧ୍ୟ ମୋ ବ୍ୟକ୍ତିଗତ ଜୀବନକୁ ବ୍ୟକ୍ତିଗତ ରଖିବାକୁ ଚାହୁଁଥିବାରୁ ଏ ବିଷୟରେ କହିନଥିଲି ।ଏଥିରେ ଲୁଚାଇବାର କିଛି ନାହିଁ ।”

 ତାଙ୍କର ଏଭଳି ଖୁଲାସା ପରେ ସେ ଖୁବ ଶୀଘ୍ର ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ତାଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ ସେ ଅନେକ ହିଟ ଫିଲ୍ମ ପାଇଁ ଗୀତ ଗାଇଛନ୍ତି । ରମତା ଯୋଗୀ, ତାଲ ସେ ତାଲ ମିଲେ, ଜଲବା ଜଲବା, ତୋ ରବା କି କରିଏ, ଦରଦ ଏ ଡିସ୍କୋ ଭଳି ଗୀତ ଗାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.